ETV Bharat / state

Odisha Teacher National Award:୨ ଓଡ଼ିଆ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ଗୁରୁ ଦିବସରେ ସମ୍ମାନିତ କରିବେ ରାଷ୍ଟ୍ରପତି - National Teachers Awards 2024

author img

By ETV Bharat Odisha Team

Published : Aug 29, 2024, 4:12 PM IST

National Teachers Awards 2024: ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଓଡ଼ିଶାରୁ 2 ଜଣ ବିଶିଷ୍ଟ ଶିକ୍ଷକ ମନୋନୀତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

National Teachers Awards 2024
National Teachers Awards 2024 (ETV Bharat Odisha)

ରାୟଗଡ଼ା/ଭବାନୀପାଟଣା: ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଓଡ଼ିଶାରୁ 2 ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ସେପ୍ଟେମ୍ବର ୫ ତାରିଖ ଅର୍ଥାତ ଗୁରୁ ଦିବସ ଅବସରରେ ଏହି ୨ ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଓଡ଼ିଶାରୁ ଶିକ୍ଷକ ପୁରସ୍କାର ପାଇବାକୁ ଯାଉଥିବା ଦୁଇ ଜଣ ଶିକ୍ଷକ ହେଲେ ରାୟଗଡ଼ା ବିଲେଷୁ ସରକାରୀ ଉଚ୍ଚବିଦ୍ୟାଳୟର କଳା ଶିକ୍ଷକ ଦ୍ଵିତୀଚନ୍ଦ୍ର ସାହୁ ଓ କଳାହାଣ୍ଡି ନର୍ଲା ଜୟଦୁର୍ଗା ହାଇସ୍କୁଲ ଶିକ୍ଷକ ସନ୍ତୋଷ କୁମାର କର ।

ଶିକ୍ଷକ ଦ୍ଵିତୀଚନ୍ଦ୍ର ସାହୁ:

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ଦ୍ଵିତୀଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୪ ପାଇଁ ମନୋନୀତ ହୋଇଛନ୍ତି । ଦ୍ଵିତୀଚନ୍ଦ୍ର ଏକାଧାରରେ ଶିକ୍ଷକ, ରାଜ୍ୟ ସାଧନ କର୍ମୀ ଏବଂ ସାହିତ୍ୟିକ ସ୍ତମ୍ଭକାର, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ଭାବେ ମଧ୍ୟ ପରିଚିତ । ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ୨୦୦୧ ମସିହାରେ ଶିକ୍ଷକ ଭାବେ ଯୋଗଦାନ କରିବା ପରେ ତାଲିମ ପ୍ରଦାନ ସହ ନୂତନ ଗବେଷଣାରେ ୨୩ ବର୍ଷ ଧରି ମନୋନିବେଶ କରିଛନ୍ତି । ଅଦ୍ୟାବଧି ସାହିତ୍ୟର ବିଭିନ୍ନ ବିଭାଗରେ ୧୮ ଟି ପୁସ୍ତକ ରଚନା କରିଛନ୍ତି ।

ଦ୍ଵିତୀଚନ୍ଦ୍ର ସାହୁଙ୍କୁ ଶୁଭେଚ୍ଛା ସୁଅ:

ତେବେ ଶିକ୍ଷକ ଦ୍ଵିତୀଚନ୍ଦ୍ର ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ହେବାପରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟ ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ, ଦକ୍ଷିଣାଞ୍ଚଳ ଆରଡିସି ରୁପା ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଡିଆଇଜି ଚରଣ ସିଂ ମୀନା ପ୍ରମୁଖ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ବାଳ, ବିଭାଗୀୟ ସିଆଇ ଶ୍ୟାମଘନ ଭୂୟାଁ, ଡିଇଓ କୁମାର ନାୟକ, ଶିକ୍ଷାବିତ୍ ଡ. ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ଜଣାଇଛନ୍ତି ।

ଶିକ୍ଷକ ସନ୍ତୋଷ କୁମାର କର:

ସେହିପରି କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର । ଜାତୀୟ ସ୍ତରରେ "ଜାତୀୟ ଶିକ୍ଷକ ପୁରସ୍କାର -୨୦୨୪" ପାଇଁ ଚୟନ ହୋଇଥିବା ଦେଶର ୫୦ ଜଣ ଶିକ୍ଷକ ମଧ୍ୟରେ ସ୍ଥାନ ପାଇଛନ୍ତି ଶିକ୍ଷକ ସନ୍ତୋଷ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଦେଶର ୫୦ ଜଣ ଶିକ୍ଷକ ସମେତ ୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌ ସହ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...33ଜଣଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର, ଦେଖନ୍ତୁ କେଉଁ କ୍ଷେତ୍ରରେ କାହାକୁ ମିଳିଲା ସମ୍ମାନ ?

ଇଟିଭି ଭାରତ, ରାୟଗଡ଼ା/କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.