ETV Bharat / state

ରାଜଧାନୀରେ ସୈନିକ ପ୍ରତିବାଦ ସମାବେଶ, ୧୦ ଦଫା ଦାବି ନେଇ ଆନ୍ଦୋଳନ - Veteran Soldiers Association

Veteran Soldiers Association Protest: ୧୦ ଦଫା ଦାବି ନେଇ ଭେଟେରାନ ସୋଲଜର୍ସ ଆସୋସିଏସନର ବିକ୍ଷୋଭ । ସହୀଦ ପରିବାରକୁ ସରକାରୀ ସହାୟତା ୧ କୋଟିକୁ ବୃଦ୍ଧି କରିବାକୁ ଦାବି । ଅଧିକ ପଢନ୍ତୁ

Veteran Soldiers Association
Veteran Soldiers Association
author img

By ETV Bharat Odisha Team

Published : Mar 11, 2024, 1:03 PM IST

Veteran Soldiers Association Protest

ଭୁବନେଶ୍ୱର: ଯବାନ ସରଂକ୍ଷିତ ଜମି ପାଇଁ ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ଅଲ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନ । ଗାନ୍ଧୀମାର୍ଗରେ ରାଜଧାନୀରେ ସୈନିକ ପ୍ରତିବାଦ ସମାବେଶ କଲେ ଆସୋସିଏସନର ସଦସ୍ୟ । ବିଶେଷ କରି ସରକାରଙ୍କ ଦ୍ୱାରା ଯବାନଙ୍କ ଲିଜ ଜମିକୁ ରଦ୍ଦ କରି ପ୍ରଭାବଶାଳୀ ଏବଂ ମାଫିଆଙ୍କୁ ଦିଆଯାଉଥିବାରୁ ଏହାକୁ ବିରୋଧ କରି ଲୋୟର ପିଏମଜିରେ ବିକ୍ଷୋଭ ପଦର୍ଶନ କରିଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭେଟେରାନ ସୋଲଜର୍ସ ମାନେ । ସହୀଦ ପରିବାରକୁ ଏକ କୋଟି ସହାୟତା ରାଶି ପ୍ରଦାନ କରିବା, ରାଜ୍ୟରେ ସହୀଦ ସ୍ମାରକୀ ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ ବିକ୍ଷୋଭକାରୀ ।

ବିକ୍ଷୋଭକାରୀ ମାନେ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ''ଜୀବନକୁ ବାଜି ଲଗାଇ ଦେଶମାତୃକାର ସେବା କରିଥିବା ସୈନିକଟିଏ ଆଜି ନିଜ ମାଟିରେ ଅସୁରକ୍ଷିତ । ନିଜର ସୁରକ୍ଷା, ଅଧିକାର ପାଇଁ ସେ ଆଜି ସଂଘର୍ଷ କରୁଛି । ପୋଲିସ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସନିକ ଅଧିକାରୀ ଆମ କଥା ବୁଝିବା ପରବର୍ତ୍ତେ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି । ଚାକିରିରୁ ଅବସର ନେଇ ଆସିବା ପରେ ଆମକୁ ଦିଆଯାଇଥିବା ଯବାନ ଲିଜ ଜମି ଖଣ୍ଡେ ମଧ୍ୟ ଆମ ଠାରୁ ଛଡାଇ ନିଆଯାଉଛି ।''

