ETV Bharat / state

ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି ? ଭିଟାମାଟି ଛାଡୁଛନ୍ତି ଗ୍ରାମବାସୀ - Villagers Leaving Homes

author img

By ETV Bharat Odisha Team

Published : May 14, 2024, 8:26 PM IST

No Basic Facilities: ସେମାନଙ୍କୁ ପାଇଁ ଅପହଞ୍ଚ ହୋଇଛି ସରକରୀ ଯୋଜନା । ଗାଁକୁ ଭଲ ରାସ୍ତା ନାହିଁ କି ରହିବାକୁ ଭଲ ଘର ନାହିଁ । ଦୁର୍ଦୀନରେ ବଞ୍ଚୁଛନ୍ତି ଗ୍ରାମବାସୀ । ବଧ୍ଯ ହୋଇ ଭିଟାମାଟି ଛାଡୁଛନ୍ତି । ଅଧିକ ପଢ଼ନ୍ତୁ

ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି?
ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି ? (ETV Bharat Odisha)
ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି? (ETV Bharat Odisha)

ବୌଦ୍ଧ: ସେମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ । ନା ଭଲ ଘରଖଣ୍ଡେ ଅଛି ନା ଭଲରେ ଖାଇବାକୁ ପାଉଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି । ଭାଗ୍ୟକୁ ଆଦରି ଜରି ପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଉ କେହି କେହି ଭିଟାମାଟି ଛାଡି ଚାଲିଯାଉଛନ୍ତି । ଅବଶ୍ୟ ନିର୍ବାଚନ ଆସିଲେ ସେମାନଙ୍କ କଥା ସମସ୍ତଙ୍କର ମନେପଡ଼େ ଓ ପ୍ରତିଶୃତି ମିଳେ । କିନ୍ତୁ ନିର୍ବାଚନ ସରିଗଲେ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ସୀମିତ ହୋଇ ରହିଯାଏ । ଯଦି ସେମାନଙ୍କ ମୌଳିକ ସୁବିଧା ପୂରଣ ନହୁଏ ତେବେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।

ଜିଲ୍ଲା ସଦର ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଘିଙ୍ଗିରାସାହି ଗାଁ । ସାଲୁଙ୍କୀ ନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ତଥା ଠିକ ମୁହାଣ ନିକଟରେ ରହିଛି ଏହି ଗାଁ । କୈାଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ଖାସ ଜିଲ୍ଲା ସଦରମହକୁମାଠାରୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ ଘିଙ୍ଗିରାସାହି ଗାଁ । ସଦର ମହକୁମାଠାରୁ ସିନା ଗାଁଟୁି ପାଖରେ ଅଛି ହେଲେ ଗାଁର ଅବସ୍ଥା କହିଲେ ନସରେ । ଦୀପତଳ ଅନ୍ଧାର ଉକ୍ତି ଭଳି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ ।

ଘିଙ୍ଗିରାସାହି ଗାଁରେ ଘିଙ୍ଗିରା ସଂପ୍ରଦାୟର ଅଧିବାସୀ ଶହ ଶହ ବର୍ଷ ଧରି ବସବାସ କରିବା ସହିତ ସେମାନଙ୍କ ପାରମ୍ପରିକ ବୃତ୍ତି ନଦୀରୁ ମାଛ ଧରିବା ଓ ସାରୁ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରିଆସୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ସଦରମହକୁମାଠାରୁ ଅଳ୍ପ ଦୂରରେ ଥିବା ଏହି ଗାଁଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ସାଲୁଙ୍କୀ ନଦୀ କୁଳରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ଦିନେ ଗାଁର ଚତୁର୍ପାଶ୍ବକୁ ବନ୍ୟା ଜଳ ଘେରି ରହୁଛି । ଏଠାରେ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଅନେକ ପରିବାର ବିଦ୍ୟୁତ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହାନଦୀ କୂଳରେ ଘର; ମିଳୁନି ପିଇବା ପାଣି, ଭୋଟ ବର୍ଜନ ପାଇଁ ଚେତାବନୀ - WATER PROBLEM

ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ଗାଆଁରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ତେଣୁ ଧିରେ ଧିରେ ଏହି ଗାଁଠାରୁ ଭିଟାମାଟି ଛାଡି ଅନେକ ପରିବାର ଅନ୍ୟତ୍ର ଚାଲିଗଲେଣି । ଅବଶ୍ୟ ନିର୍ବାଚନ ସମୟରେ ଏଠାକାର ଅଧିବାସୀଙ୍କୁ ପ୍ରତିଶୃତିରେ ପୋତି ଦିଆଯାଇଥାଏ । କିନ୍ତୁ ଭୋଟ ସରିଲେ ସମସ୍ତେ ଯେପରି ଏହି ଗ୍ରାମବାସୀଙ୍କ ଦୁଃଖକୁ ଭୁଲି ଯାଇଥାନ୍ତି । ବର୍ତ୍ତମାନ ପୁଣିଥରେ ନିର୍ବାଚନ ସମୟ ପହଞ୍ଚି ଯାଇଥିବା ବେଳେ ଏଠାରେ କିନ୍ତୁ ମତଦାନ ପାଇଁ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ କୌଣସି ଆଗ୍ରହ ନାହିଁ । ଓଲଟା ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.