ETV Bharat / state

ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ ଉପରେ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Urban development department

author img

By ETV Bharat Odisha Team

Published : Jun 25, 2024, 10:16 PM IST

Developmental Works in city: ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍‍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଅଧିକ ପଢ଼ନ୍ତୁ,

ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ
ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ (ETV Bharat Odisha)

ଭୁବନେଶ୍ବର: ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯାହାକି ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ନୂଆ ସରକାରର ପ୍ରାଥମିକତା । ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଟିମ ୱାର୍କ କରିବାର ଅବଶ୍ୟକତା ରହିଛି । ସେହିପରି ଅଫିସ କାର୍ଯ୍ୟ ସହିତ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ ବୋଲି କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।

ଉତ୍ତମ ସେବା ଯୋଗାବାକୁ ପାଇଁ ଟିମ ୱାର୍କ ଲୋଡ଼ା (ETV Bharat Odisha)

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସହରାଞ୍ଚଳ ବିଶେଷକରି ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟଗୁଡିକ ଜଳଉତ୍ସକୁ ଦୂଷିତ କରୁଥିବାରୁ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସେ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ଦପ୍ତରରେ ବସି ନରହି କ୍ଷେତ୍ର ଗସ୍ତରେ ଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଦିନ ଅତି କମରେ ତିନି ଚାରି ଘଣ୍ଟା ୱାର୍ଡ ପରିଦର୍ଶନ ପାଇଁ ସେ କହିଛନ୍ତି । ସହରାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଉପରେ ମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ଅଳ୍ପ ସମୟ ମଧ୍ୟରେ ଯେଭଳି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି । ସହରାଞ୍ଚଳରେ ଆଇନଶୃଙ୍ଖଳା ପାଇଁ ଅଧିକରୁ ଅଧିକ ସିସିଟିଭି ଲଗାଇବା ଉପରେ ମତ ଦେଇଛନ୍ତି । ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣାବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାର କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି । ଏମାନେ ଅତି କମରେ ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବେ । ଯଦି ଏଥିରେ କେହି ଖିଲାପ କରେ ତେବେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ: ମୁଖ୍ୟମନ୍ତ୍ରୀ - CM Mohan Majhi

ଉତ୍ତମ ସେବା ଯୋଗାବାକୁ ପାଇଁ ଟିମ ୱାର୍କ ଲୋଡ଼ା

ଭୁବନେଶ୍ୱରେ ଆରମ୍ଭ ହୋଇଥିବା ମେଟ୍ରୋ ରେଳ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସହରାଞ୍ଚଳର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ-ଭୁବନେଶ୍ୱର-ପୁରୀକୁ ସଂଯୋଗ କରି ଟ୍ରିପିଲ ସିଟି ଗଠନ ଉପରେ ଜୋର ଦେଇଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ ରାଜ୍ୟରେ ସହରାଞ୍ଚଳ ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ନୂତନ ସରକାରଙ୍କ ପାଇଁ ସହରୀ ବିକାଶ ନିମନ୍ତେ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରିବେ ସେଥିପାଇଁ ଟିମ ଅର୍ବାନ ପ୍ରସ୍ତୁତ ଥିବା ସେ କହିଛନ୍ତି । ସହରାଞ୍ଚଳଗୁଡିକୁ ଉତ୍ତମ ବସବାସର ଉପଯୋଗୀ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ବର୍ଜ୍ୟ ମୁକ୍ତ କରାଯିବ । ୨୦୧୯ ମସିହାରେ ସ୍ୱଚ୍ଛ ଭାରତ ସର୍ବେକ୍ଷଣରେ ଓଡିଶା ଦେଶର ୩୦ ତମ ସ୍ଥାନରେ ଥିବାବେଳେ ୨୦୨୩ରେ ଏହା ଦେଶର ଅଗ୍ରଣୀ ୪ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା । ୨୦୨୪ ମସିହାରେ ଜାତୀୟ ସ୍ତରରେ ଏକ ନମ୍ବରରେ ରହିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ କରାଯାଉଛି । ଏ କ୍ଷେତ୍ରରେ କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ୧୧୫ ଟି ପୌରାଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି । କୌଣସି ସହରରେ ନୂଆ ବର୍ଜ୍ୟ ଜମା କରିବାକୁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ସହର ବର୍ଜ୍ୟମୁକ୍ତ ହେବା ପାଇଁ ଉଦ୍ୟମ କରାଯିବ ।

ବର୍ଷାଋତୁରେ ଡ୍ରେନରେ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ କୁହାଯାଇଛି । ଯେଉଁଠାରେ ସ୍ଲାବ ପକାଯାଇ ପାରୁନାହିଁ ସେ ସବୁ ସ୍ଥାନରେ ବାଡ ବୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତେବେ ସେହି ସ୍ଥାନ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ଦାୟୀ କରାଯିବ । କର୍ମଶାଳାରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସୁଡାର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା, ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଦେବାଶିଷ ସିଂହ, ସୌରେନ୍ଦ୍ର ରାଉତରାୟ, ସୁଶାନ୍ତ କୁମାର ମିଶ୍ର, ଶିଖା ବିଶ୍ୱାଳ, ଶୁଭେନ୍ଦୁ କାନୁନଗୋ ଏବଂ ସଞ୍ଜୟ ପରମାଣିକ ପ୍ରମୁଖ ବରିଷ୍ଠ ପଦାଧିକାରୀ ସେମାନେ ଦାୟିତ୍ୱରେ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି । ଅତିରିକ୍ତ ଶାସନ ସଚିବ ୨୦୧୩ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଦୀନ ଦୟାଲ ଜାତୀୟ ଜୀବିକା ମିଶନ ଅଧିନରେ ମୁକ୍ତା, ଏନୟୁଏଲଏମ, ଷ୍ଟ୍ରିଟ ଲାଇଟ, ପିଏମଏସଭିଏ ନିଧି ଏବଂ ଆହାର ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.