ETV Bharat / state

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ - UNION MINISTER SONOWAL

ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ପୂର୍ବୋଦୟ’ ଅଭିଯାନରେ ଓଡିଶାରେ ବନ୍ଦର ଆଧାରିତ ଅର୍ଥନୀତି ମୋଦି ସରକାରର ଲକ୍ଷ୍ୟ । ଏକାଧିକ ଜଳମାର୍ଗ ପ୍ରକଳ୍ପ ସମ୍ପର୍କରେ ହେଲା ଆଲୋଚନା ।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 12:03 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ ଭେଟିଲା ଓଡିଆ ସାଂସଦଙ୍କ ଟିମ୍‌ । ଗତକାଲି (ମଙ୍ଗଳବାର) ରାଜ୍ୟର ବିଜେପି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଭେଟି ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗର ବିକାଶ ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

  • ‘ପୂର୍ବୋଦୟ’ ମିଶନରେ ରାଜ୍ୟର ଜଳମାର୍ଗ ପରିବହନର ବିକାଶ କରାଯିବ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବିକାଶ କିଭଳି ହେବ ସେ ନେଇ ନିଜର ମତ ରଖିଥିଲେ। ଧର୍ମେନ୍ଦ୍ର କହିଥିଲେ, ‘ପୂର୍ବୋଦୟ’ ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଓଡ଼ିଶାର ସାମଗ୍ରିକ ବିକାଶ, ବିଶେଷ ଭାବରେ ପାରାଦ୍ବୀପ ବନ୍ଦରକୁ ଅତ୍ୟାଧୁନିକ ବନ୍ଦରରେ ପରିଣତ କରିବା ପାଇଁ ବିଜେପି ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବନ୍ଦରଗୁଡିକର ତ୍ୱରିତ ବିକାଶ, ନଦୀ ଜଳମାର୍ଗର ବିକାଶ ପାଇଁ ଦୀର୍ଘମୀଆଦି ଯୋଜନା, ପୁରୀରେ କ୍ରୁଜ ଟର୍ମିନାଲ ନିର୍ମାଣ, ସାଗରମାଳା ପ୍ରକଳ୍ପ, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ରାଜ୍ୟ ଓ ଦେଶ ବାହାରକୁ ସାମୁଦ୍ରିକ ସାମଗ୍ରୀର ରପ୍ତାନୀ, ଜାତୀୟ ଜଳମାର୍ଗ-୫ର ତ୍ୱରିତ ବିକାଶ ତଥା ବିଭିନ୍ନ ପର୍ଯ୍ୟାୟରେ ତାଳଚେର, ପାରାଦୀପ ଏବଂ ଧାମରା ବନ୍ଦର ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର ସଂଯୋଗୀକରଣ ଉପରେ ଏହି ବୈଠକରେ ଆଲୋଚନା ହୋଇଛି ।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ (ETV Bharat Odisha)
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସୋନଓ୍ବାଲଙ୍କୁ ଭେଟିଲେ ଓଡିଆ ସାଂସଦ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଉତ୍କର୍ଷ ଓଡ଼ିଶାର ପ୍ରଥମ କଣ୍ଟ୍ରି ପାର୍ଟନର 'ସିଙ୍ଗାପୁର': ଓଡ଼ିଶା ଆସିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରଦୂତ

ଏହା ବି ପଢନ୍ତୁ...ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave

ଏହା ବି ପଢନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ବନ୍ଦର ଆଧାରିତ ଅର୍ଥନୀତି ମୋଦି ସରକାରର ଲକ୍ଷ୍ୟ

ଓଡ଼ିଶାରେ ଜାହାଜ ଶିଳ୍ପରେ କାମ କରୁଥିବା ଯୁବକ ଯୁବତୀମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରିବା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ଓଡ଼ିଶାରେ ସାମୁଦ୍ରିକ କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ଉପଯୋଗ କରି ଏହାର ସାମଗ୍ରିକ ଓ ସ୍ଥାୟୀ ବିକାଶ ମାଧ୍ୟମରେ ରାଜ୍ୟରେ ବନ୍ଦର ଆଧାରିତ ଅର୍ଥନୀତିର ବିକାଶ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାରେ ଏହି ସବୁ କାର୍ଯ୍ୟକୁ ଗୁରୁତର ସହ ନେଇ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.