ETV Bharat / state

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ମହାଦେବଙ୍କୁ ଜଳାଲାଗି ପାଇଁ ପ୍ରବଳ ଭିଡ - Sawan third Monday

author img

By ETV Bharat Odisha Team

Published : Aug 5, 2024, 8:10 AM IST

Sawan third Monday: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ମହାଦେବଙ୍କୁ ଜଳାଲାଗି କରିବା ପାଇଁ ପ୍ରତ୍ୟେକ ଶୈବାଳୟରେ ପ୍ରବଳ ଭିଡ । ବିଳମ୍ବିତ ରାତିରୁ ଲମ୍ବା ଲାଇନ ଲଗାଇଛନ୍ତି କାଉଡିଆ । ଅଧିକ ପଢନ୍ତୁ

Sawan third Monday
Sawan third Monday (ETV Bharat Odisha)

ହାଇଦ୍ରାବାଦ: ମାସ ମଧ୍ୟରେ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଆଜି ଶ୍ରାବଣ ତୃତୀୟ ସୋମବାର । ଭୋଳାବାବାଙ୍କ ପ୍ରିୟ ମାସ ଓ ପ୍ରିୟ ବାରରେ ତାଙ୍କୁ ଜଳାଭିଷେକ କରିବା ଲାଗି ପ୍ରତ୍ୟେକ ଶିବାଳୟରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । କାଉଡିଆମାନେ କାନ୍ଧରେ ବାହୁଙ୍ଗି ଧରି ବିଳମ୍ବିତ ରାତିରୁ ମନ୍ଦିରରେ ଲମ୍ବା ଲାଇନ ଲଗାଇଛନ୍ତି । ଅତି ନିଷ୍ଠାର ସହ ଶୈବାଳୟଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଗଗନପବନ ।

ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରାବଣର ମାସରେ ଶିବଶଙ୍କର ପୃଥିବୀରେ ବାସ କରିଥାନ୍ତି । ଯେଉଁଥିପାଇଁ ଭକ୍ତମାନେ ମାନସିକ କରି ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜା ଓ ଜଳାଭିଷେକ କରିଥାନ୍ତି । ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ବିଷ୍ଣୁ ଚତୁର୍ମାସ ସମୟରେ ଯୋଗ ନିଦ୍ରାକୁ ଯାଆନ୍ତି, ସେତେବେଳେ ମହାଦେବ ସୃଷ୍ଟିର ପାଳନ କରିଥାନ୍ତି । ଶିବ ପୁରାଣଙ୍କ ଅନୁଯାୟୀ, ଶ୍ରାବଣ ମାସ ହେଉଛି ହେଉଛି ଚତୁର୍ମାସର ପ୍ରଥମ ମାସ, ଯାହାର ଅଧିପତି ଭଗବାନ ଶିବଶଙ୍କର। ଏହି ସମୟରେ ଭୋଳେନାଥ ପୃଥିବୀରେ ବାସ କରନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତି ।

ଏହାମଧ୍ୟ ପଢନ୍ତୁ... ଅଧା ରହିଗଲା ମହାଦେବଙ୍କୁ ଜଳାଭିଷେକ, ବିଦ୍ୟୁତ ସଂସ୍ପର୍ଶରେ ଆସି 9 କାଉଡିଆଙ୍କ ମୃତ୍ୟୁ - Bihar Accident

ମାର୍କଣ୍ଡେୟ ଋଷି ଲମ୍ବା ଆୟୁଷ ପାଇଁ ଏହି ମାସରେ ଘୋର ତପ କରି ଶିବଙ୍କର କୃପା ଲାଭ କରିଥିଲେ । ତାଙ୍କୁ ଶିବ ଦୀର୍ଘାୟୁ ବରଦାନ ଦେଇଥିଲେ । ଶ୍ରାବଣ ମାସରେ ନିଷ୍ଠାର ସହ ଶିବଙ୍କ ପୂଜା କରୁଥିବା ଭକ୍ତମାନଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ସୁଖ, ସମୃଦ୍ଧି, ସଫଳଥା, ଦୀର୍ଘାୟୁ, ଧନ, ସୁଖୀ ବୈବାହିକ ଜୀବନ, ଉତ୍ତମ ଜୀବନସାଥି ମିଳିବା ନେଇ ମାନସିକ ରଖି ଶ୍ରାବଣ ମାସରେ ଶିବଙ୍କ ପୂଜା କରିଥାନ୍ତି ।

ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଛି । ଆଜି ତୃତୀୟ ସୋମବାର । ଆଜି ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.