ETV Bharat / state

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଲିଭିଗଲା ତିନି ଜୀବନ ଦୀପ - ମୟୂରଭଞ୍ଜ ଦୁର୍ଘଟଣା

Road Accident: ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବଡ଼ସାହି ଥାନା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତା ବାଲିଜୁଡ଼ା ଛକ ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ।ଅଧିକ ପଢନ୍ତୁ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଲିଭିଗଲା ତିନି ଜୀବନ ଦୀପ

author img

By ETV Bharat Odisha Team

Published : Feb 29, 2024, 10:38 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ହିଁ ତିନି ଜଣଙ୍କ ଉଡ଼ିଲା ପ୍ରାଣବାୟୁ । ଏପରି ଏକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତା ବାଲିଜୁଡ଼ା ଛକ ନିକଟରେ । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧ ଅଞ୍ଚଳର ଆକାଶ ବିନ୍ଧାଣୀ(୨୦) ,ଲକ୍ଷ୍ମଣ ସିଂ(୧୯) ଏବଂ ଅନ୍ୟ ଜଣେ ଯଦୁନାଥପୁର ଅଞ୍ଚଳର ରାଜେନ ସିଂ (୨୮) ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି(ଗରୁବାର) ଦିନ ପାଖାପାଖି ୧୦.୦୦ ସମୟରେ ବଡ଼ସାହି ଥାନା ଅନ୍ତର୍ଗତ ବାରିପଦା - ଉଦଳା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ବାଲିଜୁଡା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକଟି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ମୁହାଁମୁହିଁ ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ଦୁଇ ଜଣ ଓ ସ୍କୁଟି ଚାଳକ ଜଣକ ୧୫ରୁ୨୦ଫୁଟ ଦୂରକୁ ଛିଟିକି ପଡ଼ିଥିଲେ । ସମସ୍ତଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା ।

ଏହାପରେ ସ୍ଥାନୀୟ ଲୋକେ ଅହାତଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିବା ସହ ବଡ଼ସାହି ଥାନା ପୋଲିସକୁ ଖବର ଦେଇଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ .......ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ହେଲପର ମୃତ, ୭ ଗୁରୁତର

ଏହା ମଧ୍ୟ ପଢନ୍ତୁ ......ସଡ଼କ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋ

ସେପଟେ ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲର ବ୍ୟବଚ୍ଛେଦ ଗୃହକୁ ପଠାଇଥିଲା ପୋଲିସ । ଅକାଳରେ ତିନି ଜଣଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ମୃତକଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନକୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ପ୍ରଶାସନ ଯେତେ ସଚେତନ କରିଲେ ମଧ୍ୟ ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗିବାରେ ନାଁ ନେଉନାହିଁ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.