ETV Bharat / state

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ତୁମ୍ୱ ନିର୍ମାଣ କାର୍ଯ୍ୟ - Tumba Construction Work

author img

By ETV Bharat Odisha Team

Published : May 12, 2024, 10:05 PM IST

Ratha Khala Update: ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି ।‌ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ଉପସ୍ଥିତ ରହି ଏହି କାମକୁ ଆଗେଇ ନେଉଛନ୍ତି । ଅଧିକ ପଢନ୍ତୁ

Tumba Construction
Tumba Construction (ETV Bharat Odisha)

Tumba Construction (ETV Bharat Odisha)

ପୁରୀ: ଆଗେଇ ଚାଲିଛି ତୁମ୍ୱ ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ନୀତି ହେବା ପରେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ଵକର୍ମା ମହାରଣା । ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି ।‌ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ଉପସ୍ଥିତ ରହି ଏହି କାମକୁ ଆଗେଇ ନେଉଛନ୍ତି । ରଥ ଚକ ନିର୍ମାଣରେ ଏହି ତୁମ୍ବ ବ୍ୟବହାର ହେବ । ଏଣୁ କରତିଆ ସେବକମାନେ ବଡ଼ ବଡ଼ କାଠଗଣ୍ଡିକୁ କରତ ସାହାଯ୍ୟରେ କାଟି ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଉଛନ୍ତି । ତୁମ୍ବ ନିର୍ମାଣ ପରେ ସୂତା ବାଡି଼ଆ ସହ ବିନ୍ଧ ଅନୁକୂଳ ହେବ। ତେବେ ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରୂପକାର ସେବକମାନେ ଗୁଜ ଅନୁକୂଳ ମଧ୍ୟ କରିବେ। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ୬ଟି ଚକ ସହ ୩ ଟି ଅଖ ଡେରାଯିବାର ବିଧି ଥିବାରୁ ସଠିକ ସମୟରେ ଏହି କାର୍ଯ୍ୟ ସାରିବା ପାଇଁ କରତି ସେବାୟତଙ୍କ ସହ ବିଶ୍ବକର୍ମା ମହାରଣା ଲାଗି ପଡ଼ିଛନ୍ତି ।

କରତି ସେବାୟତମାନେ ଫାଶୀ କାଠ କାଟିବା ପରେ ବିଶ୍ଵକର୍ମାମାନେ ଏଥିରେ ତୁମ୍ବ ନିର୍ମାଣ କରିଥାନ୍ତି । ତେବେ ଫାଶୀ କାଠର ଭିତର ଅଂଶ ବେଶ୍ ମଜବୁତ । ଏହା ଉପରେ ଚାପ ପଡିଲେ ମଧ୍ୟ ଏହା ସହଜରେ ଫାଟେ ନାହିଁ । ତେଣୁ ରଥର ସବୁ ଭାର ଏହି ତୁମ୍ବ ହିଁ ସମ୍ଭାଳିଥାଏ । ବିଶ୍ଵକର୍ମା ମହାରଣାମାନେ ତୁମ୍ବ ନିର୍ମାଣ ସାରିବା ପରେ ସେଥିରେ ବିନ୍ଧ କରି ଅର ଓ ପହି ଲଗାଇ ଚକ ନିର୍ମାଣ କରିଥାନ୍ତି । ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଏହି ତୁମ୍ବର ବ୍ୟାସ ଅର୍ଥାତ୍ ଗୋଲେଇର ଲମ୍ବ ହେଉଛି ୨୦ ଆଙ୍ଗୁଳି । ସେହିପରି ନନ୍ଦିଘୋଷ ଏବଂ ତାଳଧ୍ଵଜ ରଥ ତୁମ୍ବର ଲମ୍ବ ୨ଫୁଟ ୮ ଇଞ୍ଚ ରହୁଥିବାବେଳେ ଦର୍ପଦଳନ ରଥ ତୁମ୍ବର ଲମ୍ବ ହେଉଛି ତିନି ଫୁଟ ।

ଏହା ବି ପଢନ୍ତୁ...ଫାଶୀ କାଠ ଅଭାବକୁ ନେଇ ବଢ଼ୁଛି ଚିନ୍ତା, ସଂରକ୍ଷଣ ନହେଲେ ରଥ ନିର୍ମାଣରେ ଉପୁଜିବ ସମସ୍ୟା - Wood Shortage For Chariot

ସେପଟେ ରଥଖଳା ଭଳି ଦୋଳବେଦୀ କମାର ଶାଳ ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ସମସ୍ତ କଣ୍ଟା ବଜାରରୁ କିଣା ଯାଇ ଦୋଳବେଦୀରେ କମାର ସେବକମାନେ ପ୍ରସ୍ତୁତ କରାଯାଇଥାଏ ବୋଲି କମାର ସେବକ କହିଛନ୍ତି । ରଥଖଳାରେ ବିଶ୍ଵକର୍ମା, କରତି ଓ ଭୋଇ ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥିବାବେଳେ ଦୋଳବେଦୀରେ କମାର ସେବକମାନେ ମଧ୍ୟ କଣ୍ଟା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ଆବଶ୍ୟକୀୟ ସମସ୍ତ କଣ୍ଟା ଏହି କମାରଶାଳରେ ତିଆରି କରାଯାଇ ବିଶ୍ଵକର୍ମାଙ୍କୁ ଯୋଗାଇ ଦିଆଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.