ETV Bharat / state

ଏନଏଚ ବାଇପାସ ନିର୍ମାଣ ବିବାଦ, ଜମି ଅଧିଗ୍ରହଣକୁ ମିଳିତ ମଞ୍ଚର ବିରୋଧ

author img

By ETV Bharat Odisha Team

Published : Mar 9, 2024, 7:50 PM IST

Land Acquisition For NH Bypass In Kandhamal: ଫୁଲବାଣୀ ସହର ଉପକଣ୍ଠ ଦେଇ ପ୍ରସ୍ତାବିତ ଜାତୀୟ ରାଜପଥ-୧୫୭ର ବାଇପାସ ରୋଡର ପୁନର୍ବିଚାର ପାଇଁ ଦାବି କରିଛି କନ୍ଧମାଳ ମିଳିତ ମଞ୍ଚ । ବିନା ଗ୍ରାମସଭାରେ ପ୍ରଶାସନର ମନମୁଖୀ ଜମି ଅଧିଗ୍ରହଣକୁ ବିରୋଧ । ଅଧିକ ପଢନ୍ତୁ

ଏନଏଚ ବାଇପାସ ନିର୍ମାଣ ବିବାଦ,  ଜମି ଅଧିଗ୍ରହଣକୁ ମିଳିତ ମଞ୍ଚ ପକ୍ଷରୁ ବିରୋଧ

ଫୁଲବାଣୀ: ଜାତୀୟ ରାଜପଥର ବାଇପାସ ନିର୍ମାଣକୁ ଆଦିବାସୀ ସଙ୍ଗଠନର ବିରୋଧ । ଫୁଲବାଣୀ ସହର ଉପକଣ୍ଠ ଦେଇ ପ୍ରସ୍ତାବିତ ଜାତୀୟ ରାଜପଥ-୧୫୭ର ବାଇପାସ ରୋଡର ପୁନର୍ବିଚାର ପାଇଁ ଦାବି କରିଛି କନ୍ଧମାଳ ମିଳିତ ମଞ୍ଚ । ସୂଚନାଯୋଗ୍ୟ, ଏହି ରାଜପଥ ପ୍ରଥମେ ଫୁଲବାଣୀ ସହର ଦେଇ ଯିବାର ପ୍ରସ୍ତାବ ରହିଥିଲା । କିନ୍ତୁ କିଛି ସହର ବାସିନ୍ଦାଙ୍କ ବିରୋଧ ଯୋଗୁଁ ସହର ବାହାରେ ଏକ ବାଇପାସ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ତେବେ ଏହି ବାଇପାସ ପାଇଁ ପକନା ଗାଁ, ତିଲକପଡା, କଲାଡି ଓ ରୁଜାଙ୍ଗି ମୌଜାର ଅନେକ ଗରିବ ଆଦିବାସୀ ଘର ଓ ଚାଷ ଜମି ହରାଉଥବା ଅଭିଯୋଗ କରିଛି ମିଳିତ ମଞ୍ଚ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟକ୍ତିଗତ ଭାବେ କାହାକୁ ସୂଚନା ମଧ୍ୟ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ପ୍ରଶାସନର ଏହି ପଦକ୍ଷେପ ରେଗୁଲେସନ ୨/୫୬ ଓ ପେସା ଆଇନକୁ ଉଲ୍ଲଙ୍ଘନ କରୁଥିବା କହିଛନ୍ତି କୁଇ ସମାଜ ସମନ୍ନୟ ସମିତିର ସମ୍ପାଦକ ଲମ୍ବୋଦର କହଁର ।

ଏହା ମଧ୍ୟ ପଢନ୍ତୁ .... ମୁଣ୍ଡ ଗୁଞ୍ଜିବାକୁ ମହିଳାଙ୍କ କାକୁତି ମିନତି; ଘର ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ

ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭାର ଅନୁମୋଦନ ଆବଶ୍ୟକ ଥିବା ବେଳେ ଏହା କରାଯାଇନାହିଁ । ଅପରପକ୍ଷରେ, ପ୍ରଶାସନ ପକ୍ଷରୁ ବଳ ପ୍ରୟୋଗ କରି ଆଦିବାସୀ ମାନଙ୍କ ଜମି ଅଧିଗ୍ରହଣ କରିବା ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛି ମିଳିତ ମଞ୍ଚ । ଏହାକୁ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଜାତୀୟ ରାଜପଥ ନିର୍ମାଣକୁ ମିଳିତ ମଞ୍ଚ ସମର୍ଥନ କରୁଥିଲେ ବି ଏଥିପାଇଁ ଆଦିବାସୀ ମାନଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଲମ୍ବୋଦର । ତେଣୁ ଏହାର ପୁନର୍ବାର କରି ପୂର୍ବ ଯୋଜନା ଅନୁସାରେ ଏହି ଜାତୀୟ ରାଜପଥକୁ ଫୁଲବାଣୀ ସହରର ମାଦିକୁନ୍ଦା ଛକଠାରୁ ଜିରିଙ୍ଗପଡା ଦେଇ ଏଫସିଆଇ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯିବା ପାଇଁ ଦାବି କରିଛି ମଞ୍ଚ ।

ଏହାର ବ୍ୟତିକ୍ରମ ହେଲେ ଆଇନର ଆଶ୍ରୟ ନିଆଯିବା ସହିତ ଆବଶ୍ୟକ ପଡିଲେ ଆନ୍ଦୋଳନ ପନ୍ଥା ମଧ୍ୟ ଅବଲମ୍ବନ କରାଯିବ ବୋଲି ପ୍ରକାଶ କରିଛନ୍ତି ଆଦିବାସୀ ନେତା ଲମ୍ବୋଦର । ପ୍ରକାଶଯୋଗ୍ୟ ଯେ ଉପ ଜିଲ୍ଲାପାଳ ଏକ ଚିଠି ଜରିଆରେ ୬୦ ଦିନ ମଧ୍ୟ ରେ ବାଇପାସ ଯାଉଥିବା ଜମି ମାଲିକଙ୍କୁ ପଟ୍ଟା ଦାଖଲ କରିବାକୁ କହିଥିଲେ । ନଚେତ ଜୋରଜବରଦସ୍ତ ଜମି ଅଧିଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.