ETV Bharat / state

ଅଇଁଠାପାଲିରେ ଫ୍ଲାଏ ଓଭର ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୩୭୪ କୋଟି

Flyover Project In Sambalpur: ସମ୍ବଲପୁର ସହର ଦେଇ ଯାଇଥିବା ମୁମ୍ବାଇ -କୋଲକାତା ଜାତୀୟ ରାଜପଥର ଅଇଁଠାପାଲି ଛକ ଠାରୁ ବରେଇପାଲି ପର୍ଯ୍ୟନ୍ତ ଏକ 6 ଥାକିଆ ଫ୍ଲାଏ ଓଭର ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ମଞ୍ଜୁରୀ । ଅଧିକ ପଢନ୍ତୁ

6 ଲେନ ବିଶିଷ୍ଟ ଫ୍ଲାଇ ଓଭର
6 ଲେନ ବିଶିଷ୍ଟ ଫ୍ଲାଇ ଓଭର
author img

By ETV Bharat Odisha Team

Published : Mar 14, 2024, 10:31 AM IST

6 ଲେନ ବିଶିଷ୍ଟ ଫ୍ଲାଇ ଓଭର

ସମ୍ବଲପୁର: ସମ୍ବଲପୁରବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି l ସମ୍ବଲପୁର ସହର ଦେଇ ଯାଇଥିବା ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଅଇଁଠାପାଲି ଛକ ଠାରୁ ବରେଇପାଲି ପର୍ଯ୍ୟନ୍ତ ଏକ 6 ଥାକିଆ ଫ୍ଲାଏ ଓଭର ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି l ଏହାକୁ ସମ୍ବଲପୁରବାସୀ ସ୍ୱାଗତ କରିବା ସହ ଏହାଦ୍ୱାରା ଅଇଁଠାପାଲିରୁ ରେମେଡ଼ ଛକ ମଧ୍ୟରେ ହେଉଥିବା ଦୁର୍ଘଟଣା ବହୁ ମାତ୍ରାରେ କମିଯିବ ବୋଲି ମତ ରଖିଛନ୍ତି ସ୍ଥାନୀୟ ଲୋକେ l

ଦୀର୍ଘ 10 ବର୍ଷ ହେଲା ଏହି ପ୍ରକଳ୍ପ ପାଇଁ ଦାବି ହୋଇଆସୁଥିବା ବେଳେ ଏହାକୁ ମଞ୍ଜୁରୀ ମିଳିନଥିଲା । ତେବେ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲାରେ ୨ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସହରର ଅଇଁଠାପାଲି ଇନକମ ଟ୍ୟାକ୍ସ ଅଫିସ ଠାରୁ ଵରେଇପାଲି ଛକ ପର୍ଯ୍ୟନ୍ତ 3.5 କିଲୋମିଟର ଦୀର୍ଘ 6 ଲେନ୍‌ ବିଶିଷ୍ଟ ଫ୍ଲାଏ ଓଭର ଓ 53 ନମ୍ବର ଜାତୀୟ ରାଜପଥରେ 2 ଲେନ୍‌ ବିଶିଷ୍ଟ ରୋଡ ଓଭରବ୍ରିଜ ନିର୍ମାଣ ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଫଳରେ ସମ୍ବଲପୁରବାସୀଙ୍କ 10 ବର୍ଷର ଦାବି ପୂରଣ ହେବାକୁ ଯାଉଛି l

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡି ଓ ମୟୂରଭଞ୍ଜ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୮୬.୨୫ କୋଟି

ସମ୍ବଲପୁର ସହର ଅଇଁଠାପାଲି ଛକ ଠାରେ ସମ୍ବଲପୁର–ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେ ଆରମ୍ଭ ହୋଇଛି । ଏହାସହ ଏହି ଛକରୁ ଜମାଦାରପାଲି ଏୟାର ଷ୍ଟ୍ରିପକୁ ମଧ୍ୟ ରାସ୍ତା ରହିଛି l ଏହି ଛକ ସହରର ପ୍ରବେଶ ଦ୍ଵାର ହୋଇଥିବାରୁ ଏଠାରୁ ମହାନଗର ଭିତରକୁ ଯିବାକୁ ମୁଖ୍ୟ ରାସ୍ତା ରହିଛି l ଏହାବ୍ୟତୀତ ଅଇଁଠାପାଲି ଛକ ନିକଟରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ଥିବାରୁ ଏଠାରୁ ପ୍ରତ୍ୟେକ ଦିନ 400ରୁ ଅଧିକ ସଂଖ୍ୟକ ବସ୍ ବିଭିନ୍ନ ଜିଲ୍ଲାକୁ ଚଳାଚଳ କରୁଛି । ଫଳରେ ଅଇଁଠାପାଲି ଛକରେ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଯାଇଥାଏ । ତେଣୁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ହୋଇଥାଏ ।

ଏଥିପାଇଁ ଅଇଁଠାପାଲି ଛକରୁ ବରେଇପାଲି ପର୍ଯ୍ୟନ୍ତ ଏହି 6 ଲେନ ବିଶିଷ୍ଟ ଫ୍ଲାଏ ଓଭର ତିଆରି ହେବ l ଏହି ଫ୍ଲାଏ ଓଭର ବ୍ରିଜ୍‌ର ଦୈର୍ଘ୍ୟ ସାଢେ 3 କିଲୋମିଟର ଏବଂ ଚଉଡ଼ା 6 ଲେନ୍ ବିଶିଷ୍ଟ ହେବ । ଏହାର ତଳେ ୮ ଲେନ୍‌ ବିଶିଷ୍ଟ ସଡ଼କ ରହିବ l ଏଥିପାଇଁ ତିଆରି ହୋଇଥିବା ଡିଜାଇନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି | ବହୁ ବର୍ଷ ପୂର୍ବରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଇଁଠାପାଲି ଛକରେ ଦୁର୍ଘଟଣାର ପ୍ରତିକାର ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ଫ୍ଲାଏ ଓଭର ନିର୍ମାଣ ସକାଶେ ଜାତୀୟ ରାଜପଥ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା l ଏହାସହ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-53ରେ 2 ଲେନ୍ ବିଶିଷ୍ଟ ରୋଡ୍ ଓଭରବ୍ରିଜ ନିର୍ମାଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି l ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.