ETV Bharat / state

୩୩ବର୍ଷ ଚାକିରିରେ କୁବେର ହୋଇଗଲେ ଯନ୍ତ୍ରୀ; ଘରୁ ବାହାରିଲା କେଜିଏ ସୁନା, ୧୪କୋଟିର ସମ୍ପତ୍ତି, ବାନ୍ଧିଲା ଭିଜିଲାନ୍ସ - Vigilance Arrests OBCC Engineer

author img

By ETV Bharat Odisha Team

Published : Aug 6, 2024, 9:52 PM IST

Vigilance Arrests OBCC Additional Chief Engineer: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

Vigilance Arrests OBCC Additional Chief Engineer
Vigilance Arrests OBCC Additional Chief Engineer (ETV Bharat Odisha)

କଟକ: ଆକ୍ସନ ମୋଡ଼ରେ ରାଜ୍ୟ ଭିଜିଲାନ୍ସ ବିଭାଗ । ଜଣକ ପରେ ଜଣେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଏଥର କିନ୍ତୁ ଯେଉଁ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି, ତାଙ୍କ ବିସୟରେ ଜାଣିଲେ ତାଯୁବ ହୋଇଯିବେ । କାରଣ ଇଏ ଏମିତି ଜଣେ ଅଧିକାରୀ ଯିଏ କି ୨୦୦୦ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ଚାକିରର ୩୩ ବର୍ଷ ମଧ୍ୟରେ ୧୪ କୋଟିରୁ ଅଧିକ ସମ୍ପତ୍ତି ଅର୍ଜନ କରିଥିବା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ବାବୁଙ୍କ ଘରୁ 1 କେଜି ସୁନା ଅଳଙ୍କାର ବାହାରିବା ସହ ୫୦ରୁ ଅଧିକ ପ୍ଲଟ ମଧ୍ୟ ରହିଛି । ଭିଜିଲାନ୍ସ ଲାଞ୍ଚୁଆ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Vigilance Arrests OBCC Additional Chief Engineer (ETV Bharat Odisha)
କୁବେର ଯନ୍ତ୍ରୀଙ୍କୁ କାହିଁକି ଗିରଫ କଲା ଭିଜିଲାନ୍ସ ?
ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ OBCC ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଦୀର୍ଘ ଦିନ ଧରି ଭିଜିଲାନ୍ସ ରାଡ଼ାରରେ ରହିବା ପରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ପ୍ରଦୀପ । ଗତକାଲି ଭୁବନେଶ୍ୱର ସମେତ ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ଥିବା ପ୍ରଦୀପଙ୍କ ବାସଭବନରେ ଚଢ଼ାଉ ସମୟରେ ଅନେକ ପ୍ରମାଣ ଭିଜିଲାନ୍ସ ଟିମ ହସ୍ତଗତ କରିଥିଲା । ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରଦୀପ ରଥ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରିଥିଲେ । 33 ବର୍ଷର ଚାକିରୀ ମଧ୍ୟରେ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଆଜି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ତାଙ୍କ ଠାରୁ ମୋଟ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଗିରଫ ପରେ ପ୍ରଦୀପ କୁମାର ରଥଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଏତେ ସମ୍ପତି ଆସିଲା କେଉଁଠୁ ?ଭିଜିଲାନ୍ସ ଏସ୍ପିଙ୍କ ସୂଚନା ମୁତାବକ, ପ୍ରଦୀପଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, 50ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ କରି ଥିବା ବେଳେ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । 1991 ମସିହାରେ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରିଥିଲେ ପ୍ରଦୀପ କୁମାର ରଥ । 1999 ମସିହାରେ ସହକାରୀ ଯନ୍ତ୍ରୀ ଭାବେ ଚାକିରୀ ସ୍ଥାୟୀ ହେବା ପରେ ସେ ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରିଥିଲେ । 2001 ପଦୋନତି ପାଇ 2022 ମସିହାରେ ଓବିସିସିର ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢାଉ - Pradeep Rath in vigilance scanner

ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ମିଶ୍ରଙ୍କ ପ୍ରତିକ୍ରିୟା:

ଏନେଇ କଟକ ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ମିଶ୍ର କହିଛନ୍ତି, "ଆମେ ଗତକାଲି ପ୍ରଦୀପ ରଥଙ୍କ ଭୁବନେଶ୍ବର, ଭଦ୍ରକ, ଯାଜପୁର ରୋଡ ସହ ବିଭିନ୍ନ ଜାଗାରେ ଯାଞ୍ଚ କରିଥିଲୁ । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଯାଞ୍ଚରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଯାଞ୍ଚରୁ ମୋଟ 14 କୋଟି ଟଙ୍କାର ସମ୍ପତ୍ତି ବାହାରିଛି । ଆମର ତଦନ୍ତ ଚାଲିଛି । ଏହି ସମ୍ପତ୍ତି ଭିତରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ପ୍ରଭୁତି ଜାଗାରେ ପାଖାପାଖି 50ଟି ପ୍ଲଟ ରହିଛି । ଭୁବନେଶ୍ବରରୁ 3ଟି ଫ୍ଲାଟ ମଧ୍ୟ ମିଳିଛି । ଏହାସହ ତାଙ୍କ ବ୍ୟାଙ୍କ ଡିପୋଜିଟ, ଫିକ୍ସଡ୍‌ ଡୋପୋଜିଟ, ଇନ୍ସ୍ୟୁରାନ୍ସ ରୁ 1.9 କୋଟି ଟଙ୍କା ପାଇଛୁ । ଅନେକ ମେସିନର ସନ୍ଧାନ ମିଳିଛି । ବର୍ତ୍ତମାନ ତଦନ୍ତ ଚାଲିଛି । ଆଗକୁ ଯାହା ବାହାରିବ ତଦନ୍ତ ପରେ ଜଣାପଡ଼ିବ । ଏପର୍ଯ୍ୟନ୍ତ ଆମେ ତାଙ୍କର 10 କୋଟିରୁ ଅଧିକ ଆୟ ପାଇଛୁ ।"



