ETV Bharat / state

ବଜେଟ ଅଧିବେଶନ ବେଳେ ରାସ୍ତାରେ ହେବନି ହଙ୍ଗାମା, ସୁରକ୍ଷା ବଳୟରେ ଲୋୟର ପିଏମଜି - Security Arrangement For CM House - SECURITY ARRANGEMENT FOR CM HOUSE

Security Arrangements For Budget Session: ବିଧାନସଭା ବଜେଟ୍ ଅଧିବେଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଲୋୟର ପିଏମଜି କଡ଼ା ସୁରକ୍ଷା ବଳୟରେ ରହିଛି । କେଉଁ ରୁଟରେ ସାଧାରଣଲୋକଙ୍କ ଯାତାୟତ ବାରଣ ହୋଇଛି, ଜାଣନ୍ତୁ ।

Security Arrangements
Security Arrangements (ETV Bharat Odisha)
author img

By ETV Bharat Odisha Team

Published : Jul 21, 2024, 9:10 PM IST

ଭୁବନେଶ୍ବର: ଆସନ୍ତାକାଲି (୨୨ ତାରିଖ)ଠାରୁ ବିଧାନସଭା ବଜେଟ୍ ଅଧିବେଶନ । ଏହି ସମୟରେ ଲୋୟର ପିଏମଜିରେ ଦେଖିବାକୁ ମିଳିଥାଏ ବିକ୍ଷୋଭ ପ୍ରଦର୍ଶନ । ତେବେ ଲୋୟର ପିଏମଜି କଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଥିବା ଯୋଗୁଁ ବଢିଲା ସୁରକ୍ଷା ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପାଖରେ ପୋଲିସ ମୁତୟନ ଓ ସୁରକ୍ଷା ବଳୟର ବନ୍ଦୋବସ୍ତ କରାଯାଇଛି । ଏନେଇ ପୋଲିସ ଡିଜି କହିଛନ୍ତି, "ଅହୋରାତ୍ର ପୋଲିସ ଫୋର୍ସ ଅଫିସର ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସିଏମ ହାଉସକୁ ଲାଗିକି ଥିବା ଗଳି ଓ ପାଖ ଗଳିରେ ମଧ୍ୟ ସାଧାରଣ ଲୋକଙ୍କ ଯିବାଆସିବା ଉପରେ କଟକଣା ରହିବ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମଧ୍ୟ ବନ୍ଧୁକଧାରୀ ପୋଲିସ ମୁତୟନ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛ ପଟେ ମଧ୍ୟ ସୁରକ୍ଷା କର୍ମଚାରୀ ନିୟୋଜିତ ରହିବେ । ସିସିଟିଭି ସର୍ଭିଲାନ୍ସ ସହ ସୁରକ୍ଷା ବଳୟରେ ରହିବ ସିଏମ ହାଉସ ।"

Security Arrangements (ETV Bharat Odisha)

ଡିଜି ଆହୁରି କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭଳି ସ୍ବତନ୍ତ୍ର ବ୍ୟାରିକେଡ଼ ଓ ସିସିଟିଭି ଓ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ବନ୍ଦୋବସ୍ତ ହୋଇଛି । ସିଏମ ହାଉସ ପାଖରେ ମଧ୍ୟ ପୋଲିସ ପକ୍ଷରୁ ଡିସିପି କ୍ୟାମ୍ପ ଅଫିସ ଓ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ମଧ୍ୟ ରହିଛି । ଏଥର ବିଧାନସଭାକୁ ଦୃଷ୍ଟିରେ ରଖି ଡ଼ାକବାଜି ଯନ୍ତ୍ର ଓ ସିସିଟିଭି କ୍ୟାମେରା ସାହାଯ୍ୟରେ ସବୁ ଦିଗ ଉପରେ ନଜର ରହିବ । ସିଏମ ହାଉସ ପର୍ଯ୍ୟନ୍ତ ଯେପରି କୌଣସି ବିକ୍ଷୋଭକାରୀ ବା ଆନ୍ଦୋଳନକାରୀ ପହଞ୍ଚି ନପାରିବେ ସେନେଇ ଆଗୁଆ ପଦକ୍ଷେପ ନିଆଯିବ ଓ ଗୁଇନ୍ଦା ଅଧିକାରୀ ନଜର ରଖିବେ"।

Security Arrangements
Security Arrangements (ETV Bharat Odisha)

ଅନ୍ୟପଟେ ବିଧାନସଭାର ବଜେଟ ଅଧିବେଶନ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି । ବିଧାନସଭାର ଭିତର ଓ ବାହାର ଚାରିପାଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରଯାଇଛି । ବିଧାନସଭାର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ବନ୍ଧୁକଧାରୀ ପୋଲିସ ମୁତୟନ ରହିବେ । ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଇଣ୍ଟେଲିଜେନ୍ସ ଆଧାରରେ ଧାରଣା ଓ ବିକ୍ଷୋଭକାରୀଙ୍କ ଉପରେ ନଜର ରଖି ସୁରକ୍ଷା ଅଧିକ ବଢାଯିବ । ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ କଡ଼ା ଚେତାବନୀ ରହିଛି । କାରଣ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାରେ ମଧ୍ୟ ଏନେଇ କଡ଼ା ନିୟମ ରହିଛି । ସେ ଦୃଷ୍ଟିରୁ ଏକ ଟିମ୍ ମଧ୍ୟ ଏହା ଉପରେ ନଜର‌ ରଖିବ ।

ଏହା ବି ପଢନ୍ତୁ...ମୋହନ ସରକାରର ପ୍ରଥମ ବଜେଟ ଅଧିବେଶନ; ସହଯୋଗ ଲୋଡ଼ିଲେ ବାଚସ୍ପତି - All Party Meeting

ତେବେ ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ଅଧିବେଶନ ଚାଲୁ ରହିବ । ସୁରକ୍ଷାକୁ ପ୍ରାଧାନ୍ୟ ସହ ବିଧାନସଭାକୁ ସଂଲଗ୍ନ କରୁଥିବା ରାସ୍ତା ଦେଇ ଜନସାଧାରଣ ଯାତାୟାତ ଉପରେ ମଧ୍ୟ କଟକଣା ଜାରି ରହିଛି । କେବଳ ପାସଧାରୀ ବା ସରକାରୀ କର୍ମଚାରୀ ତଥା ଅନୁମତି ଥିବା ଲୋକଙ୍କୁ ଯିବା ଆସିବା ପାଇଁ ଅନୁମତି ରହିଛି । ଡଗ ସ୍କ୍ୱାଡ୍, ବମ ସ୍କ୍ୱାଡ୍, ଆତଙ୍କୀ ମୁକାବିଲା ପାଇ ସ୍ପେଶାଲ ଟାକ୍ଟିକାଲ ୟୁନିଟ ଓ ଅଗ୍ନିଶମ ଟିମ୍ ମଧ୍ୟ ନିୟୋଜିତ ରହିବେ । ଏହାସହ ଜଣେ ଡିସିପିଙ୍କ ନେତୃତ୍ବରେ ୬ଜଣ ଅତିରିକ୍ତ ଡିସିପି ଓ ୧୯ ଏସିପି ଓ ୨୪ ଇନସ୍ପେକ୍ଟରଙ୍କ ସହ ୮୫ ଅଫିସର, ୩୦ପ୍ଲାଟୁନ ଫୋର୍ସ ଓ ଟ୍ରାଫିକ ପୋଲିସ ମଧ୍ୟ ନିୟୋଜିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.