ETV Bharat / state

ଅଯୋଧ୍ୟାରେ ନିଜର କଳାକୃତି ପ୍ରଦର୍ଶିତ କରି ଗଞ୍ଜାମ ଫେରିଲେ ବାଲୁକାଶିଳ୍ପୀ ଓ ଚିତ୍ରକର - ଅଯୋଧ୍ୟାରୁ ଫେରିଲେ ଓଡ଼ିଆ ଶିଳ୍ପୀ

Sand Art And Wall Painting in Ayodhya: ବାଲୁକାକଳା ଥ୍ରୀ-ଡି ଆର୍ଡ ଆକୃତିରେ ଏବଂ ତାହାକୁ ୯୦ ଡିଗ୍ରୀରେ ଏହି ସମସ୍ତ କଳାକୃତି ପ୍ରଦର୍ଶିତ କରିବାରେ ଅନେକ ଗର୍ବ ଅନୁଭବ ରହିଥିବା କହିଛନ୍ତି ନାରାୟଣ ସାହୁ ।

ଅଯୋଧ୍ୟାରେ ନିଜର କଳାକୃତି ପ୍ରଦର୍ଶିତ କରି ଗଞ୍ଜାମକୁ ଫେରିଲେ ବାଲୁକାଶିଳ୍ପୀ ଓ ଚିତ୍ରକର

author img

By ETV Bharat Odisha Team

Published : Jan 25, 2024, 9:19 AM IST

Updated : Jan 25, 2024, 9:29 AM IST

ବାଲୁକାଶିଳ୍ପୀ ଓ ଚିତ୍ରକର

ବ୍ରହ୍ମପୁର: ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନିଜର କଳାକୃତି ପ୍ରଦର୍ଶିତ କରିବା ପରେ ଗଞ୍ଜାମକୁ ଫେରିଛନ୍ତି ବାଲୁକାଶିଳ୍ପୀ ଓ ଚିତ୍ରକର । ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ନିମନ୍ତ୍ରଣ ପାଇଁ ବ୍ରହ୍ମପର ସହର ଉପକଣ୍ଠ ବୋରିଗାଁ ଗ୍ରାମର ପ୍ରସିଦ୍ଧ ଯୁବ ବାଲୁକାଶିଳ୍ପୀ ନାରାୟଣ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳର ଅରୁଣ କୁମାର ବାଡତ୍ୟା ଅଯୋଧ୍ୟାର ରାମମନ୍ଦିର ପ୍ରତିଷ୍ଠା ଅବସରରେ ପହଞ୍ଚିଥିଲେ । ସେଠାରେ ନିଜ ନିଜର କଳାକୃତିକୁ ପ୍ରଦର୍ଶିତ କରିବା ପରେ ପୁଣି ନିଜ ଗ୍ରାମକୁ ଫେରିଛନ୍ତି ।

