ETV Bharat / state

ଗହଣା ଦୋକାନ ପରି ଘରୁ ମିଳୁଛି ଅଳଙ୍କାର, OSRTC ଅଧିକାରୀଙ୍କ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ - OFS OFFICER UNDER VIGILANCE SCANNER

OFS BIJAY KUMAR MANGARAJ OFFICER UNDER VIGILANCE SCANNER: ଭିଜିଲାନ୍ସ ହାତରେ OFS ଅଧିକାରୀ ବିଜୟ କୁମାର୍ ମଙ୍ଗରାଜ । ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବାବେଳେ ମିଳିଛି ମହଣ ମହଣ ସୁନା ଅଳଙ୍କାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 23, 2024, 9:02 PM IST

OFS BIJAY KUMAR MANGARAJ OFFICER UNDER VIGILANCE SCANNER
OFS BIJAY KUMAR MANGARAJ OFFICER UNDER VIGILANCE SCANNER (ETV Bharat Odisha)

ଭୁବନେଶ୍ବର: ଭିଜିଲାନ୍ସ ରାଡାରରେ OFS ଅଧିକାରୀ ବିଜୟ କୁମାର୍ ମଙ୍ଗରାଜ । OSRTCର ଫାଇନାନ୍ସିଆଲ୍ ଆଡାଭାଇଜରଙ୍କ ଏହି ବାବୁଙ୍କ ଘରେ ଚାଲିଛି ରେଡ । ରେଡ ସମୟରେ ଘରୁ ମିଳୁଥିବା ଗହଣା ଦେଖି ଆଶ୍ଚର୍ଯ୍ୟ ଭିଜିଲାନ୍ସ ଅଧିକାରୀ କୌଣସି ଗହଣା ଦୋକାନଠୁ ବି କମ୍ ନୁହେଁ ଗହଣା । ବାବୁଙ୍କ ଆୟବହିର୍ଭୂତ ସମ୍ପତ୍ତି ଖୋଜୁ ଖୋଜୁ ଏମିତି କିଛି ସାମ୍ନାକୁ ଆସିଛି ବାବୁଙ୍କ ଘରୁ ।

OFS ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍:

ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ରେଡ । ୮ ଡିଏସପି ୮ଇନସ୍ପେକ୍ଟର ଓ ୯ ଜଣ ଏଏସଆଇ ମିଶି ବିଭିନ୍ନ ସ୍ଥାନରେ ରେଡ କରୁଛନ୍ତି । ରେଡ ପରେ ସାମ୍ନାକୁ ଆସିଛି ପୁଳାପୁଳା ସୁନା ଗହଣା ଓ ସମ୍ପତ୍ତିର କାଗଜ ପତ୍ର । ଭୁବନେଶ୍ବର ନନ୍ଦନ ବିହାରର ଥିବା ଜେଡ ୧ ଇଷ୍ଟେଟରେ ଥିବା ଏକ ଫ୍ଲାଟରେ ରେଡ ବେଳେ ମିଳିଛି ଏଭଳି କିଛି ତଥ୍ୟ । ମିଳିଥିବା ସୂଚନା ଅନୁସାରେ ୫୦୦ଗ୍ରାମରୁ ଊର୍ଦ୍ଧ୍ବ ସୁନା,୧କୋଟି ୨୦ଲକ୍ଷର ଡିପୋଜିଟ ଓ ଦୁଇଟି କାର ସହ ବିଭିନ୍ନ ସ୍ଥାନରେ ପ୍ଲଟ ଠାବ ହୋଇଛି ।

୭ଟି ସ୍ଥାନରେ‌ ରେଡ:

