ETV Bharat / state

Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ - Two Get Life Term

author img

By ETV Bharat Odisha Team

Published : Aug 31, 2024, 3:44 PM IST

Two Get Life Term For Raping Physically Challenged Woman: ଘରେ ପଶି ଡକାୟତି କରିବା ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ ୨ ଅଭିଯୁକ୍ତଙ୍କୁ କାରଦଣ୍ଡ । ଅଧିକ ପଢ଼ନ୍ତୁ

Two Get Life Term For Raping Physically Challenged Woman
Two Get Life Term For Raping Physically Challenged Woman (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ଶୁକ୍ରବାର ଏକ ଘରୁ ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି । ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏହା ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

କ'ଣ ଥିଲା ଘଟଣା:

ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଗୁହିପୁର ଗ୍ରାମର ପିଣ୍ଟୁ ସିଂ ଓ ସିମୁଳିଆ ଥାନା ଅନ୍ତର୍ଗତ ମାର୍କଣା ମାର୍କେଟର ଦୟାନିଧି ସିଂ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ରାତିରେ ଜଣେ ବୃଦ୍ଧଙ୍କ ଘରୁ ଡକାୟତି କରିଥିଲେ । ରାତିରେ ଘରେ ପଶି ଅନେକ ଟଙ୍କା ଚୋରି କରିଥିଲେ । ପୁଣିଥରେ ଏହା ପରଦିନ ରାତିରେ ଉକ୍ତ ଘରୁ ଅଭିଯୁକ୍ତ ଦ୍ୱୟ ଚୋରି କରିବାକୁ ଯାଇଥିଲେ । ଘର ମଧ୍ୟରେ ଶୋଇଥିବା ବୃଦ୍ଧଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଗୋଡ଼ ହାତ ବାନ୍ଧି ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ମାଗିଥିଲେ । ମାତ୍ର ସେ ଟଙ୍କା ନ ଦେବାରୁ ବୃଦ୍ଧଙ୍କ ଦିବ୍ୟାଙ୍ଗ ନାତୁଣୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏଥି ସହିତ ଦୁଷ୍କର୍ମ ସମୟରେ ଫଟୋ ଓ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ରଖିଥିବା ବେଳେ ତାହାକୁ ନେଇ ଧମକ ଦେଇଥିଲେ । ୨ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପୋଲିସକୁ ଜଣାଇଲେ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଦୋଷୀକୁ ମିଳିଲା ଏଭଳି ଦଣ୍ଡ:

ସେପଟେ ବୃଦ୍ଧ ଜଣଙ୍କ ବୈଶିଙ୍ଗା ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରି ଅଭିଯୋଗକ୍ରମେ କେଶ ନମ୍ବର ୧୮୫/୧୮ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜର୍ଜ ଏହାର ରାୟ ପ୍ରକାଶ କରିଛନ୍ତି । ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.