ETV Bharat / state

କେନ୍ଦ୍ର ବଜେଟ ଡେ’ରେ ଓଡିଶା ନର୍ସିଂ ଅଫିସରଙ୍କ ପାଇଁ ବଡ ଖୁସି ଖବର ! - Regularization of nursing officers

author img

By ETV Bharat Odisha Team

Published : Jul 23, 2024, 8:14 AM IST

Updated : Jul 23, 2024, 8:21 AM IST

Nursing officer regular services: ନର୍ସିଂ ଅଫିସରଙ୍କୁ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 28 ଜିଲ୍ଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା । ଏମାନଙ୍କ ମଧ୍ୟରେ କଟକରେ ସର୍ବାଧିକ 106 ଜଣ ନର୍ସିଂ ଅଫିସରଙ୍କ ନିୟମିତ ହୋଇଛନ୍ତି । ଅଧିକ ପଢନ୍ତୁ

Nursing officer
Nursing officer (Etv Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାର 1022 ଜଣ ନର୍ସିଂ ଅଧିକାରୀଙ୍କୁ ନିୟମିତ କରିଛନ୍ତି । 28 ଟି ଜିଲ୍ଲା ସମେତ 4 ଟି ମେଡିକାଲ କଲେଜରେ କାର୍ଯ୍ୟରତ ଏହି ସମସ୍ତ ନର୍ସିଂ ଅଫିସରଙ୍କୁ ନିୟମିତ କରିବା ପାଇଁ ଗତ 12 ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଥିଲା । ଏମାନଙ୍କୁ ନିୟମିତ କରାଯିବା ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 28 ଜିଲ୍ଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏମାନଙ୍କ ମଧ୍ୟରେ କଟକରେ ସର୍ବାଧିକ 106 ଜଣ ନର୍ସିଂ ଅଫିସରଙ୍କ ନିୟମିତ ହୋଇଛନ୍ତି ।

