ETV Bharat / state

ଟ୍ରେନରେ ଧକ୍କାରେ ୨ ମୃତ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗ ଜୀବନ - TWO YOUTH DIED BY TRAIN ACCIDENT

Two youth dies after being hit by train: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିଲା ସାଙ୍ଗ । ସାଙ୍ଗକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 9, 2024, 9:49 AM IST

Updated : Jul 9, 2024, 2:18 PM IST

ବାଲେଶ୍ବରରେ ଅଘଟଣ, ଟ୍ରେନରେ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ବାଲେଶ୍ବରରେ ଅଘଟଣ, ଟ୍ରେନରେ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ (ETV Bharat Odisha)

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରରେ ଅଭାବନୀୟ ଘଟଣା । ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ, ଦୁହେଁ ସାଙ୍ଗ । ଗତକାଲି (ସୋମବାର) ରାତିରେ ରାକେଶ ଟ୍ରେନ ଆଗକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ରତିକାନ୍ତ ତାଙ୍କୁ ବଞ୍ଚାଇବାକୁ ଯିବାବେଳେ ଟ୍ରେନରେ କଟି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଘଟିଛି ଏହି ଘଟଣା ।

ଟ୍ରେନରେ ଧକ୍କାରେ ୨ ମୃତ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗ ଜୀବନ (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ୩୫ ବର୍ଷୀୟ ଯୁବକ ରାକେଶ କୁମାର ପାଢୀ ଓ ବାରିପଦା ଗ୍ରାମର ୨୫ ବର୍ଷୀୟ ଯୁବକ ରତିକାନ୍ତ ସାହୁ ଏକ ବାଇକ ଯୋଗେ ଆସୁଥିଲେ । ଦାଣ୍ଡହରିପୁର ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ପଛରେ ବସିଥିବା ରାକେଶ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ପାଇଁ ଦୌଡିଥିଲେ । ତାଙ୍କୁ ବଞ୍ଚାଇବାକୁ ପଛେ ପଛେ ଯାଇଥିଲେ ରତିକାନ୍ତି । ଏହି ସମୟରେ ପୁରୀରୁ ହାୱଡା ଅଭିମୁଖେ ଯାଉଥିବା ପୁରୀ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା । ଟ୍ରେନ ଧକ୍କାରେ ଦୁଇ ଯୁବକ କଟିଯାଇ ପ୍ରାଣ ହରାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ ! ଘରେ ଶୋଇଥିଲେ ବୃଦ୍ଧା ପଶି ଆସିଲା ଟ୍ରକ - Truck Runs Over House

ଏହା ମଧ୍ୟ ପଢନ୍ତୁ: ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ - Road Accident In Sundargarh

ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଞ୍ଚି ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ରାକେଶ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଲହରି ଖେଳାଇ ଦେଇଛି । ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପଟେ ଜିଅରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ : ସୁରଟରେ ଭାଙ୍ଗିଲା 6 ମହଲା କୋଠା, ନିର୍ମାଣକୁ ହୋଇଛି ମାତ୍ର 5ବର୍ଷ - Surat 6 storey Building Collapsed

ଇଟିଭି ଭାରତ, ବାଲେଶ୍ବର

Last Updated : Jul 9, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.