ETV Bharat / state

ଦେଢ ମାସ ଧରି ଆମରଣ ଅନଶନରେ ଦୃଷ୍ଟିବାଧିତ: ଶୁଣୁନି ବିଏମସି, ଭେଟିଲେ ସୁର

author img

By ETV Bharat Odisha Team

Published : Mar 3, 2024, 9:25 AM IST

Visually impaired People Stage Protest: ସ୍ଥାୟୀ ରୋଜଗାରକୁ ନେଇ ଭେଣ୍ଡିଙ୍ଗ ଜୋନ ପାଇବା ଦାବି ଧାରଣାରେ ଦୃଷ୍ଟିବାଧିତ । ଅପରାଧୀମାନଙ୍କୁ ଧରିବା ଟାଳଟୁଳ ନୀତି ଆପଣାଇବାର ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ । ଅଧିକ ପଢନ୍ତୁ

ଦେଢ ମାସ ଧରି ଆମରଣ ଅନଶନରେ ଦୃଷ୍ଟିହୀନ, ଶୁଣୁନି ବିଏମସି ଓ ପୋଲିସ

ଭୁବନେଶ୍ବର: ଦେଢ଼ ମାସ ଧରି ଆମରଣ ଅନଶନ ବସି ରହିଛନ୍ତି ଦୃଷ୍ଟିବାଧିତ । ସ୍ଥାୟୀ ରୋଜଗାରକୁ ନେଇ ଭେଣ୍ଡିଙ୍ଗ ଜୋନ ପାଇବା ଦାବି ଧାରଣାରେ ବସିଛନ୍ତି । ହେଲେ ଶୁଣୁନି ବିଏମସି । ଗତକାଲି ଏହି ଦିବ୍ୟାଙ୍ଗଙ୍କୁ ଭେଟିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ବିଧାୟକ ସେମାନଙ୍କୁ ଭେଟିବା ସହ ବିଏମସିର ନୂଆ କମିଶନର ରାଜେଶ ପାଟିଲଙ୍କୁ ଭେଟି ଆଲୋଚନା କରିଛନ୍ତି । ଦୃଷ୍ଟିବାଧିତ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଖୁବଶୀଘ୍ର ସେମାନଙ୍କୁ ଘାଟିକିଆରେ ଥିବା ଭେଣ୍ଡିଂ ଜୋନରେ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ବିଧାୟକ ।

ଏହା ମଧ୍ୟ ପଢନ୍ତୁ... ଦିବ୍ୟାଙ୍ଗଙ୍କୁ ବଳପୂର୍ବକ ଉଠାଇନେବା ପ୍ରସଙ୍ଗ; ଥାନାରେ ଏତଲା ଦେଲେ ଆନ୍ଦୋଳନକାରୀ ଦିବ୍ୟାଙ୍ଗ

ଅନ୍ୟପଟେ ଦୃଷ୍ଟିବାଧିତଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିବା ୨ଟି ସଂସ୍ଥା ପତିତ ଉଦ୍ଧାର ସମିତି ଓ ବିଏମସି ଟିମ୍ ସାଇନ ବିରୁଦ୍ଧରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିଲେ ଦୃଷ୍ଟିବାଧିତ । ସେହି ମାମଲା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ,ଏଯାବତ ତାର ରିପୋର୍ଟ ତଲବ ପାଇଁ ଖାରବେଳ ନଗର ଥାନା ମଧ୍ୟ ଧାରଣାରତ ଦୃଷ୍ଟିବାଧିତ ଯାଇଥିଲେ । ଏହି ସମୟରେ ବିଧାୟକ ସେମାନଙ୍କ ସହ ମଧ୍ୟ ଯାଇ ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ ଓ ଅତ୍ୟାଚାର କରିଥିବା ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ବିଏମସି ଏ ଦିଗରେ ନିଷ୍ପତ୍ତି ନ ନିଏ କିମ୍ବା ପୋଲିସ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଏମାନଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ଦିବ୍ୟାଙ୍ଗ । ସେପଟେ ଦୃଷ୍ଟିବାଧିତ ମାନେ ୨୫ ଜାନୁଆରୀ ୨୦୨୪ ଠାରୁ ଭେଣ୍ଡିଙ୍ଗ ଜୋନ ଦାବିରେ ଧାରଣାରେ ବସିରହିଛନ୍ତି ।

ସାମାଜିକ କର୍ମୀ ଆରତୀ ମହଲା କହିଛନ୍ତି ଯେ ରାଜନୈତିକ ଚାପ ଫଳରେ ପୋଲିସ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉଛି । ଭିଡିଓ ଫୁଟେଜ ଥାଇ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ସୂଚନା ଥାଉକି, ମାର୍କେଟ ବିଲଡ଼ିଙ୍ଗ ଠାରେ ଛୋଟ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ ଦୃଷ୍ଟିବାଧିତ । କିନ୍ତୁ ତାଙ୍କୁ ସେଠାରୁ ମାର୍କେଟ ବିଲଡ଼ିଙ୍ଗର ବ୍ୟବସାୟୀ ସଂଘ ଉଠାଇ ଦେଇଥିଲେ । ସେନେଇ ସେମାନେ ଗତ 25 ତାରିଖ ଠାରୁ ଆନ୍ଦୋଳନରେ ବସିରହିଥିଲେ । ଆନ୍ଦୋଳନରେ ବସିବା ପାଇଁ ସେମାନେ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ନେଇଥିଲେ । କିନ୍ତୁ ଜାନୁଆରୀ ୩୦ ତାରିଖରେ ସେମାନଙ୍କୁ ବଳ ପୂର୍ବକ ଉଠାଇ ନେଇଥିଲା ପତିତ ଉଦ୍ଧାର ସମିତି ଓ ବିଏମସି ଟିମ୍ ସାଇନ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.