ଇଟିଭି ଭାରତ, କଟକ

କଟକ: ଆକ୍ସନ ମୋଡ଼ରେ ରାଜ୍ୟ ଭିଜିଲାନ୍ସ ବିଭାଗ । ଜଣକ ପରେ ଜଣେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଏଥର କିନ୍ତୁ ଯେଉଁ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି, ତାଙ୍କ ବିସୟରେ ଜାଣିଲେ ତାଯୁବ ହୋଇଯିବେ । କାରଣ ଇଏ ଏମିତି ଜଣେ ଅଧିକାରୀ ଯିଏ କି ୨୦୦୦ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ଚାକିରର ୩୩ ବର୍ଷ ମଧ୍ୟରେ ୧୪ କୋଟିରୁ ଅଧିକ ସମ୍ପତ୍ତି ଅର୍ଜନ କରିଥିବା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ବାବୁଙ୍କ ଘରୁ 1 କେଜି ସୁନା ଅଳଙ୍କାର ବାହାରିବା ସହ ୫୦ରୁ ଅଧିକ ପ୍ଲଟ ମଧ୍ୟ ରହିଛି । ଭିଜିଲାନ୍ସ ଲାଞ୍ଚୁଆ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Vigilance Arrests OBCC Additional Chief Engineer (ETV Bharat Odisha)
କୁବେର ଯନ୍ତ୍ରୀଙ୍କୁ କାହିଁକି ଗିରଫ କଲା ଭିଜିଲାନ୍ସ ?ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ OBCC ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଦୀର୍ଘ ଦିନ ଧରି ଭିଜିଲାନ୍ସ ରାଡ଼ାରରେ ରହିବା ପରେ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ପ୍ରଦୀପ । ଗତକାଲି ଭୁବନେଶ୍ୱର ସମେତ ଢେଙ୍କାନାଳ, ଯାଜପୁର ଜିଲ୍ଲାରେ ଥିବା ପ୍ରଦୀପଙ୍କ ବାସଭବନରେ ଚଢ଼ାଉ ସମୟରେ ଅନେକ ପ୍ରମାଣ ଭିଜିଲାନ୍ସ ଟିମ ହସ୍ତଗତ କରିଥିଲା । ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରଦୀପ ରଥ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରିଥିଲେ । 33 ବର୍ଷର ଚାକିରୀ ମଧ୍ୟରେ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଆଜି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ତାଙ୍କ ଠାରୁ ମୋଟ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଗିରଫ ପରେ ପ୍ରଦୀପ କୁମାର ରଥଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଏତେ ସମ୍ପତି ଆସିଲା କେଉଁଠୁ ?ଭିଜିଲାନ୍ସ ଏସ୍ପିଙ୍କ ସୂଚନା ମୁତାବକ, ପ୍ରଦୀପଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, 50ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ କରି ଥିବା ବେଳେ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । 1991 ମସିହାରେ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରିଥିଲେ ପ୍ରଦୀପ କୁମାର ରଥ । 1999 ମସିହାରେ ସହକାରୀ ଯନ୍ତ୍ରୀ ଭାବେ ଚାକିରୀ ସ୍ଥାୟୀ ହେବା ପରେ ସେ ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରିଥିଲେ । 2001 ପଦୋନତି ପାଇ 2022 ମସିହାରେ ଓବିସିସିର ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢାଉ - Pradeep Rath in vigilance scanner

ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ମିଶ୍ରଙ୍କ ପ୍ରତିକ୍ରିୟା:

ଏନେଇ କଟକ ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ମିଶ୍ର କହିଛନ୍ତି, "ଆମେ ଗତକାଲି ପ୍ରଦୀପ ରଥଙ୍କ ଭୁବନେଶ୍ବର, ଭଦ୍ରକ, ଯାଜପୁର ରୋଡ ସହ ବିଭିନ୍ନ ଜାଗାରେ ଯାଞ୍ଚ କରିଥିଲୁ । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଯାଞ୍ଚରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଯାଞ୍ଚରୁ ମୋଟ 14 କୋଟି ଟଙ୍କାର ସମ୍ପତ୍ତି ବାହାରିଛି । ଆମର ତଦନ୍ତ ଚାଲିଛି । ଏହି ସମ୍ପତ୍ତି ଭିତରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ପ୍ରଭୁତି ଜାଗାରେ ପାଖାପାଖି 50ଟି ପ୍ଲଟ ରହିଛି । ଭୁବନେଶ୍ବରରୁ 3ଟି ଫ୍ଲାଟ ମଧ୍ୟ ମିଳିଛି । ଏହାସହ ତାଙ୍କ ବ୍ୟାଙ୍କ ଡିପୋଜିଟ, ଫିକ୍ସଡ୍‌ ଡୋପୋଜିଟ, ଇନ୍ସ୍ୟୁରାନ୍ସ ରୁ 1.9 କୋଟି ଟଙ୍କା ପାଇଛୁ । ଅନେକ ମେସିନର ସନ୍ଧାନ ମିଳିଛି । ବର୍ତ୍ତମାନ ତଦନ୍ତ ଚାଲିଛି । ଆଗକୁ ଯାହା ବାହାରିବ ତଦନ୍ତ ପରେ ଜଣାପଡ଼ିବ । ଏପର୍ଯ୍ୟନ୍ତ ଆମେ ତାଙ୍କର 10 କୋଟିରୁ ଅଧିକ ଆୟ ପାଇଛୁ ।"



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.