nursing regular services
nursing regular services (ETV Bharat Odisha)
କେଉଁ ଜିଲ୍ଲାରେ କେତେ ଜଣ ସ୍ୱାସ୍ଥ୍ୟ କର୍ମୀ ରେଗୁଲାର ହୋଇଛନ୍ତିଅନୁଗୁଳ ଜିଲ୍ଲାର 14 ଜଣ, ବରଗଡ଼ ଜିଲ୍ଲାର 4 ଜଣ, ଭଦ୍ରକ ଜିଲ୍ଲାର 3 ଜଣ, ବାଲେଶ୍ଵର ଜିଲ୍ଲାର 5 ଜଣ, ବଲାଙ୍ଗୀର ଜିଲ୍ଲାର 30 ଜଣ, ବୌଦ୍ଧ ଜିଲ୍ଲାର 13 ଜଣ, କଟକ ଜିଲ୍ଲାର 106 ଜଣ, ଢେଙ୍କାନାଳ ଜିଲ୍ଲାର 17 ଜଣ, ଗଜପତି ଜିଲ୍ଲାର 32 ଜଣ, ଗଞ୍ଜାମ ଜିଲ୍ଲାର 73 ଜଣ, ଜଗତସିଂହପୁର ଜିଲ୍ଲାର 3 ଜଣ, ଯାଜପୁର ଜିଲ୍ଲାର 51 ଜଣ, ଝାରସୁଗୁଡ଼ା ଜିଲ୍ଲାର 12 ଜଣ, କଳାହାଣ୍ଡି ଜିଲ୍ଲାର 74, କନ୍ଧମାଳ ଜିଲ୍ଲାର 47, ଖୋର୍ଦ୍ଧା ଜିଲ୍ଲାର 79, କୋରାପୁଟ ଜିଲ୍ଲାର 64, କେନ୍ଦୁଝର ଜିଲ୍ଲାର 77, ମାଲକାନଗିରି ଜିଲ୍ଲାର 44, ମୟୂରଭଞ୍ଜ ଜିଲ୍ଲାର 34, ନବରଙ୍ଗପୁର ଜିଲ୍ଲାର 36, ନୟାଗଡ଼ ଜିଲ୍ଲାର 2, ନୂଆପଡ଼ା ର 20, ପୁରୀ ଜିଲ୍ଲାର 5, ରାୟଗଡ଼ା ଜିଲ୍ଲାରୁ 69, ସମ୍ବଲପୁର ଜିଲ୍ଲାରୁ 1, ସୁବର୍ଣ୍ଣପୁର ଜିଲ୍ଲାରୁ 34, ସୁନ୍ଦରଗଡ଼ ଜିଲ୍ଲାରୁ 2, ଏମ କେ ସି ଜି ବ୍ରହ୍ମପୁର ରୁ 24, ଭିମ୍ସାର ବୁର୍ଲ୍ଲା ରୁ 16, ଏସ ସି ବି ମେଡିକାଲ କଲେଜରୁ 12, ଏସ ଭି ପି ପି ଜି ଆଇ ପି କଟକ ରୁ 19। ତେବେ ମୋଟ ଆକାରରେ 1022 ଜଣ। ତେବେ ସେଥିମଧ୍ୟରୁ ସାଧାରଣ ବର୍ଗ ରୁ 300 ଜଣ ରହିଥିବା ବେଳେ ଏସ ଇ ବି ସି ବର୍ଗରେ 254, ଏସ ସି ବର୍ଗରେ 216, ଏସ ଟି ବର୍ଗରେ 252 ଜଣ ସ୍ୱାସ୍ଥ୍ୟ କର୍ମୀ ନିୟମିତ ହୋଇଛନ୍ତି। କେବେ କେତେ ଜଣଙ୍କୁ ନିୟମିତ କରାଯାଇଥିଲାଏହା ଦେଖାଯାଉଛି ଯେ, 3016 ଜଣଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ବିଭିନ୍ନ ନର୍ସିଂ ଅଫିସରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେଥିମଧ୍ୟରୁ 1861 ଜଣଙ୍କୁ ବିଭିନ୍ନ ପର୍ଯ୍ୟାୟରେ ନିୟମିତ କରାଯାଇଥିଲା। ବିଶେଷ କରି ମାଇ 15 ତାରିଖ 2020, ନମ୍ଭେମ୍ବର 11 ତାରିଖ 2020, ଡିସେମ୍ବର 7 ତାରିଖ 2020, ଜୁନ 28 ତାରିଖ 2021, ନାମ୍ଭେମ୍ବର 15 ତାରିଖ 2022, ଏପ୍ରିଲ 21 ତାରିଖ 2023 ଏବଂ ଜୁଲାଇ 24 ତାରିଖ 2023 ମାଧ୍ୟମରେ ନର୍ସିଂ ଅଧିକାରୀଙ୍କ ନିୟମିତ କରାଯାଇଥିଲା। ବର୍ତ୍ତମାନ ସମୟରେ 1022 ଜଣଙ୍କୁ ନର୍ସିଂ ଅଫିସରଙ୍କୁ ନିୟମିତ କରାଯାଇଛି।

ଏହା ବି ପଢନ୍ତୁ- ଯେତିକି ରୁଚିକର, ସେତିକି ଉପକାରୀ: ପ୍ରତିଦିନ ଖାଆନ୍ତୁ ଏହି ଦୁଇ ଦ୍ରବ୍ୟ - Health Benefits Of Saunf Mishri

ସୂଚନା ଅନୁଯାୟୀ, ଗତ 12 ତାରିଖରେ ଅନୁଷ୍ଠିତ ଏକ ହାଇ ଲେବୁଲ୍ ବୈଠକରେ ରାଜ୍ୟର ଗ୍ରୁପ୍ "ବି" "ସି" ଏବଂ ଗ୍ରୁପ୍ "ଡି" ର କାର୍ଯ୍ୟକାରିତା ଉପରେ ସାଧାରଣ ସ୍ୱାସ୍ଥ୍ୟସେବା ଅଧୀନରେ କାର୍ଯ୍ୟ କରୁଥିବା ନର୍ସିଂ ଅଧିକାରୀଙ୍କ ନିୟମିତକରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଶେଷ ଭାବରେ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଲିନୀ ପଣ୍ଡିତ, ସ୍ଵାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସୁପ୍ରିୟା ଜେନା, ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସମେତ ନର୍ସିଂ ନିର୍ଦେଶକ ଅଧେନ୍ଧୁ ନାୟକ ଏହି ବୈଠକରେ ଉପସ୍ଥିତ ରହି ସମସ୍ତ ଦିଗକୁ ଆଲୋଚନା କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 23, 2024, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.