ETV Bharat / state

ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜୀନତ, ୪ ଗାଁରେ କୋକୁଆ ଭୟ, 163 ଧାରା ଲାଗୁ - TIGER ZEENAT IN JHARKHAND FOREST

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ଚମ୍ପଟ ମାରି ଝାଡ଼ଖଣ୍ଡ ରାଜାବସା ଜଙ୍ଗଲରେ ବୁଲୁଛି ବାଘୁଣୀ ଜୀନତ । ମଇଁଷୀ ଥୋପ ଦେଇ ଟ୍ରାଙ୍କୁଲାଇଜ ଲକ୍ଷ୍ୟରେ ବନ ବିଭାଗ ।

Tigress Zeenat
Tigress Zeenat (ETV BHARAT ODISHA)
author img

By ETV Bharat Odisha Team

Published : Dec 14, 2024, 2:46 PM IST

ରାଇରଙ୍ଗପୁର: ଶିମିଳିପାଳରୁ ଫେରାର ହୋଇ ଝାଡ଼ଖଣ୍ଡ ଘଞ୍ଚ ଜଙ୍ଗଲରେ ବୁଲୁଛି ବାଘୁଣୀ ଜୀନତ । ବର୍ତ୍ତମାନ ସୁଦ୍ଧା ତାକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇପାରିନି ବନ ବିଭାଗ । ଜୀନତ ଝାଡ଼ଖଣ୍ଡର ରାଜାବସା ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ବନ ବିଭାଗର ଏକ ଟିମ୍ ସେଠାରେ ଡେରା ପକାଇଥିବା ବେଳେ, ଏଯାଏଁ ଠାବ ହୋଇନି ବାଘୁଣୀ ଜୀନତ ।

ଗତ ରବିବାର ରାତିରେ ବାଘୁଣୀ ଜିନତ ମୟୂରଭଞ୍ଜ ବିଶୋଇ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲା । ଝାଡଖଣ୍ଡ ଜଙ୍ଗଲରେ ଉତ୍ତର ପୂର୍ବ ଦିଗକୁ ଗତି କରି ଚାକୁଳିଆ ନିକଟସ୍ଥ ଚିଆବାନ୍ଦି ଜଙ୍ଗଲରେ ଜୀନତ ଥିବାର ସୂଚନା ମିଳିଛି । ସେଥିପାଇଁ ଚାକୁଳିଆର କିଛି ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।

TIGER ZEENAT ESCAPE (ETV BHARAT ODISHA)

ବାଘୁଣୀ ଭୟରେ ୪ ଗ୍ରାମରେ 163 ଧାରା :

ଝାଡ଼ଖଣ୍ଡର ଘାଟଶିଳା ଉପଜିଲ୍ଲାପାଳ ଏନେଇ ଚିଆବାନ୍ଦି, କାଡସୀଙ୍ଗା, ବାଲାରାସୋଳ , ଧାଡ଼ିକା ଗ୍ରାମ ଅଞ୍ଚଳରେ 163 ଧାରା ଲାଗୁ କରିଛନ୍ତି । ଏଥି ସହିତ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଲୋକମାନେ ଅଯଥାରେ ଘରୁ ନ ବାହାରିବା ପାଇଁ ସତର୍କ କରା ଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ କମ୍ ରହିଥିବାର ସୂଚନା ମିଳିଛି । ଉଭୟ ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟର ସଦସ୍ୟ ଥିବା ସ୍ଵତନ୍ତ୍ର ଟିମ ଜୀନତର ଗତିବିଧି ଉପରେ ନଜର ରଖିଛନ୍ତି ।

Tigress Zeenat
Tigress Zeenat (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର - TIGER ZEENAT ESCAPE

ଏହା ବି ପଢନ୍ତୁ...ନୂଆ ଠିକଣା ସନ୍ଧାନରେ ଯମୁନା-ଜୀନତ, ଆହୁରି ଆସିବେ 3 ବାଘ

ଏହା ବି ପଢନ୍ତୁ...ଏନକ୍ଲୋଜରରୁ ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜୀନତ

ଜୀନତକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହେଉନି :

ବାଘୁଣୀକୁ ଶୀଘ୍ର ଧରାଯାଇ ଶିମିଳିପାଳକୁ ଆଣିବାର ବ୍ୟବସ୍ଥା କରୁଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ । ହେଲେ ବାଘୁଣୀ ଜୀନତକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହେଉନାହିଁ । କାରଣ ଝାଡ଼ଖଣ୍ଡ ଯିବା ପୂର୍ବରୁ ଜୀନତ ଶିକାର କରି ନଥିବା ବେଳେ ସେଠାରେ ଶିକାର ନିମନ୍ତେ ତିନୋଟି ମଇଁଷି ବାଛୁରୀ ଚିଆବାନ୍ଧି ଜଙ୍ଗଲରେ ବାନ୍ଧି ରଖା ଯାଇଥିଲା । ହେଲେ ସେଥି ମଧ୍ୟରୁ ଗୋଟିଏ ମଇଁଷି ବାଛୁରୀକୁ ଜୀନତ ମାରି ଦେଇଥିବା ବେଳେ ଟ୍ରାଙ୍କୁଲାଇଜ ଭୟରେ ଆହାର କରି ପାରି ନଥିଲା । ତେଣୁ ଭୋକରେ ରହିଥିବା ଜୀନତକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହୋଇ ପାରିନି । ଏବେ ଯାହା ସୂଚନା ରହିଛି ଜୀନତ ଝାଡ଼ଖଣ୍ଡର ରାଜାବସା ଜଙ୍ଗଲରେ ରହିଛି । ଜୀନତ୍କୁ ଶିମିଳିପାଳ ଫେରାଇ ଆଣିବାକୁ ବନବିଭାଗ ପ୍ରୟାସ ଜାରି ରଖିଛି।

Tigress Zeenat
Tigress Zeenat (ETV BHARAT ODISHA)

ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରର ତଡବା-ଅନ୍ଧେରୀ ଜଙ୍ଗଲରୁ ଗତ ନଭେମ୍ବର 14 ରେ ଶିମିଳିପାଳକୁ ଜୀନତକୁ ଅଣା ଯାଇଥିଲା । ଗତ 24 ତାରିଖ ରାତିରେ ଏନ୍ କ୍ଲୋଜରରୁ ବାଘୁଣୀକୁ ଜଙ୍ଗଲକୁ ଛାଡ଼ି ଦିଆ ଯାଇଥିଲା । ତେବେ ଖୁବଶୀଘ୍ର ତାକୁ ଝାଡଖଣ୍ଡରୁ ଫେରାଇ ଅଣାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି, '' ୩ ଦିନ ହେଲା ଜୀନତ ଚାକୁଳିଆରେ ଅଛି । ସେଠାରେ ଆମର ଟ୍ରାକିଂ ଟିମ୍‌ ଓ ଝାଡ଼ଖଣ୍ଡର ଟିମ୍‌ ଅଛନ୍ତି । ସେ ଜଙ୍ଗଲକୁ ଜେମିତି ଯାଇଛି ସେମିତି ଆସିବା ନେଇ ଆମର ଆଶା ରହିଛି । ''

Tigress Zeenat
Tigress Zeenat (ETV BHARAT ODISHA)

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.