ETV Bharat / state

ବିକାଶ ନାଁରେ କଂକ୍ରିଟ ଜଙ୍ଗଲ, ସ୍ମାର୍ଟସିଟିରୁ ଛାଇ ଉଭାନ ! - BHUBANESWAR TREES CUTTING

People Opposed Tree Cutting: ରାଜଧାନୀ ଲୋକଙ୍କ ପାଇଁ ମରୀଚିକା ପାଲଟିଛି ଛାଇ । ଚାରିଆଡେ କେବଳ ବଡ଼ ବଡ଼ କୋଠା, ଫ୍ୟାକ୍ଟ୍ରି ଦେଖାଯାଉଥିବା ବେଳେ ଗଛ ଦେଖିବାକୁ ମିିଳୁନାହିଁ । ଆଧୁନିକତାର ଛାପ ଏବଂ ରାସ୍ତାଘାଟ, ଘର ଓ ପାର୍କ ବିକାଶ ନାଁରେ କଟାଯାଉଛି ଗଛ । ଫଳରେ ଖରାଦିନେ ତାତିରୁ ବଞ୍ଚିବାକୁ ଛାଇ ଟିକିଏ ନ ପାଇ ହସ୍ତସନ୍ତ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ,

ରାଜଧାନୀରେ ଛାଇ ଉଭାନ! ବିକାଶ ନାଁରେ କଟାଯାଉଛି ଗଛ, ତାତିରେ ହନ୍ତସନ୍ତ ଲୋକେ
ରାଜଧାନୀରେ ଛାଇ ଉଭାନ! ବିକାଶ ନାଁରେ କଟାଯାଉଛି ଗଛ, ତାତିରେ ହନ୍ତସନ୍ତ ଲୋକେ (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 2:13 PM IST

ରାଜଧାନୀରେ ଛାଇ ଉଭାନ (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ଆଉ ଦେଖିବାକୁ ମିଳୁନି ଖରା ଛାଇର ଲୁଚକାଳୀ ଖେଳ । ସତେ ଯେମିତି ସ୍ମାର୍ଟ ସିଟିରୁ ଉଭାନ ହେଇଯାଇଛି ଛାଇ । ଶୋଷିଲା ଯେପରି ପାଣିକୁ ଖୋଜେ...ରାଜଧାନୀବାସୀ ସେମିତି ଖୋଜୁଛନ୍ତି ଛାଇକୁ । ହେଲେ ମରୀଚିକା ପାଲିଟିଛି ଛାଇ । ଖରା ଦିନେ ଅସହ୍ୟ ଗରମ ଓ ତାତିରେ ସିଝି ଯାଉଛନ୍ତି ଲୋକେ । ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ତାର ଶୀତଳ ଛାଇ । କେବଳ ଦେଖିବାକୁ ମିଳୁଛି ବଡ଼ ବଡ଼ କୋଠା । ଆଧୁନିକତାର ଛାପରେ ସବୁଜ ବନାନୀ ଗଛ ପରିବର୍ତ୍ତେ କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ହୋଇଛି ସହର । ଫଳରେ ଅସହ୍ୟ ଗରମର ହନ୍ତସନ୍ତ ହେଉଛନ୍ତି ବାଟୋଇ ।

କଂକ୍ରିଟ ଜଙ୍ଗଲରେ ରୂପାନ୍ତରିତ ସ୍ମାର୍ଟ ସିଟି: ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଦେଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରୀକରଣ ହୋଇଛି । ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ଗଛ କଟାଯାଉଛି । କେବଳ ଏତିକି ନୁହଁ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଯାହା ଭବିଷ୍ୟତ ପିଢ଼ି ପାଇଁ ଏବେ ଚିନ୍ତାର କାରଣ ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୨୩-୨୪ ମସିହାରେ ୪୫୦ ଲକ୍ଷ ଚାରା ରୋପଣ ପାଇଁ ଅନୁମତି ଦିଆଯାଇଥିଲା । ସହରାଞ୍ଚଳରେ ପାଖରେ ଥିବା ନଦୀ କୂଳରେ ଏହି ବୃକ୍ଷ ରୋପଣ କରିବା ପାଇଁ ଅନୁମତି ଦିଆଯାଇଥିଲା । ଏପରି ସମୟରେ ଭୁବନେଶ୍ୱରର ତ୍ରିଶୁଳିଆ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଅନେକ ଛୋଟ ବଡ଼ ଗଛ ରହିଥିଲା, ଯାହା ବାଟୋଇଙ୍କୁ ଛାଇ ମଧ୍ୟ ଯୋଗାଉଥିଲା । ହେଲେ ଏବେ ରାସ୍ତା ପ୍ରଶସ୍ତି ପାଇଁ ଗତ କିଛିଦିନ ହେଲା ଏହି ସମସ୍ତ ଗଛକୁ କାଟି ଦିଆଯାଇଛି । ଯାହାକୁ ନେଇ ରାଜଧାନୀ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ସହ ଆହୁରି ଅଧିକା ଗଛ ଲଗାଇବାକୁ ଦାବି କରିଛନ୍ତି ।

ସେପଟେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏସିର ବହୁଳ ବ୍ୟବହାର ମଧ୍ୟ ରାଜଧାନୀରେ ଅସମ୍ଭାଳ ତାତିର ପ୍ରମୁଖ କାରଣ ପାଲଟିଥିବା କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ । ବୃକ୍ଷ ରୋପଣ ଏବଂ ବର୍ଷା ଜଳ ସଂରକ୍ଷଣ ନାଁରେ ସରକାର କେବଳ ଯୋଜନା ପ୍ରଣୟନ କରୁଥିବାବେଳେ ଏହା କାଗଜ କଲମରେ ସୀମିତ ରହୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗକୁ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି । ଏଣୁ ଏଭଳି ସ୍ଥିତିର ମୁକାବିଲା କରିବାକୁ ସରକାର ତତ୍ପର ହେବା ସହ ସହରକୁ ସବୁଜକରଣ କରାଇବା ଦିଗରେ ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ ।

ଏହା ମଧ୍ୟ ପଢନ୍ତୁ: ଗୃହ ନିର୍ମାଣ ପାଇଁ ଚାଲିଛି ଗଛକଟା, ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.