ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନବରଙ୍ଗପୁରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା - NABARANGPUR THREE TIER SECURITY

Three Tier Security In Nabarangpur: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ନବରଙ୍ଗପୁରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 5, 2024, 8:39 PM IST

Tight Security In Nabarangpur
Tight Security In Nabarangpur (Etv Bharat Odisha)

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ନବରଙ୍ଗପୁରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ଏଡିଜି ଆରପି କୋଚେ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ଚରଣ ସିଂ ମୀନା, ଜିଲ୍ଲା ଏସପି ରୋହିତ ବର୍ମାଙ୍କ ସହ ଜିଲ୍ଲପାଳ ଡଃ କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ଯେପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

ଏଥିସହ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବା ସ୍ଥାନରେ ଡେମୋ କରାଯାଇଥିଲା । ମଞ୍ଚରେ ପ୍ରସ୍ତୁତି ସହ ବିଭିନ୍ନ ଆନୁସାଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା । ଏହା ଓଡ଼ିଶାରେ ତାଙ୍କର ପ୍ରଥମ ନିର୍ବାଚନୀ ସଭା ହେବ । ନବରଙ୍ଗପୁର ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ବିଶାଳ ସଭାର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପିର ସମସ୍ତ ନେତା ଓ କର୍ମୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହାସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଆଜି ରାତି ସୁଦ୍ଧା ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି (୬ ତାରିଖରେ) ପ୍ରଧାନମନ୍ତ୍ରୀ ବ୍ରହ୍ମପୁରରେ 10.30ରେ ଏକ ଜନସଭା କରିବା ପରେ ନବରଙ୍ଗପୁର ଗସ୍ତ କରିବେ । ମଧ୍ୟାହ୍ନ 12.30ରେ ନବରଙ୍ଗପୁର ପହଞ୍ଚି ଚିକିଲି ପଡିଆଠାରେ ଜନସଭାକୁ ସମ୍ବୋଧିତ କରିବେ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର, ଆସିକା, କନ୍ଧମାଳ,ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଫୋକସ୍‌ରେ ରହିବ ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ...ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - PM MODI NABARANGPUR VISIT

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ ମେ' ୧୩ରେ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ସହ ୨୮ ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ ଗ୍ରହଣ । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଚାରର ମୂଳବିନ୍ଦୁ କ'ଣ ରହିବ ତାହାକୁ ନେଇ ଚର୍ଚ୍ଚା ଧରିଛି । ଓଡ଼ିଶାର ଅସ୍ମିତା ଏବେ ସଂକଟରେ । ଏହି ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରିବା ଏକ ପ୍ରକାର ନିଶ୍ଚିତ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.