ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ, ପଞ୍ଚାୟତ କାର୍ଯ୍ୟାଳୟରେ ବସିଲା ବୈଠକ - Code of conduct Violation - CODE OF CONDUCT VIOLATION

Code of conduct Violation: ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି M.B.K ଏବଂ C.R.P ବୈଠକ କରୁଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ପଞ୍ଚାୟତ ଅଫିସରେ M.B.K ଏବଂ C.R.P ଙ୍କ  ଆଭ୍ୟନ୍ତରୀଣ ବୈଠକ

author img

By ETV Bharat Odisha Team

Published : Apr 26, 2024, 5:17 PM IST

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ପଞ୍ଚାୟତ ଅଫିସରେ M.B.K ଏବଂ C.R.P ଙ୍କ ଆଭ୍ୟନ୍ତରୀଣ ବୈଠକ

ଢେଙ୍କାନାଳ: M.B.K ଏବଂ C.R.Pଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ଆଭ୍ୟନ୍ତରୀଣ ବୈଠକ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଢେଙ୍କାନାଳ ଜିଲ୍ଲା ମୃଦଙ୍ଗା ପଞ୍ଚାୟତର ଦକ୍ଷ ନଥିପତ୍ର ପରିଚାଳିକା (M.B.K) ଏବଂ ଗୋଷ୍ଠୀ ପରିଚାଳିକା (C.R.P) ଭାବେ କାର୍ଯ୍ୟରତ ମହିଳାମାନେ ଆଜି (ଶୁକ୍ରବାର) ବୈଠକ କରୁଥିବାର ଦେଖାଯାଇଥିଲା ।

ଏହାମଧ୍ୟ ପଢନ୍ତୁ... ଆଚରଣ ବିଧି ଉଲ୍ଲଙ୍ଘନ ଉପରେ କଡା ନଜର, କାରରୁ ମିଳିଲା ଲକ୍ଷାଧିକ ଟଙ୍କା - Money Seized IN Boudh

ତେବେ ରାଜ୍ୟରେ ଗତ ୧୬ ମାର୍ଚ୍ଚ ଠାରୁ ନିର୍ବାଚନ ଆଦର୍ଶ ଆଚରଣ ଲାଗୁ ହୋଇଥିବା ବେଳେ ନିୟମ ଅନୁଯାୟୀ ସଭାସମିତି, ବୈଠକ କରାଯାଇପାରିବ ନାହିଁ । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ନିୟମକୁ ବେଖାତିର କରି ଆଜି (ଶୁକ୍ରବାର) ସକାଳ ସମୟରେ ଢେଙ୍କାନାଳ ଜିଲ୍ଲାର ମୃଦଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ MBK ଏବଂ CRP ମାନେ ରୁଦ୍ଧଦ୍ୱାର ବୈଠକ କରିଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ... ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ: ବିଜେଡି - Violation Of Code Of Conduct

ଏ ସମ୍ପର୍କରେ ସେମାନଙ୍କୁ ପଚାରିବାକୁ କହିଛନ୍ତି, ବୈଠକ ନୁହେଁ ଆମେ ବ୍ୟାଙ୍କ ଆସିଥିଲୁ । ପଞ୍ଚାୟତ କାର୍ଯ୍ୟାଳୟରେ କଣ କରୁଥିଲ ବୋଲି ପ୍ରଶ୍ନ କରିବାରୁ ସେ ଏସମ୍ପର୍କରେ କୌଣସି ଉତ୍ତର ଦେଇନଥିଲେ । ଅନ୍ୟପଟେ ଏସମ୍ପର୍କରେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋ ବିନା ଅନୁମତିରେ ବର୍ତ୍ତମାନ କୌଣସି ସଭାସମିତି ସରକାରୀ ସ୍ତରରେ ହେବ ନାହିଁ ଏବଂ ସେମାନେ କାହା ଅନୁମତିରେ ସଭା କରୁଛନ୍ତି ତାହାର ତଦନ୍ତ ମଧ୍ୟ କରାଯିବ ।

ଏହାମଧ୍ୟ ପଢନ୍ତୁ... ସରକାରୀ ଅଫିସରେ ସଭା କରୁଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJP MEETS CHIEF ELECTORAL OFFICER

ଏବେ ସବୁଠାରୁ ପ୍ରଶ୍ନ ଉଠୁଛି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏହି ବୈଠକ ଏମବିକେ ଓ ସିଆରପିମାନେ କଣ ପାଇଁ କରୁଥିଲେ । ନିର୍ବାଚନ ଆଚରଣ ଵିଧି ଲାଗିଥିବା ସମୟରେ କୌଣସି ସଭା ସମିତି କାର୍ଯ୍ୟକ୍ରମ ହୋଇପାରିବ ନାହିଁ l ବିଡ଼ିଓଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ l ଅତି ଜରୁରୀ ଥିଲେ ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ କରାଯିବ l କିନ୍ତୁ ଯଦି କିଏ ଏହାକୁ ଉଲ୍ଲଘଂନ କରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.