ETV Bharat / state

ସତ୍ୟବାଦୀରେ ଦୃଢ଼ ହେଉଛି ସଞ୍ଜୟଙ୍କ ସ୍ଥିତି, ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ - satyabadi assembly constituency

BJP And Congress Workers Joins BJD: ସତ୍ୟବାଦୀରେ ନିଜ ସ୍ଥିତି ଦୃଢ଼ କରିବାରେ ଲାଗିଛନ୍ତି ସଞ୍ଜୟ ଦାସବର୍ମା । ବିଜେପି ଓ କଂଗ୍ରେସର କର୍ମୀଙ୍କୁ ଦଳରେ ମିଶାଇ ନିଜ ସ୍ଥିତି ମଜଭୁତ କରିବାକୁ ପ୍ରୟାସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 3, 2024, 6:54 PM IST

Etv Bharat
Etv Bharat
ସତ୍ୟବାଦୀରେ ଦୃଢ଼ ହେଉଛି ସଞ୍ଜୟଙ୍କ ସ୍ଥିତି

ପୁରୀ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ଜୋରରେ ନେତାଙ୍କ ପ୍ରସ୍ତୁତି ଆଗେଇ ଚାଲିଛି । ରଣକ୍ଷେତ୍ର ପ୍ରସ୍ତୁତ, ନିର୍ବାଚନ ଯୁଦ୍ଧ ଲଢ଼ିବା ପାଇଁ ଯୋଦ୍ଧା ବି ଚଲାଇଛନ୍ତି ପ୍ରସ୍ତୁତି । ତେବେ ନିଜ ରଣକୌଶଳ ତିଆର କିରିବାରେ ଟିକିଏ ଆଗରେ ଅଛନ୍ତି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ବିପକ୍ଷ ଦଳର କର୍ମୀଙ୍କୁ ନିଜ ଦଳରେ ସାମିଲ କରି ନିଜ ସ୍ତରକୁ ଶକ୍ତ କରିବାରେ ଲାଗିଛନ୍ତି ସଞ୍ଜୟ । ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର) ବିଜେପି ଏବଂ କଂଗ୍ରେସର ଶତାଧିକ କର୍ମୀ ଓ ନେତା ସଞ୍ଜୟଙ୍କ ନେତୃତ୍ବରେ ବିଜେଡିରେ ସାମିଲ ହୋଇ ସତ୍ୟବାଦୀରେ ବିଜେଡିର ଶକ୍ତି ବଢ଼ାଇଛନ୍ତି ।

ତେବେ ଆଜି ପୁରୀର ଏକ ହୋଟେଲରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆସି ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଦୃଢ଼ କରିବା ପାଇଁ ସାମିଲ ହୋଇଥିବା କର୍ମୀମାନେ ସଙ୍କଳ୍ପ ନେଇଛନ୍ତି । ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ବିଜେଡିର ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା କିଭଳି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ସଞ୍ଜୟ ନୂଆ କରି ବିଜେଡିରେ ସାମିଲ ହୋଇଥିବା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଏହାସହ ଆଗାମୀ ନିର୍ବାଚନରେ ବିଜେଡି ସତ୍ୟବାଦୀରେ ବିପୁଳ ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସଞ୍ଜୟ ।

ଏହା ମଧ୍ୟ ପଢ଼ନ୍ତୁ...ସତ୍ୟବାଦୀରୁ ଲଢିବେ ସଞ୍ଜୟ, ମହାପ୍ରଭୁଙ୍କ ନେଲେ ଆଶିଷ - Sanjaya Dasverma Visits Srimandir

ତେବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ହୋଇଥିବା ସଞ୍ଜୟ ଦାସବର୍ମା ପୂର୍ବରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଗତ 2019 ନିର୍ବାଚନରେ ବିଜେପି ଠାରୁ ପରାସ୍ତ ହୋଇଥିଲେ । ଚଳିତ ନିର୍ବାଚନରେ ସେ ସତ୍ୟବାଦୀରୁ ଲଢ଼ିବା ନେଇ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ବ୍ରହ୍ମଗିରିରେ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ପରାଜୟ ସ୍ଥିତି ଜାଣି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେଇଥିବା ସଞ୍ଜୟଙ୍କ ବିରୋଧୀ କହିଆସୁଛନ୍ତି । ସେହିପରି ସତ୍ୟବାଦୀରେ ଗତ ପଞ୍ଚାୟତ ନିର୍ବାଚନରେ 2ଟି ଜିଲ୍ଲା ପରିଷଦ ଆସନ ବିଜେପି ଜିତିଥିବା ବେଳେ ବିଜେପିର ସଙ୍ଗଠନ ମଧ୍ୟ ଦୃଢ଼ ରହିଛି । ସେପଟେ ସତ୍ୟବାଦୀରେ ଉମାକାନ୍ତ ସାମନ୍ତରାୟଙ୍କ ସ୍ଥାନରେ ସଞ୍ଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଉମାଙ୍କ ସମର୍ଥକ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଯାହାକୁ ନେଇ ସଞ୍ଜୟ ଦାସବର୍ମାଙ୍କ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ତେବେ ନିଜର ସ୍ଥିତି ଦୃଢ଼ ପାଇଁ ସଞ୍ଜୟ ଦାସବର୍ମା କଳେବଳେ କୌଶଳେ ସତ୍ୟବାଦୀ ବିଧାୟକ ଉମାଙ୍କ ସମର୍ଥକଙ୍କୁ ନିଜ କବଳକୁ ଆଣିବା ପାଇଁ ଚେଷ୍ଟା ଚଲାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.