ETV Bharat / state

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ, 'ମେଣ୍ଟ ନେଇ ଦ୍ବନ୍ଦ୍ବ ନାହିଁ ' - BJP BJD Alliance

Jual Oram on BJP-BJD Alliance: ବାଜିଲା ନିର୍ବାଚନୀ ବିଗୁଲ୍ । ହେଲେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଉପରୁ ହଟିଲାନି ପରଦା । ଏହାରି ଭିତରେ ଆଜି ପୁଣି ଦିଲ୍ଲୀରେ କୋର୍ କମିଟି ବୈଠକ ବସିବାକୁ ଥିବା ବେଳେ ସାଂସଦ ଜୁଏଲ ଓରାମ ଦେଇଛନ୍ତି ବଡ଼ ପ୍ରତିକ୍ରିୟା, ଶୁଣନ୍ତୁ କଣ କହୁଛନ୍ତି ସେ,

Jual Oram on BJP-BJD Alliance
Jual Oram on BJP-BJD Alliance
author img

By ETV Bharat Odisha Team

Published : Mar 18, 2024, 12:14 PM IST

Updated : Mar 18, 2024, 12:22 PM IST

Juel Oram on BJP-BJD Alliance

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମେଣ୍ଟ ଚର୍ଚ୍ଚା ନେଇ ଦୁଇ ଦଳ ଏକ ପ୍ରକାର ନିରବ ରହିଥିବା ବେଳେ ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ବଡ ବୟାନ ସାମ୍ନାକୁ ଆସିଛି । ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ, ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତ୍ତି ନେବ କହିଲେ ଜୁଏଲ ଓରାମ ।

ନିର୍ବାଚନ ବିଗୁଲ ବାଜି ସାରିବା ପରେ ମଧ୍ୟ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ । ଉଭୟ ଦଳର ନେତା କହୁଛନ୍ତି ମେଣ୍ଟ ସଂପର୍କରେ ନିଷ୍ପତ୍ତି ଶୀର୍ଷ ନେତା ନେବେ । କିନ୍ତୁ ଶୀର୍ଷ ନେତାଙ୍କ ନୀରବତା ଚର୍ଚ୍ଚାକୁ ଆହୁରି ଘନୀଭୂତ କରୁଛି । ଏହାରି ଭିତରେ ଦଳୀୟ କର୍ମୀ, ନେତା ଏବଂ ଆଶାୟୀଙ୍କ ଭିତରେ ଦ୍ୱନ୍ଦ୍ବ ଦୂର କରିପାରୁନାହିଁ ବିଜେପି । ତେବେ ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମ କହିଛନ୍ତି, " ମେଣ୍ଟକୁ ନେଇ କୌଣସି ଦ୍ଵନ୍ଦ୍ବ ନାହିଁ । କେନ୍ଦ୍ରକୁ ଲିଷ୍ଟ ପଠା ଯାଇଛି । କେନ୍ଦ୍ର ଯାହା ନିର୍ଣ୍ଣୟ କରିବ ସେହି ଅନୁଯାୟୀ ହେବ । ଏଥର ନିଶ୍ଚିତ ଲିଷ୍ଟରେ ଓଡ଼ିଶା ରହିବ ।" ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ ବସିବ । ଏଥିରେ ରାଜ୍ୟ ନେତୃତ୍ବ ଭାଗ ନେଇପାରନ୍ତି । ଦିଲ୍ଲୀରୁ ଡକରା ପରେ ରାଜ୍ୟ ନେତୃତ୍ବ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ଶାହଙ୍କ ବଡ଼ ବୟାନ, କହିଲେ ଏଯାଏଁ ହୋଇନି ନିଷ୍ପତ୍ତି

ଆଜି ଦିଲ୍ଲୀରେ ବସିବାକୁ ଥିବା ବିଜେପି କୋର୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ପୁଣି ଦିଲ୍ଲୀ ଯାଇଛନ୍ତି । ପ୍ରକାଶଥାଉକି, ଗତ ଶନିବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଗତକାଲି ମଧ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ବସି ଆଲୋଚନା କରିଥିଲେ । ଚୂଡାନ୍ତ ତାଲିକା ଉପରେ କେନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା ହେବ ବୋଲି ସମ୍ଭାବନା ଅଛି । ସେହିପରି ଆଜିର ବୈଠକରେ ଓଡ଼ିଶା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଲୋକସଭା ଆସନଗୁଡ଼ିକରେ ଆଲୋଚନା ହେବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 18, 2024, 12:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.