ନିଜର କଳାକୃତି ପ୍ରଦର୍ଶିତ କରି ଗଞ୍ଜାମକୁ ଫେରିଥିବା ବାଲୁକାଶିଳ୍ପୀ ଓ ଚିତ୍ରକରଙ୍କୁ ନିଜ ଗ୍ରାମରେ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମପର ସହର ଉପକଣ୍ଠ ବୋରିଗାଁ ଗ୍ରାମର ଯୁବ ବାଲୁକାଶିଳ୍ପୀ ନାରାୟଣ ସାହୁ ଅଯୋଧ୍ୟାରେ ପହଞ୍ଚିବା ପରେ ସେଠାକାର ପ୍ରଶାସନ ପକ୍ଷରୁ ନାରାୟଣଙ୍କୁ ସରୁଜୁ ନଦୀ କୂଳରେ ରହିଥିବା ବାଲି ଓ ପାଣି ବ୍ୟବହାର କରି ୨୫ ପୁଟ ଓସାର ଏବଂ 8 ପୁଟ ଉଚ୍ଚତା ବିଶିଷ୍ଟ ରାମ ମନ୍ଦିର କରିବା ସହିତ ମର୍ଯ୍ୟଦାପୁରୁଷ ଶ୍ରୀରାମଚନ୍ଦ୍ର ଏବଂ ସୂର୍ଯ୍ୟଦେବଙ୍କ ପ୍ରତିକୃତି ଓ ବାଲିରେ ଲଙ୍କାଦହନକୁ ସେଠାରେ ପ୍ରଦର୍ଶିତ କରିଥିଲେ । ମୁଖ୍ୟତଃ ଏହି ବାଲୁକାକଳା ଥ୍ରୀ-ଡି ଆର୍ଡ ଆକୃତିରେ ଏବଂ ତାହାକୁ ୯୦ ଡିଗ୍ରୀରେ ଏହି ସମସ୍ତ କଳାକୃତି ପ୍ରଦର୍ଶିତ କରିବାରେ ଅନେକ ଗର୍ବ ଅନୁଭବ ରହିଥିବା କହିଛନ୍ତି । ଏପରିକି ଏଭଳି କାର୍ଯ୍ୟରେ ତାଙ୍କୁ ଗଞ୍ଜାମ ଜିଲ୍ଲା ଆଠଗଡ ଅଞ୍ଚଳର ଯୁବକ ଓମ୍ ପ୍ରକାଶ ବାରିକ ସହଯୋଗ କରିଥିବା କହିଛନ୍ତି । ଆଉ ଏହି ବାଲୁକାକଳାକୁ ଦେଖି ସମସ୍ତେ ଓଡିଶାର ଏଭଳି କଳାକୁ ନେଇ ବେଶ ଉତ୍ସାହିତ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ........ଭକ୍ତସମୁଦ୍ର ହେଉଛି ଅଯୋଧ୍ୟା: ରାତି 11 ଯାଏଁ ବଢିଲା ଦର୍ଶନ ସମୟ ସୀମା, ଭିଭିଆଇପି ଯାତ୍ରା ପୂର୍ବରୁ ଦେବେ ସୂଚନା

ସେହିପରି ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳର ଅରୁଣ କୁମାର ବାଡତ୍ୟା ଅଯୋଧ୍ୟା ସହରର ବିଭିନ୍ନ ପାଚେରୀରେ ନିଜର କଳାକୃତି ମାଧ୍ୟମରେ ରାମାୟଣର କଥାବସ୍ତୁକୁ ଆଧାର କରି ରାମ ବନବାସ ଉପରେ ଚିତ୍ରକଳା ପ୍ରଦର୍ଶିତ କରିଥିଲେ । ଏହାସହ ୬୫ ପୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ରାମଚନ୍ଦ୍ର ଏବଂ ହନୁମାନଙ୍କ ଚିତ୍ର ଅଙ୍କନ କରିଥିବା ବେଳେ ଏହାକୁ ସେଠାରେ ଉପସ୍ଥିତ ହଜାର ହଜାର ଭକ୍ତ ଏହାକୁ ଦେଖି ବେଶ ବିମୋହିତ ହୋଇଥିଲେ ବୋଲି କହିଛନ୍ତି ଅରୁଣ । ପୂର୍ବରୁ ଅନେକ ବାଲୁକାକଳା ଓ ଚିତ୍ର କରିଥିବା ଗଞ୍ଜମ ଜିଲ୍ଲାର ଏହି ଦୁଇ ପ୍ରତିଭାଙ୍କୁ ଉତ୍ତରପ୍ରଦେଶ ସରକରା ନିମନ୍ତ୍ରଣ କରିବା ଏବଂ ସେଠାରେ ପହଞ୍ଚି ନିଜର କଳାକୃତି ପ୍ରଦର୍ଶନ କରିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ଏହି ଦୁଇ ପ୍ରତିଭା । ସେପଟେ ଏହି ଦୁଇ ପ୍ରତିଭାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 25, 2024, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.