ETV Bharat / state

ବଲାଙ୍ଗୀରରେ ରୂପାନ୍ତରଣ କାର୍ଯ୍ୟକ୍ରମ, 213 କୋଟି ଟଙ୍କାର ଉନ୍ନୟନମୂଳକ କାମର ଶିଳାନ୍ୟାସ - ପ୍ରକଳ୍ପର ଶିଳାନ୍ୟାସ

Renovation programme: 5T ଆଧାରରେ ସହରର ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୋଟ 213 କୋଟି ଟଙ୍କାର ଉନ୍ନୟନ ମୂଳକ କାମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Renovation programme
Renovation programme
author img

By ETV Bharat Odisha Team

Published : Mar 1, 2024, 9:30 AM IST

Renovation programme

ବଲାଙ୍ଗୀର: ଗତକାଲି(ଗୁରୁବାର) 5T ଆଧାରରେ ସହରର ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପୌରାଞ୍ଚଳର ବିକାଶ ପାଇଁ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପୌରାଞ୍ଚଳ ପାଇଁ ମୋଟ 213 କୋଟି ଟଙ୍କାର ଉନ୍ନୟନ ମୂଳକ କାମର ଶିଳାନ୍ୟାସ କରିଛନ୍ତି । ସେହିପରି ବଲାଙ୍ଗୀରରେ ପାନୀୟ ଜଳ ବାବଦକୁ 137 କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି ।

ବଲାଙ୍ଗୀର ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବଲାଙ୍ଗୀର ପୌରାଞ୍ଚଳର ସମସ୍ତ ଅଧିକାରୀ ତଥା ଅଧ୍ୟକ୍ଷା ଓ କାଉନସିଲରମାନେ ଉପସ୍ଥିତ ଥିଲେ । ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ମଧ୍ୟ ଉପସ୍ଥିତ ଥିଲେ । ସହରରେ ଥିବା 17ଟି ପୋଖରୀର ଉନ୍ନତି କରଣ ପାଇଁ ଟଙ୍କା ଅନୁଦାନ, ରାଜୀବ ନଗର ଥିବା ପାର୍କର ଉଦଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ବଲାଙ୍ଗୀର ପୋୖରାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଚେଷ୍ଟିତ ଅଛନ୍ତି । ଏଥିରେ ପୂର୍ବରୁ ଅନେକ ପ୍ରକଳ୍ପ କାମ ଚାଲିଥିବାବେଳେ ନୂଆ ପାର୍କ ସହିତ ପିଇବା ପାଣି ସମସ୍ୟା ପାଇଁ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଆସନ୍ତା 2025ରେ ସମ୍ପୂର୍ଣ୍ଣ ହେବ ଓ ବଲାଙ୍ଗୀରର ସମସ୍ତ ୱାର୍ଡବାସୀ ପିଇବା ପାଣି ପାଇବେ ।"

ଏହା ମଧ୍ୟ ପଢନ୍ତୁ...ଅମୃତ ଭାରତ ଯୋଜନାରେ ଯୋଡ଼ି ହେଲା କୋରାପୁଟ ରେଳ ଷ୍ଟେସନ, ଜଗନ୍ନାଥ ମନ୍ଦିର ଆକୃତିରେ ପ୍ରବେଶ ଦ୍ବାର

ଏହା ମଧ୍ୟ ପଢନ୍ତୁ...ଦ୍ବିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମରେ ଖୋଲିଲା ଆମ ବ୍ୟାଙ୍କ

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ

ସେହିପରି ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ କହିଛନ୍ତି, "ପୂର୍ବରୁ ବଲାଙ୍ଗୀର ପାଣି ସମସ୍ୟା ଦୂର କରିବା ପାଇଁ ବିଜୁ ପଟ୍ଟନାୟକ ମହାନଦୀରୁ ପାଣି ଆଣିଥିଲେ । ସେହିପରି 2013ରେ ବିଧାୟକ ଏ ୟୁ ସିଂହ ଦେଓଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଲନଦୀରୁ ପାଣି ଆଣିଥିଲେ । ସେହିପରି ଏବେ ସହର ବଢିଥିବାବେଳେ କିଛି ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଥିଲା। ତେବେ ନବୀନ ସରକାର ପୁଣି 137 କୋଟି ଟଙ୍କାରେ ନୂଆ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଯାହାଦ୍ୱାରା ଲକ୍ଷେରୁ ଉର୍ଦ୍ଧ୍ବ ଲୋକ ପିଇବା ପାଣି ପାଇବେ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.