ETV Bharat / state

ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV - Tpcodl Lunched Electric Cars - TPCODL LUNCHED ELECTRIC CARS

ବିଶ୍ୱ ପରିବେଶ ଦିବସ ଅବସରରେ ଏକ ନିଆରା ପଦକ୍ଷେପ ନେଇଛି TPCODL । ଅଫିସିଆଲ ବ୍ୟବହାର‌ ପାଇ ଆପଣାଇଛନ୍ତି ଇଲେକ୍ଟ୍ରିକ ଗାଡି । ଏନେଇ ୩୦ଟି ଇଭିର ଶୁଭ ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ,

ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV
ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 1:14 PM IST

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ TPCODL କାର୍ଯ୍ୟାଳୟରେ ଏପରି ପଦକ୍ଷେପ ନିଆଯାଇଛି । ଏନେଇ TPCODL ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତିରେ ୩୦ଟି ନୂଆ ଇଲେକ୍ଟ୍ରିକ ଗାଡିକୁ ଶୁଭ ଉନ୍ମୋଚିତ କରାଯାଇଛି । ଯାହାକି ଆଗାମି ଦିନରେ ଅଫିସିଆଲ୍ ଭାବେ ବ୍ୟବହାର କରାଯିବ । ଯେହେତୁ ଅନେକ TPCODL କର୍ମଚାରି ଗାଡି ବ୍ୟବହାର କରୁଛନ୍ତି । ସମସ୍ତ ଗାଡି ଗୁଡିକ ପେଟ୍ରୋଲ ବା ଡିଜେଲ ଦ୍ବାରା‌ ପରିଚାଳିତ ହେଉଛି । ଯାହା ଫଳରେ ଏକ ଗ୍ଲୋବାଲ ଓ୍ବାର୍ମି ଭଳି ସ୍ଥିତି ଉପୁଜୁଛି। ବାୟୁ ମଣ୍ଡଳ ପ୍ରଦ୍ୟୁଷଣ ସହ ଅଙ୍ଗାରକାମ୍ଳର ମାତ୍ରା ବଢିଯାଉଛି । ଏନେଇ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଏଭଳି ନିଆରା ପଦକ୍ଷେପ ନିଆଯାଇଛି ।

ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV
ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV (ETV Bharat Odisha)

ପରିବେଶକୁ ସୁରକ୍ଷିତ ରଖିବା ଏହାକୁ ବଞ୍ଚାଇବା ପାଇଁ ଏକ ଭିଜନ ନେଇ ଏକ ନିଆରା ପଦକ୍ଷେପ ନିଆଯାଉଛି । ଯାହା ଫଳରେ ବିଦ୍ୟୁତ ବିତରଣକାରି ସଂସ୍ଥା TPCODL ଅଫିସିଆଲ୍ ବ୍ୟବହାର ପାଇଁ ଇଲେକ୍ଟ୍ରିକ ଗାଡିକୁ ନିଷ୍ପତ୍ତି ନେଇ ଏପରି ଏକ ପଦକ୍ଷେପ ନିଆଯାଇଛି । ଯାହାକି ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବାର୍ତ୍ତା ଯାଉଛି TPCODL । ଯେଭଳି ଇକୋ ଫ୍ରେଣ୍ଡଲି ପରିବେଶ ସୃଷ୍ଟି କରାଯାଇପାରିବ । ପରିବେଶକୁ ପ୍ରଦୂଷଣ ନ କରି ଯେପରି ଏକ ବିଦ୍ୟୁତ ପରିଚାଳିତ ଗାଡି ବ୍ୟବହାର ଦ୍ବାରା ତାହାକୁ ରକ୍ଷା କରାଯାଇପାରିବ । ଏଥିସହ ବିଦ୍ୟୁତର ବ୍ୟବହାର‌ ବଢ଼ିବା ସହ ଉଚିତ ମୂଲ୍ୟରେ ନିଜର ଖର୍ଚ୍ଚରେ ଚାରି ଚକିଆ ଗାଡ଼ିର ମଜା ନେଇପାରିବେ । ଏଭଳି ଅନେକ ଭିଜନ ନେଇ ଏଭଳି TPCODL ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଯାହାକୁ ନେଇ ଅଫିସରେ ସମସ୍ତ ଗାଡ଼ିକୁ ଉନ୍ମୋଚିତ ସହ ଏହାକୁ କିଭଳି ଅଫିସିଆଲ୍ ବ୍ୟବହାର ପାଇଁ ଅଫିସର କର୍ମଚାରି ମାନେ ତାହା କୁହାଯାଇଛି । ତେବେ ଏହି ଗାଡିକୁ ସେମାନଙ୍କ ଅଫିସ କାମରେ ଯାଉଥିବା ସମୟରେ ବା ଗନ୍ତବ୍ୟ ସ୍ଥାନକୁ ଯିବା ଆସିବା ସମୟରେ ଅଫିସିଆଲ୍ ଭାବେ ବ୍ୟବହାର କରିପାରିବେ । ଏନେଇ ଆଗାମୀ ଦିନରେ ଆହୁରି EV ଗାଡି ବ୍ୟବହାର ପାଇଁ ଯୋଜନା ରହିଥିବା ମଧ୍ୟ ସୂଚନା ମିଳିଛି । ଏନେଇ ବିଶ୍ବ ପରିବେଶ ଦିବସ ଅବସରରେ TPCODLର ବହୁ ବରିଷ୍ଠ ଅଧିକାରି ସହ ଅନେକ କର୍ମଚାରି ଉପସ୍ଥିତ ରହିଥିଲେ । ‌ଏଥିସହ କିଛି ଚାରା ରୋପଣ କାର୍ଯକ୍ରମ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ଲାଷ୍ଟିକ ମୁକ୍ତ ସଚେତନତା, ଜୈବକୁଣ୍ଡ ପ୍ରସ୍ତୁତ କଲେ ଗ୍ରାମବାସୀ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.