ETV Bharat / state

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଦ୍ବିତୀୟ ଦିନ; ଆଜି 30 MOU, ୩ ଲକ୍ଷ କୋଟିର ନିବେଶ - UTKARSH ODISHA 2025

ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ବିତୀୟ ଦିନ । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସୂଚନା, ଆଜି ୩୦ଟି MoU ପ୍ରସ୍ତୁତ ଅଛି ।

Industry Secretary Hemant Sharma on Utkarsh Odisha
Industry Secretary Hemant Sharma on Utkarsh Odisha (ETV Bharat Odisha)
author img

By ETV Bharat Odisha Team

Published : Jan 29, 2025, 1:02 PM IST

Updated : Jan 29, 2025, 1:12 PM IST

ଭୁବନେଶ୍ୱର: ଆଜି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ଦ୍ୱିତୀୟ ଦିନ । ଗତକାଲିଠୁ ଆରମ୍ଭ ହୋଇଛି ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀ । ଶିଳ୍ପ ମହାକୁମ୍ଭର ପ୍ରଥମ ଦିନରେ ଓଡିଶାକୁ ଛୁଟିଥିଲା ନିବେଶ ସମ୍ଭାର । 54ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ 4 ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିବାକୁ ଯାଉଛି ।

Industry Secretary Hemant Sharma on Utkarsh Odisha (ETV Bharat Odisha)

ଆଜି 30 MoU- ଶିଳ୍ପ ସଚିବ

ଆଜି ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ହେବ 30ଟି MoU ସ୍ୱାକ୍ଷରିତ । 'ଇଟିଭି ଭାରତ'କୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି, "ଆଜି 30ଟି MoU ପ୍ରସ୍ତୁତ ଅଛି, ମୁଖ୍ୟମନ୍ତ୍ରୀ ସ୍ବାକ୍ଷର କରିବେ । ୩ ଲକ୍ଷ କୋଟି ଟଙ୍କାର 30ଟି MoU ସ୍ବାକ୍ଷରିତ ହେବ । ଉତ୍କର୍ଷ ଓଡ଼ିଶା ପ୍ରଥମ ଦିନରେ 54ଟି MOU ସ୍ବାକ୍ଷରିତ ହୋଇଥିଲା ।"

ସାଢ଼େ 4 ଲକ୍ଷ କୋଟି ଟଙ୍କାର ନିବେଶ ଆସିବ-

ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, " ଗତକାଲି 54ଟି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ । ଚଳିତ ଉତ୍କର୍ଷ ଓଡ଼ିଶାରୁ 6 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"

ଉତ୍କର୍ଷ ଓଡ଼ିଶାରେ 6 ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି- ହେମନ୍ତ ଶର୍ମା

"ଉତ୍କର୍ଷ ଓଡ଼ିଶାରେ 6 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି ଲକ୍ଷ୍ୟ ନେଇ ଆମେ ଆଗେଇଛୁ । ଗୋଟିଏ ଉଦେଶ୍ୟ ନିଯୁକ୍ତି ,ମୂଳ ଉଦେଶ୍ୟ ହେଉଛି ରୋଜଗାର ସୃଷ୍ଟି କରିବା । ଆମ ପାଖକୁ 300 ସହ ଅପିଲକେସନ ଆସିଛି ସେଥିରୁ ଆମେ 54ଟି ବାଛିଲୁ । ଆମ ରାଜ୍ୟ ପ୍ରାକୃତିକ ସମ୍ପଦ ଭରା ତେଣୁ ଏହାର ସୁନବିନିଯୋଗ କରି ଅଧିକ ନିଯୁକ୍ତି କରିବା ଆମର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେମିତି କହିଲେ ଫିନିସ୍ଡ ଉତ୍ପାଦ ଆମେ ସିଧାସଳଖ ପ୍ରସ୍ତୁତ କରିବା । ଓଡିଶା ପର୍ଯ୍ୟଟନ ହବ୍ ହେବ ସେନେଇ କାର୍ଯ୍ୟ କରିବା," 'ETV Bharat' କୁ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇ ଏହା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଫୋକସରେ କେଉଁ କେଉଁ ସେକ୍ଟର-

"ଉତ୍କର୍ଷ ଓଡ଼ିଶାରେ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି ତାହା ଠାରୁ ଅଧିକ ପୁଞ୍ଜି ଆସିବ । ଆଜି ପ୍ରାୟ ଆଉ 30 mou ସ୍ୱାକ୍ଷରିତ ହେବା ସହ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଶା ପ୍ରକଟ କରାଯାଇଛି । ଏନେର୍ଜି, ପର୍ଯ୍ୟଟନ , ଫୁଡ଼ ପ୍ରୋସେସିଂ, ମିଡିଆ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ଆଲୋଚନା ଅଛି । ମହିଳାଙ୍କୁ ସଶକ୍ତ କରାଯିବ ସେଥିପାଇଁ ସୁଭଦ୍ରାରୁ ମୁଦ୍ରା ,ମହିଳା ମାନଙ୍କ ପାଇଁ, ମହିଳା ଉଦ୍ୟୋଗୀ ମାନଙ୍କୁ ମୁଦ୍ରା ଯୋଜନାରେ ଋଣ ଦିଆଯିବ।ସ୍କିଲଡ ଓଡିଶା ଆରମ୍ଭ ହେବ । ଆଇଟିଆଇ, ପୋଲିଟେକନିକ୍ କ୍ଷେତ୍ରରେ ଦକ୍ଷତା ବିକାଶ ସହ ଓଡ଼ିଶାର କିଭଳି ଅଧିକ ଦକ୍ଷ ହେବେ ସେ ନେଇ ଆଲୋଚନା ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହେବ । ପର୍ଯ୍ୟଟକ ବୃଦ୍ଧି ପାଇବେ ସେ ଉପରେ ଫୋକସ ରହିଛି," କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଦ୍ବିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ-

"ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁଯୋଗ ଅଛି । ଓଡ଼ିଶାରେ ନିବେଶ ପାଇଁ ଏବେ ପ୍ରକୃଷ୍ଟ ସମୟ । ରାଜ୍ୟର 6ଟି ସ୍ଥାନରେ ଇକୋ ରିଟ୍ରିଟ୍ ଚାଲିଛି, ସବୁ ହାଉସଫୁଲ । କୋରାପୁଟ ବହୁତ ସୁନ୍ଦର, କିନ୍ତୁ କୋରାପୁଟ ପାଇଁ କିଛି MoU ନାହିଁ," ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଶିଳ୍ପ ମହାକୁମ୍ଭରୁ ଓଡିଶାକୁ ଛୁଟିଲା ନିବେଶ ସମ୍ଭାର-

ଗତକାଲିଠୁ ଆରମ୍ଭ ହୋଇଥିବା ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ପ୍ରଥମ ଦିନରେ ସ୍ବାକ୍ଷର ହୋଇଥିଲା 54 ଚୁକ୍ତିନାମା । ବିଭିନ୍ନ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡିଶାକୁ ଆସିବାକୁ ଯାଉଛି । ଏହା ଭିତରୁ ସବୁଠୁ ବଡ ଚୁକ୍ତି ‘ଆଦାନୀ’ ଗ୍ରୁପ ସହ ସ୍ବାକ୍ଷର କରିଛି ଓଡିଶା ।

ଏହା ବି ପଢନ୍ତୁ-ଉତ୍କର୍ଷ ଓଡିଶା ସମ୍ମିଳନୀ: ପ୍ରଥମ ଦିନରେ 54ଟି ଚୁକ୍ତିନାମା, ଆସିଲା ସାଢେ 4ଲକ୍ଷ କୋଟିର ନିବେଶ - UTKARSH ODISHA CONCLAVE 2025

ଏହା ବି ପଢନ୍ତୁ- 'ଉତ୍କର୍ଷ ଓଡ଼ିଶା'ରେ ୫ ଲକ୍ଷ କୋଟିଠୁ ଢେର ଅଧିକ ପୁଞ୍ଜିନିବେଶ ସମ୍ଭାବନା: ମୁଖ୍ୟମନ୍ତ୍ରୀ - UTKARSH ODISHA 2025

ପ୍ରଥମ ଦିନରେ ସାଢେ 4 ଲକ୍ଷ କୋଟି ଟଙ୍କାର ନିବେଶ-

୫୪ଟି ଏମଓୟୁରୁ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ ସହ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣା ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ସହ ଏମଓୟୁ ହୋଇଛି । ଏଥିରେ ପ୍ରାୟ ୩୦ ରୁ ୪୦ ହଜାର କୋଟି ପୁଞ୍ଜିନିବେଶ ହେବ। ଆଜି ସ୍ବାକ୍ଷରିତ ହୋଇଥିବା ମୋଟ ଚୁକ୍ତିନାମାରେ ଓଡିଶା ମୋଟ ସାଢେ 4 ଲକ୍ଷରୁ ଅଧିକ ଟଙ୍କାର ନିବେଶ ପାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

ବଡ ନିବେଶ କଲେ ଆଦାନୀ, ଜିନ୍ଦଲ ଓ ବିର୍ଲା

୨.୨୮ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଆଦାନୀ ଗ୍ରୁପ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ ଚୁକ୍ତି ହୋଇଛି ।JSPL ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଦୁଇ ଦିନ ଉତ୍କର୍ଷ ଓଡ଼ିଶା-

ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ 28 ଓ 29 ଦୁଇଦିନ ଧରି ଚାଲିବ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-2025 । ଦେଶର ଶ୍ରେଷ୍ଠ ୫ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନେଇ ଆୟୋଜନ ହେଉଛି କାର୍ଯ୍ୟକ୍ରମ ।

ଇଟିଭି ଭାରତକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର:

'ଇଟିଭି ଭାରତ'କୁ ଏକ୍ସକ୍ଲୁସିଭସ୍ ସାକ୍ଷାତକାର ଦେଇ କହିଛନ୍ତି, "ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡିଶା କନକ୍ଲେଭକୁ ଆମେ ସମସ୍ତେ ଅପେକ୍ଷା କରିଥିଲେ । ଆଜି ସେହି ଦିନ ଆସି ସାରିଛି । ଆଜି ଜାନୁଆରୀ 28 ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥା ସମୟରେ ଆସି ଆଜି ଓଡିଶାବାସୀଙ୍କୁ ଏବଂ ଯେଉଁମାନେ ପୁଞ୍ଜିନିବେଶ କରିବେ ସେମାନଙ୍କୁ ସମ୍ବୋଧନ କରିଛନ୍ତି । ବହୁତ ବହୁତ ଉତ୍ସାହିତ କରିଛନ୍ତି । ଏଠାରେ ପୁଞ୍ଜିନିବେଶକାରୀଙ୍କୁ ପୁଞ୍ଜିନିବେଶ କରିବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ।"

Last Updated : Jan 29, 2025, 1:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.