ETV Bharat / state

ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ଶୁଆକାଠି ଗୁହାଲଡିହି ରେଳ ପ୍ରକଳ୍ପ

Truck Owners Protest In Keonjhar: ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ । ରାଜ ରାସ୍ତାକୁ ଓହ୍ଲାଇଲେ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକ ସଂଘ । ଅଧିକ ପଢନ୍ତୁ

ଶୁଆକାଠି ଗୁହାଲଡିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By ETV Bharat Odisha Team

Published : Mar 1, 2024, 10:20 PM IST

ଶୁଆକାଠି ଗୁହାଲଡିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର: ଜିଲ୍ଲାରେ ଟ୍ରକ ମାଲିକ ସଂଘର ବିକ୍ଷୋଭ । ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ । କେନ୍ଦ୍ର ସରକାର କେନ୍ଦୁଝର ଶୁଆକାଠି ଗନ୍ଧମାର୍ଦ୍ଧନ ମାଇନ୍ସଠାରୁ ଗୁହାଲଡ଼ିହି ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟର ବ୍ୟୟ ବରାଦ କରିଛନ୍ତି । ଏହାଦ୍ୱାରା ଶୁଆକାଠି ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡ଼ିହି ଷ୍ଟେସନ ଯୋଗେ ପାରାଦ୍ଵୀପକୁ ଲୌହ ପଥର ପରିବହନ ଯାଇପାରିବ । କିନ୍ତୁ ଏହି ପ୍ରକଳ୍ପ ଚାଲୁ ହେଲେ ଏହାର ସିଧାସଳଖ ପ୍ରଭାବ ଟ୍ରକ ମାଲିକଙ୍କ ଉପରେ ପଡ଼ିବ ବୋଲି ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରାଯାଇଛି ।

କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ଏହି ପ୍ରକଳ୍ପ ସିଧାସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡିରେ ପଡ଼ିବ । ଏହି ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲାର ହଜାର ହଜାର ଟ୍ରକ ମାଲିକଙ୍କ ସହ ସିଧାସଳଖ ପ୍ରଭାବିତ ହୋଇ ଲକ୍ଷାଧିକ ଟ୍ରକ କର୍ମଚାରୀ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ ସଂଘ । ଏନେଇ ଆଜି ଏକ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅଧିକ ପଢନ୍ତୁ .....ଶୁଣିଲାନି ପ୍ରଶାସନ, ବେଆଇନ ବାଲିଘାଟରୁ ମେସିନ ଜବତ କଲେ ମହିଳା

ଏହା ମଧ୍ୟ ପଢନ୍ତୁ .....ଦେଶରେ ୧୫୦ ରେଳ ଷ୍ଟେସନକୁ 'ଇଟ୍ ରାଇଟ୍ ଷ୍ଟେସନ' ସ୍ୱୀକୃତି, ଓଡ଼ିଶାରୁ ଭୁବନେଶ୍ଵର ସାମିଲ

ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପାଦକ ସୂର୍ଯନାରାୟଣ କରଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ଏହାସହ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି ବିକ୍ଷୋଭରେ ଅୟଶକାନ୍ତ ପଟ୍ଟନାୟକ ପ୍ରଭାତ ରାଉତ , ଝୁନୁ ଭୂୟାଁ, ଦେବୁ ପଟ୍ଟନାୟକ, ନିଶିଥ ପଟ୍ଟନାୟକ, ଦିଲ୍ଲୀପ ପଣ୍ଡା, ପୁନିଆ ସାହୁ, ରମାକାନ୍ତ ନାୟକ, ପଦ୍ମ ଲୋଚନ ସାହୁ, ଅଭିନାଶ ଲୋହାନି, ସୁଶାନ୍ତ ସାହୁ, ଅଜୟ ମିଶ୍ରଙ୍କ ସହ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସେହିପରି ଓ.ଏମ.ସି ଗନ୍ଧମାର୍ଦ୍ଧନ ଠାରୁ ଗୁହାଲଡିହି ଟ୍ରେନ ଲାଇନ ପ୍ରକଳ୍ପକୁ ସରକାର ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହାର ପ୍ରଭାବ ସାଧାରଣ ନିର୍ବାଚନ ଓ ରାଜ୍ୟ ରାଜସ୍ବ ଉପରେ ପ୍ରଭାବ ପକାଇବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଟ୍ରକ ମାଲିକ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.