ETV Bharat / state

ଆଦିବାସୀଙ୍କୁ ନେଇ ଚକ୍ରାନ୍ତ କରିଥିଲେ ରାଜ୍ୟ ସରକାର, ପାଣ୍ଡିଆନକୁ ଟାର୍ଗେଟ କଲେ ଭର୍ତ୍ତୃହରି - Bhartruhari Mahtab press meet

author img

By ETV Bharat Odisha Team

Published : May 29, 2024, 5:34 PM IST

Bhartruhari Mahtab Press meet: କିଛି ଅଫିସର ଓଡିଆଙ୍କୁ କଲବଲ କରୁଛନ୍ତି କହି ପାଣ୍ଡିଆନକୁ ଟାର୍ଗେଟ କଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଅଧିକ ପଢନ୍ତୁ

Bhartruhari Mahtab press meet
Bhartruhari Mahtab press meet (ETV Bharat Odisha)

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ବିଭିନ୍ନ ବିଷୟକୁ ନେଇ ସେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଆଦିବାସୀମାନେ ଅନ୍ୟମାନଙ୍କୁ ଜମି ବିକ୍ରି କରିପାରିବେ ବୋଲି ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା ଏକ ଚକ୍ରାନ୍ତ ଥିଲା । ଏହା ଏପର୍ଯ୍ୟନ୍ତ ସ୍ଥଗିତ ଅଛି ପ୍ରତ୍ୟାହାର ହୋଇନି । "

ଭୁଶୁଡି ପଡିଛି ଶିକ୍ଷାବ୍ୟବସ୍ଥା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଶିକ୍ଷକ, ଅଧ୍ୟାପକଙ୍କ ଅଭାବ ରହିଛି । କିନ୍ତୁ ଅର୍ଥ ଖର୍ଚ୍ଚ କରୁଛନ୍ତି ସରକାର ଶିକ୍ଷା ବିକାଶ ଦିଗରେ । ନିଯୁକ୍ତି ସୁଯୋଗ ରହିଥିଲେ ବି ବେକାରୀ ସମସ୍ୟା ଉତ୍କଟ ରହିଛି ବୋଲି ସେ ବର୍ଷିଛନ୍ତି । ଏକଧିକ ବିଭାଗରେ ପଦବୀ ଖାଲି ପଡ଼ିଛି । ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ଉତ୍ତର ଓଡିଶାର ଲୋକମାନେ ଠିକ ନିଷ୍ପତ୍ତି ନେବେ । 25 ବର୍ଷରେ ବିଜେଡିର ସରକାର ରାଜ୍ୟରେ କଣ କରିଛନ୍ତି ଓଡିଶାବାସୀ ଜାଣିଛନ୍ତି । ବିଜେପି ସରକାରକୁ ଆସିଲେ ସବୁ ଠିକ୍ କରିବ ବୋଲି କହିଛନ୍ତି ଭର୍ତ୍ତୃହରୀ ମହତାବ ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

ଓଡିଆଙ୍କୁ କଲବଲ କରୁଛନ୍ତି କିଛି ଅଫିସର: ସେ କହିଛନ୍ତି, "ଗତକାଲି(ମଙ୍ଗଳବାର) ଯେଉଁ ଦୁଇଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ECI କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହା ଅନ୍ୟ କୌଣସି ରାଜ୍ୟରେ ନିଆଯାଇ ନାହିଁ । ଯେଉଁ ସରକାରୀ ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରିଛନ୍ତି ସେମାନେ କେହି ବର୍ତ୍ତିବେ ନାହିଁ । ବିଗତ ୧୦ ବର୍ଷ ଭିତରେ ଯେଭଳି କ୍ଷମତାର ଅପବ୍ୟବହାର କରାଯାଇଛି ଏବିଂ କିଛି ଅଫିସର୍ ଜୋର କରି ଆସନ ମାଡି ବସି ଓଡ଼ିଶାବାସୀଙ୍କୁ କଲବଲ କରିଛନ୍ତି, ହଇରାଣ କରିଛନ୍ତି ଏ ସମସ୍ତଙ୍କୁ ବିଜେପି ସରକାରକୁ ଆସିଲେ କେହି ବର୍ତ୍ତିବେ ନାହିଁ । ମୁଁ ଏବେଠୁ ସତର୍କ କରିଦେଉଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ପାଣ୍ଡିଆନଙ୍କୁ କଡା କାଉଣ୍ଟର: ଇସିଆଇଙ୍କ କାର୍ଯ୍ୟାନୁଷ୍ଠାନ ନେଇ ପାଣ୍ଡିଆନଙ୍କୁ କାଉଣ୍ଟର କଲେ ଭର୍ତ୍ତୃହରି । ଏପ୍ରକାର ମନ୍ତବ୍ୟ ଦେଇ, ସେ ECIଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି ? ଯିଏ ଯେଉଁ ପ୍ରକୃତିର ସେ ସେଇ ପ୍ରକୃତିର ଲୋକକୁ ସମର୍ଥନ କରେ । ECIଙ୍କ ଦୃଷ୍ଟିକୁ ଅନେକ ପ୍ରକାର କଥା ଆସିଥିବ, ପ୍ରମାଣ ଥିବ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭର୍ତ୍ତୃହରି ମହତାବ । ନକ୍ସଲ ବିରୋଧୀ ଅଭିଯାନ ଗୃହ ମନ୍ତ୍ରାଳୟ ଅଧୀନରେ ହୁଏ । ଦୁଇ ପୋଲିସ ଅଧିକାରୀ କେତେ ଡାଇନାମିକ ସେ ସାର୍ଟିଫିକେଟ ଡିଜି ଦେବେ । ଜଣେ ବ୍ୟକ୍ତି ବା ଦଳର ସ୍ବାର୍ଥ ପାଇଁ କାମ କରିବା ଡାଇନାମିକ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.