ନନ୍ଦନ ବିହାରର ଜେଡ ୧ ଇଷ୍ଟେଟର ଫ୍ଲାଟ ନମ୍ବର ୩୦୧ ଟାଓ୍ବାର ୬ରେ ରେଡ୍ କରାଯାଇଛି । ଯେଉଁଠି ରହୁଥିଲେ ବିଜୟ ମଙ୍ଗରାଜ । ସେହିପରି ପଳାଶୁଣୀ, ରସୁଲଡଗରେ ଥିବା ନ୍ୟୁ କଲୋନୀରେ ଦୁଇଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ସେହିପରି ମୟୂରଭଞ୍ଜର ଢିପସାହି ଷ୍ଟେସନ ରୋଡରେ ଥିବା ନିଜ ସମ୍ପର୍କୀୟ ଘର ଭୂୟାଁ ନିବାସରେ ମଧ୍ୟ ରେଡ କରିଥିଲା ଭିଜିଲାନ୍ସ । ସେହିପରି OSRTCର ଏଜି ଛକ ପାଖ ଅଫିସ ମଧ୍ୟ ରେଡ କରାଯାଇଛି । ସେହିପରି ଖାରବେଳ ଭବନରେ ଥିବା ୫ମ ମହଲାରେ ଅଫିସ ଚାମ୍ବରର ପରିବହନ ବିଭାଗ ଅଫିସରେ ଚଢାଉ କରାଯାଇଛି ।ସେହିପରି ORIDL ଅଫିସରେ‌ ମଧ୍ୟ ଛାନଭିନ କରିଛି ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ ....ETV Bharat Impact: ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ - CASE REGISTER AGAINST BIBHUDANANDA

କେଉଁଠି କାର୍ଯ୍ୟରତ ଥିଲେ OFS ଅଧିକାରୀ ବିଜୟ:

ସେ ୧୯୯୧ରେ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ ପୂର୍ତ୍ତ ବିଭାଗରେ । ପରେ ସେ OFS ହେବା ପରେ ସମ୍ବଲପୁରରେ ପ୍ରଥମେ ଯୋଗଦେଲେ ।୧୯୯୮ରେ ମାଲକାନଗିରି ଚିତ୍ରୋକୋଣ୍ଡାରେ ଆସିଷ୍ଟାଣ୍ଟ ଫାଇନାନ୍ସିଆଲ୍ ଆଡାଭାଇଜର ଭାବେ ବାଲିମେଳା ଡ଼୍ୟାମ ପ୍ରୋଜେକ୍ଟରେ‌ କାମ କରିଥିଲେ ।୧୯୯୯ରେ‌ ଅତିରିକ୍ତ କମିଶନର‌ଭାବେ କମର୍ସିଆଲ ଟ୍ୟାକ୍ସରେ କୋରାପୁଟ ରେଞ୍ଜରରେ କାର୍ଯ୍ୟୟୟ କରିଥିଲେ । ସେ ୨୦୦୨ରେ ଡେପୁଟି କମିଶନର ଭାବେ ସିଟି ଜିଏସଟିରେ ଗଜପତି ପାରଳାଖେମୁଣ୍ଡିରେ ପରେ ୨୦୦୩ରେ ଡାଇରେକ୍ଟର ଇକୋନୋମିକ ଷ୍ଟାଟିଟିକ୍ସରେ ଭୁବନେଶ୍ୱର ଯୋଗଦେଇଥିଲେ ।

୨୦୦୪ରେ ସିଟି ଜିଏସଟିରେ ଗଞ୍ଜାମ ରେଞ୍ଜରେ କାମ କରିଥିଲେ । ପରେ ସେ ଫିସରି ଡିପାର୍ଟ ମେଣ୍ଟ, ଚେକ୍ ଗେଟରେ କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ପରେ ସ୍ବତନ୍ତ୍ର ଟ୍ରେଜରି ଅଫିସର ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ୨୦୧୮ରେ ଓ୍ବାଟକୋ ଜିଏମ ଭାବେ‌କାମ କରିଥିଲେ । ଓଏଏସ ଆଇସିରେ ମଧ୍ୟ ଯୋଗଦେଇଥିଲେ ପରେ‌ ୨୦୨୧ରେ ଅତିରିକ୍ତ କମିଶନର ଭାବେ CT & GSTରେ ପରେ ୨୦୨୩ରେ ପରିବହନ ବିଭଗରେ‌ କାମ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.