ETV Bharat / state

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ, ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା କବଚ ଭାୟାଡକ୍ଟ

author img

By ETV Bharat Odisha Team

Published : Mar 12, 2024, 6:23 PM IST

Khurda Balangir Railway Project: ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ । ବନ୍ୟଜନ୍ତୁ ଓ ଜଙ୍ଗଲ ପାଇଁ ଲାଗିବ ସୁରକ୍ଷା କବଚ VIADUCT । ଅଧିକ ପଢନ୍ତୁ

Khurda Balangir Railway Project
Khurda Balangir Railway Project
Khurda Balangir Railway Project

ଭୁବନେଶ୍ବର: ଜୋରଦାରରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାମ । ତେବେ ଏହି ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହେଉଥିବାବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲାଗିବ VIADUCT । ବାଣିଗୋଛା ଷ୍ଟେସନ ପୂର୍ବରୁ ଥିବା ବଦଲା ଜଙ୍ଗଲ ଭିତରେ ଚାଲିଛି ଭାୟାଡକ୍ଟ ନିର୍ମାଣ । ବନ୍ୟପ୍ରାଣୀଙ୍କୁ ଟ୍ରେନ ଦୁର୍ଘଟଣାରୁ ସୁରକ୍ଷା, ଜଙ୍ଗଲ ସୁରକ୍ଷା ସାଙ୍ଗକୁ ଜମି ଅଧିଗ୍ରହଣ ଓ କମ୍ ଜଙ୍ଗଲ ନଷ୍ଟ ଉଦ୍ଦେଶ୍ୟ ନେଇ VIADUCT ନିର୍ମାଣ ଜାରି ରହିଛି । ଏହାଦ୍ବାରା ରେଲୱେ ଗମନାଗମନ ଖୋର୍ଦ୍ଧା ବଲାଙ୍ଗୀରକୁ ସୁଗମ ହେବ, ହେଲେ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କୁ କୌଣସି କ୍ଷତି ପହଞ୍ଚିବ ନାହିଁ । ୩ଶହ ମିଟର ଭାୟାଡକ୍ଟ ସବୁ ଦିଗରେ ସହାୟକ ହେବ ବୋଲି କହିଛନ୍ତି ପୂର୍ବତଟ ରେଳବାଇର ଚିଫ୍ ଡେପୁଟି ଇଞ୍ଜିନିୟର । ସେପଟେ ଏହି ପ୍ରକଳ୍ପ କାର୍ଯ୍ୟ ଡିସେମ୍ବର 2026 ସୁଦ୍ଧା ସାରିବା ପାଇଁ ଲକ୍ଷ ରଖିଛି ରେଳ ବିଭାଗ ।

ଏନେଇ ରେଳ ବିଭାଗର ଡେପୁଟି ଚିଫ୍ ଇଞ୍ଜିନିୟର ରାଜେଶ କୁମାର ଦାସ କହିଛନ୍ତି, "ଏହି ବ୍ରିଜର ଏକ ବିଶେଷତ୍ଵ ହେଉଛି VIADUCT । ଯେଉଁଥିରେ ଟ୍ରେନ ଚଳାଚଳ କରିବା ସମୟରେ ଅଧିକ ଶବ୍ଦ ହେବ ନାହିଁ । ଏହା VIADUCT 11*24.4 ମିତ୍ରା କମ୍ପୋଜିଟ ଗ୍ୟାଡର ଅଟେ । ଏହାର ପିଲରର ଉଚ୍ଚତା 8 ମିଟରରୁ 18 ମିଟର ରହିଛି । ଯାହା ଜଙ୍ଗଲ ମଧ୍ୟରେ ଯେଉଁଠାରେ ଆବଶ୍ୟକ ସେଠାରେ ସ୍ଥାନ ଦେଖି ପିଲର କରାଯାଉଛି । ଏଠାରେ 10ଟି ପିଲର କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ଫରେଷ୍ଟ ଲ୍ୟାଣ୍ଡ ସୁରକ୍ଷା କରିବା ସହ ବନ୍ୟଜନ୍ତୁ ଚଳପ୍ରଚଳ କରିବା ସମୟରେ ଶବ୍ଦକୁ ଦୃଷ୍ଟିରେ ରଖାଯାଇଛି । ଏହାରି ମଧ୍ୟରେ ନୟାଗଡ଼ରୁ ଦଶପଲ୍ଲା ମଧ୍ୟରେ 3ଟି ହାତୀ କରିଡ଼ର ମଧ୍ୟରେ କରାଯାଇଛି । ଏହି ରେଳ ପ୍ରକଳ୍ପଟି ଆଡେଣୀଗଡରୁ ବଦଲା ଏବଂ ବାନିଗୋଛାରୁ ବଦଲା ମଧ୍ୟରେ କରାଯାଇଛି । ବିଶେଷ ଭାବରେ ନୟାଗଡ଼ ଜିଲ୍ଲାରେ 2ଟି ବୌଦ୍ଧରେ 4ଟି VIADUCT ପ୍ରକଳ୍ପ । ଏହି ବ୍ରିଜରେ ଶବ୍ଦ ନହେବା ପାଇଁ କମ୍ପୋଜିଟ ଗ୍ୟାଡର କରାଯାଇଛି । ଷ୍ଟିଲ ଉପରେ ଦିଆଯାଉଛି କାମ୍ପୋଜିଟ ଗ୍ୟାଡର ।"

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ; ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ସେ ଆହୁରି ମଧ୍ୟ କହିଛନ୍ତି, "ଦ୍ବିତୀୟ ସ୍ଥାନରେ କାର୍ଯ୍ୟ କରାଯାଉଥିବା VIADUCT ସ୍ଥାନଟି ହେଉଛି ଜାମୁସାହିରୁ ବାଣିଗୋଛା । ଏଠାରେ ପିଲାର 10 ମିଟରରୁ 26 ମିଟର ପର୍ଯ୍ୟନ୍ତ କରାଯାଉଛି । ତେବେ ଖୋର୍ଦ୍ଧା ରୋଡଠାରୁ ବଲାଙ୍ଗୀର ମଧ୍ୟରେ ମୋଟ 183 ପିଲାର ରହିଛି । ଅନ୍ୟପଟେ ଆଉ ଏକ ପ୍ରକଳ୍ପ ତେଲ ନଦୀ ଉପରେ ତିଆରି ସରିଛି ରେଳ ବ୍ରିଜ । ଏହି ବ୍ରିଜ ତିଆରି ପାଇଁ ବହୁତ ଚ୍ୟାଲେଞ୍ଜିଂ ସହ ୫ ବର୍ଷ ପାଖାପାଖି ସମୟ ଲାଗିଥିଲା । ଏହି ବ୍ରିଜ ପାଖାପାଖି ୮୦୦ ମିଟରର ତିଆରି କରାଯାଇଛି । ଏହି ବ୍ରିଜ ନିର୍ମାଣ ଦ୍ୱାରା ରେଲୱେ କ୍ଷେତ୍ରରେ ବୌଦ୍ଧ ଓ ସୋନପୁର ଜିଲ୍ଲା ସଂଯୋଗ ହୋଇପାରିବ । ଖୁବଶୀଘ୍ର ଏହି ବ୍ରିଜରେ ଟ୍ରାଏଲ ରନ କରାଯିବ । ଏହାପରେ ଏହା ଖୋର୍ଦ୍ଧା ବଲାଙ୍ଗୀର ସହ ମିଶିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.