ETV Bharat / state

ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ମର୍ଯ୍ୟାଦାର ସହ ହେବ ଉତ୍କଳ ଦିବସ - Utkal Divas 2024 - UTKAL DIVAS 2024

Utkal Divas 2024: ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ହେବ ଉତ୍କଳ ଦିବସ ପାଳନ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 29, 2024, 10:18 PM IST

ଭୁବନେଶ୍ବର: ଚଳିତ ବର୍ଷ ଉତ୍କଳ ଦିବସକୁ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଏହି ଦିବସ ପାଳନ ହେବ । ଏଥି ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ମୁତାବକ ଉତ୍କଳ ଦିବସ ପାଳନର ରୂପରେଖ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରାରମ୍ଭିକ ସୂଚନା ଦେଇଛନ୍ତି । ପ୍ରମୁଖ ଶାସନ ସଚିବ ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଉତ୍କଳ ଦିବସକୁ ସଠିକ ମର୍ଯ୍ୟାଦାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ରେକର୍ଡ ମାଧ୍ୟମରେ କେବଳ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ । ସକାଳ ସମୟରେ ପ୍ରଭାତ ଫେରି ଅନୁଷ୍ଠିତ ହେବ ।

ସେହିପରି ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ, ଶିକ୍ଷାବିତ, ବୁଦ୍ଧିଜୀବୀ ଆଦିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସମ୍ପର୍କରେ ଏକ ସାଧାରଣ ସଭା ଆୟୋଜନ ହେବ । ସଭା ଆରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ । ଏହି ସଭାକୁ ୧୮ ବର୍ଷରୁ କମ ବୟସ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଏହା ବ୍ୟତୀତ ବରପୁତ୍ରଙ୍କ ରଚନାରୁ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ । ଜିଲ୍ଲା ଓ ଉପଖଣ୍ଡର ପ୍ରମୁଖ ସରକାରୀ କୋଠାବାଡ଼ି ଗୁଡ଼ିକର ଆଲୋକସଜ୍ଜା କରାଯାଇପାରିବ । ଏହି କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ । କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଏବଂ ଦଳୀୟ ଲୋଗୋ ଆଦିର ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୨ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ଠିକ୍ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ଦେବାକୁ ନିର୍ଦ୍ଦେଶ - New Academic Session

ଏହି ଅବସରରେ କୌଣସି ଶୋଭାଯାତ୍ରା, ରାଜନୈତିକ ଭାଷଣ ଏବଂ ପ୍ରଚାର ସହ କୌଣସି ପ୍ରକାର ଶୋଭାଯାତ୍ରା, ମାନପତ୍ର ଏବଂ ଫଳକ ଆଦି ପ୍ରଦାନ ନ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ତିନୋଟି ଆରଡିସି ଜୋନର ଉପନିର୍ଦ୍ଦେଶକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.