ETV Bharat / state

ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା ଆୟୋଜିତ, ଏନଏସଏସ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସିପିଆର ତାଲିମ - Bhubaneswar

Three Day Long CRP Training Work Shop : ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି । ଏମ୍ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହିଳା ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ । ଅଧିକ ପଢ଼ନ୍ତୁ,

ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା
ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା
author img

By ETV Bharat Odisha Team

Published : Feb 6, 2024, 10:59 PM IST

ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା

ଭୁବନେଶ୍ବର: ସମଗ୍ର ଦେଶରେ ହୃଦରୋଗ ଏବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି । ତେବେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଏ । ସମଗ୍ର ଦେଶରେ ସିପିଆର୍ ତାଲିମ ଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ପଦକ୍ଷେପ ନିଆଯାଇଛି । ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି । ଏମ୍ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହିଳା ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ । ମହିଳା ସ୍ବେଚ୍ଛାସେବୀଙ୍କୁ ସଶକ୍ତ କରିବା ପାଇଁ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ବାସ ଏବଂ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦଘାଟନ କରିଛନ୍ତି । ହୃଦଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଏହାର ସଠିକତା ଉପରେ ନିର୍ଭର କରେ। ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି ‘‘ଏ ପରିସ୍ଥତିରେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ । ଏହା ସହିତ ଜଣେ ମହିଳା ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଶିକ୍ଷିତ ହୋଇଥାଏ। ସେହିପରି ଜଣେ ଛାତ୍ରୀଙ୍କୁ ସିପିଆର୍‌ ତାଲିମ୍‌ ପ୍ରଦାନ କରାଗଲେ, ତାଙ୍କ ଦ୍ବାରା ସମାଜ ବିଶେଷ ଉପକୃତ ହୋଇପାରିବ।’’

ଏହା ମଧ୍ୟ ପଢ଼ନ୍ତୁ... ମୃତ୍ୟୁ ରୋକିପାରିନି ସେବା ମନୋଭାବ, ଶରୀର ଦାନ କରି ଅମର ଜଗଦାନନ୍ଦ

ଏମ୍ସ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସୁସ୍ଥ ଜୀବନଶୈଳୀ, ମାସିକ ଋତୁସ୍ରାବ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ, ମଧୁମେହ, ଅସନ୍ତୁଳିତ ଜୀବନ ଶୈଳୀଜନିତ ସମସ୍ୟା ଆଦି ସମ୍ପର୍କରେ ବିଶେଷ ତାଲିମ ପ୍ରଦାନ କରାଯିବ । ଯାହାକି ବେଶ ଲାଭଦାୟୀ ହୋଇପାରିବ । ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ପ୍ରକାଶ କରିଛନ୍ତି ‘‘ଏପରି କର୍ମଶାଳା ଦ୍ବାରା ଛାତ୍ରୀମାନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ଉପଚାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ଯାହାକି ସେମାନଙ୍କୁ ଆତ୍ମବିଶ୍ବାସୀ କରିବ ।’’ ଏହି କର୍ମଶାଳାରେ ବିଶେଷ ଭାବରେ କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, ବଲାଙ୍ଗୀର, ସୁବର୍ଣ୍ଣପୁର, ନବରଙ୍ଗପୁର ଭଳି ୧୦ଟି ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ଏନଏସଏସ ମହିଳା ସ୍ବେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । ଆଜି ଆରମ୍ଭ ହୋଇଥିବା କର୍ମଶାଳା ଚଳିତ ମାସ ୮ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.