ETV Bharat / state

ଚାଷୀ ଉପରେ ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ, ପ୍ରଭାବିତ ହେଉଛି ପରିବା ଚାଷ - Khordha Vegetable Farmers

Farmers Are Worried About Heat Wave In Khordha: ଉତ୍ତାପ ଖରା ପ୍ରଭାବରେ ପାଣି ଅଭାବ ଦେଖାଦେଇଛି । ଫଳରେ ଫସଲ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 7, 2024, 4:55 PM IST

ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ
ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ
ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ

ଖୋର୍ଦ୍ଧା: ଡହଡହ ଖରା ସାଙ୍ଗକୁ ପ୍ରଚଣ୍ଡ ତାତି । ଧିରେ ଧିରେ ଉତ୍ତାପ ବଢୁଥିବା ବେଳେ ପ୍ରଭାବିତ ହେଇଛି ଜନଜୀବନ । ଲାଗୁଛି ଯେମିତି ତତଲା କଡେଇରେ ଭାଜି ହେଉଛି ଓଡିଶା । ସେପଟେ ରାଜ୍ୟରେ ଏ ବର୍ଷର ତାପମାତ୍ରା ରେକର୍ଡ ଛୁଇଁଛି । ଏହି ତାତିରେ କେବଳ ଜନଜୀବନ ନୁହେଁ ଫସଲ ଉପରେ ବି ପ୍ରଭାବ ପକାଇଛି । ପାଣି ଅଭାବରୁ ଜମି ଫାଟି ଆଁ କରିବାକୁ ବସିଥିବା ବେଳେ ଫସଲ ସବୁ ସୁଖି ନଷ୍ଟ ଯାଉଥିବା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ଦକ୍ଷିଣ ବେଗୁନିଆ ଅଞ୍ଚଳରେ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଛି ।

ତେବେ ଖୋର୍ଦ୍ଧା ଜିଲ୍ଲା ଦକ୍ଷିଣ ବେଗୁନିଆ ଅଞ୍ଚଳ ବିଶେଷ ଭାବରେ ଚାଷ ବାସ ଅଞ୍ଚଳ ଭାବରେ ଜଣାଯାଏ । ଅଧିକାଂଶ ଲୋକ ଏଠାରେ ରବି ଫସଲ ଓ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ଚଳିତ ବର୍ଷର ପ୍ରଚଣ୍ଡ ଖରାରେ ନଈ, ନାଳ ସହ କେନାଲ ଆଦିରେ ପାଣି ବୁନ୍ଦିଏ ନଥିବାରୁ ଚାଷ ଜମି ସବୁ ଫାଟି ଆଁ କଲାଣି । ବିଶେଷ ଭାବରେ ବେଗୁନିଆ ଅଞ୍ଚଳର ସିକୋ ପଞ୍ଚାୟତରେ ଅନେକ ଜମି ଏବେ ଫାଟି ଆଁ କରିଛି । ଏହି ଅଞ୍ଚଳ ଦେଇ ଯାଇଥିବା ମାଲାଗୁଣି ନଦୀରେ ପାଣିର ଧାରା ଏପ୍ରିଲ ପ୍ରଥମ ସପ୍ତାହରୁ ହିଁ ଶୁଖିଲା ପଡିଛି । ଉଠା ଜଳସେଚନ ବିଭାଗର ପ୍ରକଳ୍ପ ମାଧ୍ୟମରେ ପାଣି ପାଉଥିବା ଚାଷ ଜମି ଏବେ ଶୁଖିଲା ପଡ଼ିଥିବାରୁ ପାଣି ପାଇ ପାରୁନାହାନ୍ତି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଅସହ୍ୟ ଗରମ ଗୁଳୁଗୁଳି, ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ - Heat Wave In Boudh

ଏହା ମଧ୍ୟ ପଢ଼ନ୍ତୁ...ଅଂଶୁଘାତ ରୋକିବାକୁ ପଦକ୍ଷେପ, ଖରାରେ କାମ କରିବେନି ଶ୍ରମିକ - ODISHA WEATHER

ସେପଟେ ଚାଷୀମାନେ ବିଶେଷ ଭାବରେ ବାଇଗଣ, ଟମାଟୋ, ସୂର୍ଯ୍ୟମୁଖୀ, କଲରା, ଝୁଡଙ୍ଗ ଆଦି ଫସଲ କରିଥିବା ବେଳେ ଜମି ସବୁ ଶୁଖି ଯାଇଥିବାରୁ ଫଳ ଧରୁନଥିବା କହିଛନ୍ତି ଚାଷୀ । କିଛି ଚାଷୀଙ୍କର ଏବେ ବାଇଗଣ ଅମଳ ହେବାକୁ ବସିଥିବା ବେଳେ, ଗଛରେ ଆଉ ଫଳ ଧରୁ ନଥିବା ଦେଖି ତରତର ହୋଇ ପ୍ରଥମ ଅମଳକୁ ଶେଷ ଅମଳ ଭାବି ନେଇଛନ୍ତି । ତେବେ ଧାର ଉଦ୍ଧାର କରି ଚାଷ କରିଥିବା ଚାଷୀଙ୍କ ପାଇ ଏହି ଖରା ଏଵେ ଚିନ୍ତା ବଢ଼ାଇ ଦେଇଛି । ହାତ ଉଧାରୀ କେମିତି ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଯାହାକୁ ନେଇ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଚାଷୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.