ETV Bharat / state

ବସର ବ୍ରେକ ଫେଲ, ଅଳ୍ପକେ ବର୍ତ୍ତିଲେ ଲୋକେ

author img

By ETV Bharat Odisha Team

Published : Jan 28, 2024, 10:23 AM IST

Sever Road Accident: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଶହ ଶହ ଲୋକ । ବସ ବ୍ରେକ ଫେଲ ହୋଇଥିବା ସୂଚନା । ବିଜୁ ପାଠାଗାରକୁ ଧକ୍କା ମାରି ସେଠାରେ ଅଟକି ଯାଇଥିଲା । ଅଧିକ ପଢ଼ନ୍ତୁ,

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଶହ ଶହ ଲୋକ । ବସ ବ୍ରେକ ଫେଲ କୋରାପୁଟ ସ୍ଥିତ ବିଜୁ ପାଠାଗାରକୁ ଧକ୍କା ମାରି ସେଠାରେ ଅଟକି ଯାଇଥିଲା । ଏହି ଦୁର୍ଘଟଣାରେ କୋରାପୁଟର ଜଣେ ଆଇନଜୀବୀ ଗୁରୁତର ଆହତ ହୋଇଛନ୍ତି । ସେପଟେ ବୟସ୍କ ତୀର୍ଥଯାତ୍ରୀଙ୍କୁ ନେବା ପାଇଁ ବସ ଗୁଡିକର ଫିଟନେସ ପରୀକ୍ଷା ନେଇ ତଦନ୍ତ ଦାବି କରାଯାଇଛି ।

ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ବୟସ୍କ ବ୍ୟକ୍ତିଙ୍କୁ ତୀର୍ଥ ଯାତ୍ରା କରିବା ପାଇଁ ଋଷିକେଶ ପଠାଯାଇଥିଲା । ତେବେ ବସଟି ଯାଉଥିବା ବେଳେ ବ୍ରେକ ଫେଲ ହୋଇଥିଲା । ଯାହା ଫଳରେ ତୀର୍ଥ ଯାତ୍ରୀ ରହିଥିବା ସ୍ଥାନରୁ ପ୍ରାୟ 500 ମିଟର କୋରାପୁଟ ସୁନାବେଡା ମୁଖ୍ୟ ରାସ୍ତା ଅତିକ୍ରମ କରି ଚନ୍ଦନ ପୋଖରୀ ପାଖ ପୁରୁଣା ବିଜୁ ପାଠାଗାର ଠାରେ ଧକ୍କା ଦେଇଥିଲା l ଏହି ଦୁର୍ଘଟଣାରେ କୋରାପୁଟର ଜଣେ ଆଇନଜୀବୀ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲକୁ ପଠାଯାଇଥିଲା । ସେଠାର ତାଙ୍କ ସ୍ବସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି l ତେବେ ସମୁଦାୟ 210 ଜଣ ଯାତ୍ରୀଙ୍କୁ ବସରେ ରାୟଗଡା ପର୍ଯ୍ୟନ୍ତ ନେଇ ସେଠାରୁ ଟ୍ରେନରେ ତୀର୍ଥଯାତ୍ରା କରାଇବାର ଯୋଜନା କରାଯାଇଥିଲା । ବସ ଯାତ୍ରୀ ଉଠାଇବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା l ଏହି ଦୁର୍ଘଟଣାରେ ଏକ ସ୍କୁଟର ନଷ୍ଟ ହୋଇଥିବା ବେଳେ ଗହଳି ଲାଗି ରହିଥିବା ରାସ୍ତାରେ ଲୋକେ ହଟିଯିବା ଫଳରେ ଜନଜୀବନ ସୁରକ୍ଷିତ ରହିପାରିଥିଲା । ତେବେ ବୟସ୍କ ତୀର୍ଥଯାତ୍ରୀଙ୍କୁ ନେବା ପାଇଁ ବସ ଗୁଡିକର ଫିଟନେସ ପରୀକ୍ଷା କରାଯାଇଥିଲା ନା ନାହିଁ ସେ ନେଇ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ... ପିକନିକ ଖୁସି କ୍ଷଣିକରେ ଛଡାଇ ନେଲା ଦୁର୍ଘଟଣା, ବସ-ଟ୍ରକ ମୁହାଁମୁହିଁରେ 3 ମୃତ

ସେହିପରି ଗତକାଲି ଦଶପଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତିରେ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପିକନିକ ବସ ଦଶପଲ୍ଲାରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଥିଲେ । ଏନେଇ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ, ବାଣୀଗୋଛା ପୋଲିସ, ଦଶପଲ୍ଲା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.