ETV Bharat / state

ସେମିନାର ସମ୍ମିଳନୀ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖଦି ବ୍ୟବହାର କର: ୟୁଜିସି

author img

By ETV Bharat Odisha Team

Published : Feb 15, 2024, 6:15 PM IST

UGC on Khadi products: ସମସ୍ତ ବିଶ୍ବ ବିଦ୍ୟାଳୟ ଓ କଲେଜକୁ ୟୁଜିସିର ଚିଠି । ବିଶ୍ବ ବିଦ୍ୟାଳୟ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ କାହାକୁ ପୁରସ୍କାର ଦିଆଯିବା ସମୟରେ ଖଦିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

UGC
UGC

ଭୁବନେଶ୍ବର: ସମସ୍ତ ବିଶ୍ବ ବିଦ୍ୟାଳୟ ଓ କଲେଜକୁ ୟୁଜିସିର ଚିଠି । ବିଶ୍ବ ବିଦ୍ୟାଳୟ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ କାହାକୁ ପୁରସ୍କାର ଦିଆଯିବା ସମୟରେ ଖଦିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମିନାର, ସମ୍ମିଳନୀ, ବିଦାୟୀ କାଳୀନ ସମ୍ବର୍ଦ୍ଧନା, ପୁରସ୍କାର ଦେବା ବେଳେ ଖଦି ଉତ୍ତରୀୟ କିମ୍ବା ସାଲ, ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଆତ୍ମନିର୍ଭର ଭାରତ ବାର୍ତ୍ତା ସହ ଛାତ୍ରଛାତ୍ରୀ ଜାଣିବେ ଖଦି ଓ ଭାରତର ସମ୍ପର୍କରେ । ସେପଟେ ଖଦି ସହ ବହି ମଧ୍ୟ ଉପହାର ସ୍ବରୂପ ଦିଆଗଲେ ସମସ୍ତେ ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ଜାଣିବା ସହ ଏହି ପରମ୍ପରାକୁ ଆଗକୁ ନେବାରେ ସହାୟକ ହେବେ । ଯାହାକୁ ନେଇ ଆଜି ୟୁଜିସି ସମସ୍ତ ବିଶ୍ବ ବିଦ୍ୟାଳୟର କୁଳପତି ଓ କଲେଜର ଅଧକ୍ଷ ମାନଙ୍କୁ ଚିଠି କରିଛି ।

ଅଧିକ ପଢନ୍ତୁ- ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ୍ କୋଡ ବ୍ୟବହାର ପରାମର୍ଶ ଦେଲା ୟୁଜିସି

ବିଗତ ଦିନରେ ସମ୍ପର୍କରେ ୟୁଜିସି ବାରମ୍ବାର ଚିଠି ମଧ୍ୟ କରିଛି । ଏପରିକି ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ହ୍ୟାଣ୍ଡଲୁମ ଡ୍ରେସ କୋଡ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲା ୟୁଜିସି । ଦେଶରେ ଅନେକ ମହାବିଦ୍ୟାଳୟ ହେଉ ବା ବିଶ୍ଵବିଦ୍ୟାଳୟ ହୁଅନ୍ତୁ ଅନେକ ସ୍ଥାନରେ ହସ୍ତତନ୍ତର ଡ୍ରେସ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ ବା କଲେଜ ଅଧିକାରୀ । ତେବେ ହ୍ୟାଣ୍ଡଲୁମ କପଡ଼ାରୁ ନିର୍ମିତ ଆନୁଷ୍ଠାନିକ ପୋଷାକ ବ୍ୟବହାର କରିବାକୁ ବିଚାର କରିବାକୁ ଅନୁରୋଧ କରିଥିଲା ୟୁଜିସି । କଲେଜରେ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ବା କନଭୋକେଶନ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଏହିପରି ଭାବରେ ହ୍ୟାଣ୍ଡଲୁମ କପଡ଼ା ବ୍ୟବହାର କରିବାକୁ କୁହାଯାଇଛି । ଏହା ଦ୍ବାରା ଦେଶରେ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରାଯିବା ସହିତ ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ହସ୍ତତନ୍ତର ପୁନଃରୁଦ୍ଧାର ଏବଂ ହସ୍ତତନ୍ତ ବୁଣାକାରଙ୍କ ରୋଜଗାରର ଉନ୍ନତି ଉପରେ ଗୁରୁତ୍ବାରୋପ ଦିଆଯାଇଛି । ହ୍ୟାଣ୍ଡଲୁମ କପଡା କେବଳ ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ନିର୍ବାହ କରିବାର ସୁଯୋଗ ମଧ୍ୟ ଦେଇଥାଏ । ହ୍ୟାଣ୍ଡଲୁମ କପଡ଼ାରେ ନିର୍ମିତ ଆନୁଷ୍ଠାନିକ ପୋଷାକ ବ୍ୟବହାର କରିବା କେବଳ ଭାରତୀୟ ହେବାର ଗର୍ବ ଅନୁଭବ କରିବ ନାହିଁ ବରଂ ଗରମ ଏବଂ ଆର୍ଦ୍ର ପାଗରେ ମଧ୍ୟ ଆରାମଦାୟକ ହେବ । ପୋଷାକ ପାଇଁ ହ୍ୟାଣ୍ଡଲୁମ ବସ୍ତ୍ରର ଅଧିକ ବ୍ୟବହାର ଦେଶରେ ହ୍ୟାଣ୍ଡଲୁମ ଶିଳ୍ପକୁ ପ୍ରୋତ୍ସାହିତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.