ETV Bharat / state

Vigilance Net: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ - Vigilance Arrested Deputy Director

author img

By ETV Bharat Odisha Team

Published : Sep 3, 2024, 10:44 PM IST

Updated : Sep 4, 2024, 9:47 AM IST

VIGILANCE ARRESTED DHARANI NAYAK: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । 10 ବର୍ଷର ଚାକିରୀକାଳ ମଧ୍ୟରେ ସେ 5 କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ । ଅଧିକ ପଢନ୍ତୁ

VIGILANCE ARRESTED DHARANI NAYAK
VIGILANCE ARRESTED DHARANI NAYAK (ETV Bharat Odisha)

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ନିଜର ମୋଟ ଆୟ ଠାରୁ 519 ଗୁଣ ଅଧିକ ଟଙ୍କାର ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଲାଞ୍ଚୁଆ ଅଧିକାରୀ । ଆଜି ଧରଣୀଧରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ଼ କଥା ହେଉଛି କି ମାତ୍ର 10 ବର୍ଷର ଚାକିରୀକାଳ ମଧ୍ୟରେ ସେ 5 କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ । ଖଣି ମାଫିଆଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ସେ ସମ୍ପତ୍ତିର ପାହାଡ଼ ଛିଡା କରିଥିବା ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ଜାଣିପାରିଛି । ତେବେ 75 ଲକ୍ଷ ଟଙ୍କାର ଋଣକୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଶୁଝିବା ପରେ ଭିଜିଲାନ୍ସ ସ୍କାନରରେ ଆସିଥିଲେ ଧରଣୀଧର ।

କେମିତି ଫସିଲେ ଲାଞ୍ଚୁଆ ତାଳଚେର ଖଣି ଉପନିର୍ଦ୍ଦେଶକ !

୨୦୨୨ ମସିହାରେ ୭୫ ଲକ୍ଷ ଟଙ୍କାର ଋଣ କରିଥିଲେ ଏହି କୁବେର ଅଧିକାରୀ । ବଡ଼ କଥା ହେଉଛି ମାତ୍ର ୨ ବର୍ଷ ମଧ୍ୟରେ ଏହି ଋଣକୁ ସୁଝି ଦେଇଥିଲେ ଲାଞ୍ଚୁଆ ଅଧିକାରୀ ଜଣକ । ମାତ୍ର ୨ ବର୍ଷ ମଧ୍ୟରେ ଏତେ ପରିମାଣର ଟଙ୍କାକୁ କିପରି ଅତି ସହଜରେ ସୁଝି ପାରିଲେ । କେତେ ଆୟ ଏମିତି କରୁଥିଲେ କି ଏହା ସୁଝିବା ଟା ତାଙ୍କର ଯେମିତି ବାମ ହାତର ଖେଳ ଭଳି ହୋଇଥିଲା ! ଯାହାକି ଭିଜିଲାନ୍ସ ବିଭାଗର ସନ୍ଦେହ ସୃଷ୍ଟି କରିଥିଲା ପ୍ରଥମେ ଏହି ପ୍ରସଙ୍ଗକୁ ନେଇ ରେଡ଼ କରିଥିଲା ଭିଜିଲାନ୍ସ । ରେଡ଼ ସମୟରେ ଲାଞ୍ଚୁଆ ଅଧିକାରୀ ଜଣଙ୍କୁ ,ଏତେ କମ ସମୟରେ କେମିତି ଏତେ ପରିମାଣର ଟଙ୍କା ସୁଝିଲେ ବୋଲି ପ୍ରଶ୍ନ କରିଥିଲା ଭିଜିଲାନ୍ସ । ମାତ୍ର ବାବୁ ଜଣକ ଏନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଏହି ସମ୍ପତ୍ତିର ସଠିକ ହିସାବ ଦେଇପାରିନଥିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ ....Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 9 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା - Vigilance raid

ଲାଞ୍ଚୁଆ ବାବୁଙ୍କୁ ଘାରିଥିଲା ସମ୍ପତ୍ତିର ନିଶା !
ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ।ପ୍ରାୟ ୯ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି 1 କୋଟି 30 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଭୁବନେଶ୍ୱର ସୁନ୍ଦରପଦାରେ ୧୮ଶହ ବର୍ଗ ଫୁଟ ରେ ଏକ ଡୁପ୍ଲେକ୍ସ ଘର ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ ....Vigilance Raid; 5 ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବଡ ସରକାରୀ ଅଧିକାରୀ - Vigilance apprehends two officials

ସେହିପରି କେନ୍ଦୁଝରରେ ପ୍ରାୟ ୫ ହଜାର ବର୍ଗ ଫୁଟ ସ୍ଥାନରେ ଦୁଇଟି ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିଛି । ଏହା ବ୍ୟତୀତ ୫୩ ଲକ୍ଷ ୫୩ ହଜାର ଟଙ୍କାର ବ୍ୟାଙ୍କ ଜମା, 11 ଟି ପ୍ଲଟ, ଏକ ଦାମୀ କାର, ଦୁଇଟା ମୋଟର ସାଇକେଲ, ସେହିଭଳି 54 ଲକ୍ଷ ଟଙ୍କାର ଘରର ଆସବାବପତ୍ର ସମେତ ପାଖାପାଖି ୧୫ ଲକ୍ଷ ଟଙ୍କାର ନଗଦ କ୍ୟାସ ଠାବ କରିଛି ଭିଜିଲାନ୍ସ ବିଭାଗ ।

ଏହା ମଧ୍ୟ ପଢନ୍ତୁ ....Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada

କେଉଁଠି କେଉଁଠି କାର୍ଯ୍ୟରତ ଥିଲେ ଧରଣୀଧର ?
କେବଳ ସେତିକି ନୁହେଁ, ମାତ୍ର 10 ବର୍ଷର ଚାକିରୀରେ ଅମାପ ସମ୍ପତ୍ତିର ମାଲିକ ହୋଇ ପାରିଥିଲେ ଧରଣୀଧର । 2014 ମସିହାରେ ସେ ପ୍ରଥମେ କୋରାପୁଟରେ ଖଣି ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ଥିଲେ । ସେଠାରେ 7 ବର୍ଷ କାମ କରିବା ପରେ 2021ରେ ତାଳଚେରକୁ ଟ୍ରାନ୍ସଫର ହୋଇଥିଲେ ଏବଂ 2022ରେ ଉପ-ନିର୍ଦେଶକ ଭାବେ ପଦୋନ୍ନୋତି ପାଇଥିଲେ । ତେବେ ନିଜ ମୋଟ ଆୟ ଠାରୁ 519 ଗୁଣ ଅଧିକ ଟଙ୍କାର ସମ୍ପତ୍ତି ସେ ଠୁଳ କରିଛନ୍ତି ।ଏହି ଅଭିଯୋଗରେ ଧରଣୀଧରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ ...Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ - VIGILANCE RAID

ବଡ଼ କଥା ହେଉଛି କି ମାତ୍ର 10 ବର୍ଷର ଚାକିରୀ କାଳ ମଧ୍ୟରେ ସେ 5 କୋଟି ଟଙ୍କାର ସମ୍ପତ୍ତି ଠୁଳ କରି ଥିଲେ ଧରଣୀଧର । ଖଣି ମାଫିଆଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ସେ ସମ୍ପତ୍ତିର ପାହାଡ଼ ଛିଡା କରି ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2024, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.