ETV Bharat / state

ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ; 2 ଗୁରୁତର, ଜଣେ ଆହତ - Hunters Firing On Forest Guard

Hunters Firing On Forest Officials: ନୀଳଗିରି କୁଲଢିଆ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ । 2 ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ । ଅଧିକ ପଢନ୍ତୁ

Hunters Firing On Forest Guard
Hunters Firing On Forest Guard
author img

By ETV Bharat Odisha Team

Published : Mar 19, 2024, 10:02 AM IST

ବାଲେଶ୍ବର: ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ । ଶିକାରୀ ଗୁଳିମାଡରେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ୍ ନୀଳଗିରି କୁଲଢିଆ ଅଭୟାରଣ୍ୟରେ । ଏହି ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ-ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ସୋମବାର ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ ଅଞ୍ଚଳରେ ଫରେଷ୍ଟ ଗାର୍ଡ ସିଂ ରାୟଙ୍କ ସହିତ ଦୁଇ ସବୁଜ ବାହିନୀ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ 2 ଜଣଙ୍କ ଅବସ୍ଥା ସଙ୍ଗୀନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ କୁଳଢିଆ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାସ୍ଥଳରୁ ଦୁଇ ଶିକାରୀ ଗିରଫ ହୋଇଥିବା ଜଣାପଡ଼ିଛି । ଉଭୟଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧ ଜଙ୍ଗଲରେ ସକ୍ରିୟ ପଶୁ ଶିକାରୀ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ବନ ବିଭାଗ

ଦିନକୁ ଦିନ ବାଲେଶ୍ୱର ଜିଲ୍ଲା କୁଲଢିହା ଜଙ୍ଗଲରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ବନ୍ୟଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ବନ୍ଧୁକ ଓ ମାରଣାସ୍ତ୍ର ସହ ଶିକାର ପାଇଁ ଜଙ୍ଗଲରେ ଲୁଚି ରହୁଛନ୍ତି । ସେମାନଙ୍କ ଉପରେ ନଜର ରଖିବାକୁ ବନବିଭାଗ କର୍ମଚାରୀ ଯାଉଥିବା ବେଳେ ଶିକାରୀଙ୍କ ଗୁଳିରେ କେତେବେଳେ ଜୀବନ ଯାଉଛି ତ ପୁଣି କେତେବେଳେ ଗୁରୁତର ଆହତ ହେଉଛନ୍ତି । ବନ କର୍ମଚାରୀଙ୍କ ସୁରକ୍ଷା ଉପରେ ବନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । କେବଳ ବାଲେଶ୍ବର ନୁହେଁ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସୁଛି । ଶିକାରୀମାନେ ଜଙ୍ଗଲକୁ ପଶୁ ଶିକାର କରିବାକୁ ଯାଇ ବିଫଳ ହେଲେ ଏପରି ଘଟଣା ମାନ ଘଟାଇଥାନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.