ETV Bharat / state

ଅଙ୍ଗନବାଡି ପଢିବାକୁ ଆସିଥିଲେ, ଖେଳୁଥିବାବେଳେ ପୋଖରୀରେ ବୁଡି ୩ ଶିଶୁ ମୃତ - Anganwadi kids drown in pond

author img

By ETV Bharat Odisha Team

Published : Jul 30, 2024, 2:32 PM IST

Anganwadi kids drown in pond: ପୋଖରୀରେ ବୁଡି ଆଖି ବୁଜିଲେ ୩ ଅଙ୍ଗନବାଡି ଶିଶୁ । ସକାଳେ ଅଙ୍ଗନବାଡିକୁ ପାଠ ପଢିବାକୁ ଆସିଥିଲେ । ଅଧିକ ପଢନ୍ତୁ

ଅଙ୍ଗନବାଡି ପଢିବାକୁ ଆସିଥିଲେ, ଖେଳୁଥିବାବେଳେ ପୋଖରୀରେ ବୁଡି ୩ ଶିଶୁ ମୃତ
ଅଙ୍ଗନବାଡି ପଢିବାକୁ ଆସିଥିଲେ, ଖେଳୁଥିବାବେଳେ ପୋଖରୀରେ ବୁଡି ୩ ଶିଶୁ ମୃତ (ETV Bharat Odisha)

କେନ୍ଦୁଝର: ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢିବାକୁ ସାଙ୍ଗ ହୋଇଆସିଥିଲେ । ପାଠ ପଢା ସାରି ଅଙ୍ଗନବାଡି ପାଖରେ ଖେଳୁଥିବାବେଳେ ପୋଖରୀରେ ବୁଡିଗଲେ ୩ ଶିଶୁ । ଆଜି (ମଙ୍ଗଳବାର) କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଆତୁରିକଣା ଗାଁରେ ଥିବା ଅଙ୍ଗନବାଡି ନିକଟରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ପୋଖରୀରୁ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁକନ୍ୟାମାନେ ହେଲେ ୩ ବର୍ଷୀୟା ଲିପ୍ସା ପାତ୍ର, ୪ ବର୍ଷୀୟ ପାୟଲ ପାତ୍ର ଏବଂ ଭାରତୀ ପାତ୍ର ହୋଇଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, ୩ ଶିଶୁକନ୍ୟା ପାୟଲ, ଲିପ୍ସା ଓ ଭାରତୀ ଆଜି (ମଙ୍ଗଳବାର) ସକାଳେ ଗାଁ ଅଙ୍ଗନବାଡିକୁ ପଢିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ସେମାନେ ଆଉ ଘରକୁ ଫେରିପାରିବେ ନାହିଁ ବୋଲି । ପାଠ ପଢା ସରିବା ପରେ ୩ ଜଣ ମିଶି ଅଙ୍ଗନବାଡି କେନ୍ଦ୍ର ବାହାରେ ଖେଳୁଥିଲେ । ପାଖରେ ଏକ ପୋଖରୀ ଥିବାବେଳେ ସେମାନେ ସେଠାକୁ ଚାଲି ଯାଇଥିଲେ । ସେଠି ଖେଳୁ ଖେଳୁ ୩ ଶିଶୁ ଦୁର୍ଘଟଣାବଶତଃ ପୋଖରୀରେ ବୁଡି ଯାଇଥିଲେ । ଗାଁ ଲୋକେ ଭାସମାନ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗଡଗଡିଆରେ ଘାଟରେ ଭାସିଗଲେ କାଉଡିଆ, ଅଧାରେ ରହିଗଲା ମହାଦେବଙ୍କୁ ଜଳ ଲାଗି; କାର ଦୁର୍ଘଟଣାରେ 2 ବୋଲବମ୍ ଭକ୍ତଙ୍କ ମୃତ୍ୟୁ - Kaudia drowns at Gadagadia Ghat

ଏହା ମଧ୍ୟ ପଢନ୍ତୁ: ଦେବୀନଦୀରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୩ ଛାତ୍ର - 3 Minors Drowned In Devi River

୩ ନିଷ୍ପାପ ଶିଶୁଙ୍କ ଏପରି ଦୁଃଖଦ ମୃତ୍ୟୁ, ଚାରିଆଡେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଶିଶୁଙ୍କ ପରିବାର କାନ୍ଦବୋବାଳିରେ ଫାଟି ପଡୁଛି । ତେବେ ଏହି ଘଟଣା ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.