ଏହା ମଧ୍ୟ ପଢନ୍ତୁ-ଖଡ଼ିଆଳରେ ଆଦିବାସୀ ମେଳି, ୮ ଦଫା ଦାବି ନେଇ ବିଡିଓଙ୍କୁ ଦେଲେ ଦାବିପତ୍ର

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ବରାଷ୍ଟ୍ର ବିଭାଗ ରେଜୁଲେସନ ନଂ 11323-35-29/63 ପୋଲ ୧୪ ମେ ୧୯୬୩, ନଂ 59216 ତାରିଖ 24 ଅକ୍ଟୋବର 1986 ଏବଂ ରାଜସ୍ୱ ବିଭାଗ ସଂକଳ୍ପ ନଂ GE (GL)-S-62/97-19513, 16 ଏପ୍ରିଲ 1998 ଅନୁସାରେ ଯୁଦ୍ଧକ୍ଷେତ୍ର ଓ ଫରୱାର୍ଡ ଅଞ୍ଚଳରେ ନିଯୁକ୍ତ ଯବାନମାନଙ୍କୁ 5 ଏକର 'ଯବାନ ସରଂକ୍ଷିତ ଜମି' ଦିଆଯାଉଥିଲା । କିନ୍ତୁ ଜମିର ଅଭାବ ଦର୍ଶାଇ ସ୍ବରାଷ୍ଟ୍ର ରେଜୁଲେସନ ନଂ 7390-ପୋଲ/2-04/2013 Poll, 19 ଫେବୃଆରି 2014ରେ ପୂର୍ବ ନିର୍ଦ୍ଦେଶକୁ ବାତିଲ କରାଯାଇଛି । କିନ୍ତୁ RTI ତଥ୍ୟ ଅନୁସାରେ 2012ରେ ପ୍ରାୟ 3 ଲକ୍ଷ ଏକର ଜମି ଏଥିପାଇଁ ସଂରକ୍ଷିତ ଥିବାର ଉଲ୍ଲେଖ ରହିଛି । ତେଣୁ ଯବାନ ଲିଜ ଜମି ଅଭାବ ଥିବା କଥା ଅସତ୍ୟ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ବିକ୍ଷୋଭକାରୀ କହିଛନ୍ତି, "ସରକାରଙ୍କ ଦ୍ଵାରା ଯବାନମାନଙ୍କୁ ଦିଆଯାଉଥିବା ଯବାନ ଲିଜ ଜମି ରଦ୍ଦ କରି ଏହାକୁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ଲୋକ ଏବଂ ପଥର ଖଣି ମାଫିଆମାନଙ୍କୁ ଆବଣ୍ଟନ କରାଯାଇଛି । ସରକାର ଦେଶ ବାହାରୁ ଆସୁଥିବା ବଙ୍ଗଳାଦେଶୀ ଶରଣାର୍ଥୀମାନଙ୍କୁ 7 ଏକର ଜମି ଦେଇ ଥଇଥାନ କରୁଛନ୍ତି । କିନ୍ତୁ ଏହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଦେଶର ସୈନିକଠୁ ତାର ଜମିଗତ ଅଧିକାର ଛଡାଇ ନେଇଛନ୍ତି । ଏହାକୁ କଣ କହିବା ? ଦେଶପ୍ରେମ ନା ଦେଶଦ୍ରୋହ ?" ଏହାର ଜବାବ ଓଡିଶାର ଚାରି କୋଟି ଜନତା ଦେବେ ବୋଲି କହିଛନ୍ତି ଧାରଣରତ ସୋଲଜର୍ସ ଆସୋସିଏସନ ସଦସ୍ୟ ।

ଦାବି ଗୁଡିକ ମଧ୍ୟରେ ରହିଛି, ସହୀଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବାଙ୍କି ତହସିଲଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ସହୀଦ ପରିବାରକୁ ସରକାରୀ ସହାୟତା ୧ କୋଟିକୁ ବୃଦ୍ଧି କରିବା, ରାଜ୍ୟର ସହୀଦ/ସ୍ଵାଧୀନତା ସଂଗ୍ରାମୀଙ୍କ ନାମରେ ସ୍ମାରକମାନ ପ୍ରତିଷ୍ଠା କରିବା, ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ଯବାନଙ୍କ ସ୍ମାରକ ତିଆରି କରିବା, ସହୀଦ ପରିବାରରେ ଜଣକୁ ନିଶ୍ଚିତ ସରକାରୀ ନିଯୁକ୍ତି, ରାଜ୍ୟ ସୈନିକ ବୋର୍ଡ ସେକ୍ରେଟାରୀଙ୍କୁ ବରଖାସ୍ତ କରିବା ଓ ସୈନିକ ଭବନରେ ସରକାରୀ ଅଫିସ ବନ୍ଦ କରିବା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.