ETV Bharat / state

ବଦଳିବ ୟୁନିଭରସିଟି ଆଇନ୍-୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ଜୋର ଧରିଲା ରାଜନୀତି; ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ହୋଇପାରିବ କହିଲେ କୁଳପତି - University amendment law

author img

By ETV Bharat Odisha Team

Published : Aug 14, 2024, 11:11 AM IST

University amendment law: ବଦଳିବ ୟୁନିଭରସିଟି ଆଇନ୍-୨୦୨୦ । ଏହା ଦ୍ବାରା ବିଶ୍ୱବିଦ୍ୟାଳୟର ଏଟନୋମୋ ରହିବା ଆବଶ୍ୟକ। ଏହା ସରକାରଙ୍କ ନିଷ୍ପତ୍ତି ଅଟେ ବୋଲି କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ 2020 କୁ ଆବଶ୍ୟକ ସଂଶୋଧନ କରିବା ପାଇଁ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ସମସ୍ତ କୁଳପତି ସ୍ଵାଗତ କରିବା ସହ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ପାଇପାରିବ। ପୂର୍ବରୁ ଯେଉଁ ସମସ୍ୟା ରହୁଛି ବିଶ୍ଵବିଦ୍ୟାଳୟ ସ୍ଥରରେ ତାହା ସମାଧାନ ହୋଇପାରିବ।

କଣ ରହିଛି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ- 2020
ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ ପ୍ରଣୟନ କରିଥିଲେ। ଯାହା ମୂଳ ଆଇନ ୧୯୮୯ ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା। ଏହି ଆଇନଟି ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତ ମାନଙ୍କର ସ୍ୱାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଥିଲା। ସଂଶୋଧିତ ଆଇନ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା। ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଛି। ତେବେ ଏପଟେ ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଧର୍ମେନ୍ଦ୍ର ପ୍ରଧାନ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, "ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ। ଯାହା ମୂଳ ଆଇନ ୧୯୮୯ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା। ବିଶେଷ କରି ଗମ୍ଭୀରଦାନ କେ ଗଡ଼ଭି ବନାମ ଗୁଜରାଟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୦୩, ୨୦୨୨ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏହି ଅସଙ୍ଗତି ଗଭୀର ଚିନ୍ତାର ବିଷୟ, ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଉପରେ ୟୁଜିସିର ସର୍ବୋଚ୍ଚ ନିୟମାବଳୀକୁ ସ୍ପଷ୍ଟ ଭାବେ ବଜାୟ ରଖାଯାଇଛି," ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି," ପୂର୍ବ ପରି ବିଶ୍ଵବିଦ୍ୟାଳୟ ଗୁଡ଼ିକ ହାତକୁ ସ୍ୱାୟତତା ଦେବା ନେଇ ଦୀର୍ଘ ଦିନ ହେବ ଆଲୋଚନା କରିସାରିଲୁଣି। ଓଡ଼ିଶାରେ ଓ କେନ୍ଦ୍ରରେ ସମଭାବାପନ୍ନ ସରକାର ଆସିବା ଏ ସମସ୍ୟା ତୁରନ୍ତ ଦୂର କରିବା ପାଇଁ ଆଲୋଚନା ହୋଇଛି। ୨୦୨୦ ମସିହାରେ ଯେଉଁ ବିଶ୍ଵବିଦ୍ୟାଳୟ ସଂଶୋଧନ ନୀତି ଓଡ଼ିଶା ସରକାର କରିଥିଲେ ସେ ସମୟରେ ବିରୋଧୀ ଦଳ ଭାବରେ ଆମେ ତାର ବିରୋଧ କରିଥିଲୁ।ଏହି ଆଇନ ସଂଶୋଧନର ଆମର ରାଜନୈତିକ ଦିଗଟିକୁ ଆମେ ବିଧାନସଭା ଭିତରେ ଓ ବାହାରେ ବିରୋଧ କରିଥିଲୁ।ଯାହା ନ୍ୟାୟିକ ପରିସର ଭିତରକୁ ଯାଇଥିଲା । କେନ୍ଦ୍ର ଏବଂ ରାଜ୍ୟରେ ସମାନ ସରକାର ଆସିବା ପରେ ଏହା ଉପରେ ଦୀର୍ଘ ଦିନ ଧରି ଆଲୋଚନା କରାଯାଉଥିଲା ।କେଉଁ ଭଳି ବିଶ୍ଵବିଦ୍ୟାଳୟଗୁଡ଼ିକ ହାତକୁ ସ୍ୱାୟତ୍ତ ଆସିବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପରେ ଏହାର ଗୁରୁତ୍ଵ ଆଜିର ଦିନରେ ରହିଛି ।"

କୁଳପତିଙ୍କ ପ୍ରତିକ୍ରିୟା
ସଂଶୋଧନ ଆଇନ କୁ ନେଇ କୁଳପତି ମାନେ କହିଛନ୍ତି ଯେ, ଏହା ଦ୍ବାରା ବିଶ୍ୱବିଦ୍ୟାଳୟର ଏଟନୋମୋ ରହିବା ଆବଶ୍ୟକ। ଏହା ସରକାରଙ୍କ ନିଷ୍ପତ୍ତି ଅଟେ ବୋଲି କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି । ଏପଟେ ବହୁତ୍ ଆବଶ୍ୟକତା ରହିଛି। ସମସ୍ତ ବିଦ୍ୟାଲୟକୁ ଅଟନୋମି ଦେବା। ତେଣୁ ସ୍ଵାଗତ କରିବ। ସ୍ୱତନ୍ତ୍ରତା ନଥିବା ଯୋଗୁଁ ଶିକ୍ଷକ ନିଯୁକ୍ତି ପାଠ୍ୟକ୍ରମ ଲାଗୁ କରିବା କଥା କରିପାରୁ ନଥିକୁ। ଏହା ଯଦି ଉଥିଯିବ ତେବେ ଏହାକୁ ଭଲ ଭାବରେ କରିହେବ। ଏହାକୁ ଆଇନ ସଂଶୋଧନ ଜରୁରୀ ବୋଲି କହିଛନ୍ତି ଏଫ୍ ଏମ ବିଶ୍ୱବିଦ୍ୟାଳୟର କୁଳପତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.