ETV Bharat / state

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଦୁଇ ଝିଅଙ୍କ ସାମ୍ନାରେ ଆଖି ବୁଜିଲେ ବାପାମାଆ - Road Accident in Boudh - ROAD ACCIDENT IN BOUDH

ACCIDENT IN BOUDH: ବାଇକୁ ପଛରୁ ଦକ୍କା ଦେଲା ଆମ୍ବୁଲ୍ୟାନ୍ସ । ସଡକ ଦୁର୍ଘଟଣାରେ ବାପାମାଆଙ୍କୁ ହରାଇ ଅସହାୟ ହୋଇଗଲେ ଦୁଇ ଝିଅ । ଅଧିକ ପଢ଼ନ୍ତୁ,

ACCIDENT IN BOUDH
ACCIDENT IN BOUDH
author img

By ETV Bharat Odisha Team

Published : Apr 21, 2024, 7:57 AM IST

ACCIDENT IN BOUDH

ବୌଦ୍ଧ: ବୌଦ୍ଧ ଜିଲ୍ଲା ପାଇଁ ଥିଲା ଅଶୁଭ ଶନିବାର । ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଚାଲିଗଲା 2 ଜୀବନ ଏବଂ 4 ଜଣ ଆହତ । ଗୋଟିଏ ସଡକ ଦୁର୍ଘଟଣା ଅନାଥ କରିଦେଲା ଦୁଇ ଛୁଆଙ୍କୁ । ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ଉପରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାନଦୀ ସେତୁ ଉପରେ ଛିଡା ହୋଇ ନଦୀ ପାଣି ଦେଖୁଥିବା ସମୟରେ ଦୁର୍ଘଟଣାରେ ଚାଲିଗଲେ ବାପାମାଆ । ଆଉ ଏକ ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କୁଶଙ୍ଗ ପଞ୍ଚାୟତର ଅଯୋଧ୍ୟା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ସଦେଇପୁର ଗ୍ରାମର ସ୍ବାମୀ-ସ୍ତ୍ରୀ ଦୁଇ ଝିଅଙ୍କୁ ନେଇ ଶ୍ବଶୁର ଘରକୁ ଯାଇଥିଲେ । ଶନିବାର ସକାଳୁ ନିଜ ଗାଁ ସଦେଇପୁରକୁ ଫେରୁଥିବା ବେଳେ ମହାନଦୀ ସେତୁରେ ଅଟକି ମହାନଦୀର ଦୃଶ୍ୟ ଦେଖୁଥିଲେ । ଏତିକି ବେଳେ ହଠାତ ପଛରୁ ଏକ ଆମ୍ବୁଲାନ୍ସ ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ବାମୀ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ସ୍ତ୍ରୀଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଦୁଇ ଝିଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରଙ୍କ ତ୍ରୁଟି ପାଇଁ ଘଟିଗଲା ଦୁର୍ଘଟଣା, ମାମଲା ରୁଜୁ - Jajpur Bus Tragedy

ସେହିପରି ଶନିବାର ସକାଳୁ ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ଅଯୋଧ୍ୟା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସେଥିରେ ଚାରିଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ଲଗାତାର ଭାବରେ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଥିବା ଯୋଗୁଁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଶୁକ୍ରବାର ଦିନ ମଧ୍ୟ ଏଭଳି ସଡକ ଦୁର୍ଘଟଣା କାରଣରୁ ରାଧାନଗର ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଉତ୍ୟକ୍ତ ଲୋକମାନେ ରାଜରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ସଡକ ଦୁର୍ଘଟଣାରେ ସହାୟତା କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ପରିବହନ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.