ETV Bharat / state

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨,୬୭,୦୧୩ ମାମଲାର ଆପୋଷ ବୁଝାମଣା - Third Lok Adalat

author img

By ETV Bharat Odisha Team

Published : Sep 15, 2024, 5:59 PM IST

Lok Adalat 2024: ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଏଥିରେ ଲକ୍ଷ ଲକ୍ଷ ମାମଲାର ହୋଇଛି ଆପୋଷ ସମାଧାନ । ଏହାସହ ଜରିମାନା ଓ କ୍ଷତିପୂରଣ ବି ଧାର୍ଯ୍ୟ ହୋଇଛି । ଜାଣନ୍ତୁ କେଉଁ ମାମଲା ରହିଛି ଅନ୍ତର୍ଭୁକ୍ତ ।

Lok Adalat
Lok Adalat (ETV Bharat Odisha)

କଟକ: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୨ ଲକ୍ଷ ୬୭ ହଜାର ୧୩ ମାମଲାର ଆପୋଷ ବୁଝାମଣାରେ ଫଇସଲା କରାଯାଇଛି । ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୨ଲକ୍ଷ ୬୭ ହଜାର ୧୩ ମାମଲାର ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୯୫ କୋଟି ୪୯ ଲକ୍ଷ ୨୭ ହଜାର ୨୩୨ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Lok Adalat
Lok Adalat (ETV Bharat Odisha)

ବିଚାରଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ମାମଲାର ସମାଧାନ:
ଏହି ଲୋକ ଅଦାଲତରେ ଉଭୟ ବିଚାରଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ଫଇସଲା କରାଯାଇଛି । ସେଥିମଧ୍ୟରେ ୨୭୭ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୧ହଜାର ୭୪୩ଟି ଚେକ୍ ବାଉନ୍ସ (ଏନଆଇ ଆକ୍ଟର ଧାରା ୧୩୮), ୭୧୩ଟି ଅର୍ଥ ଆଦାୟ (ମନି ରିକଭରି) ମାମଲା, ୧ ହଜାର ୩୧୧ଟି ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୮୮ଟି ଶ୍ରମ ବିବାଦ, ୨୧ଟି ବିଦ୍ୟୁତ, ଜଳସମ୍ପର୍କିତ ଜନସେବା ମାମଲା, ୬୧୬ଟି ପାରିବାରିକ ଓ ବୈବାହିକ ବିବାଦ, ୧୩ଟି ଭୂମି ଅଧିଗ୍ରହଣ ମାମଲା, ୩ଟି ଚାକିରି ସମ୍ପର୍କିତ ମାମଲା (ପେନସନ୍ ମାମଲା ଅନ୍ତର୍ଭୁକ୍ତ), ୨ଲକ୍ଷ ୪୨ହଜାର ୭୫୭ଟି ରାଜସ୍ବ ଓ ଏ ସଂକ୍ରାନ୍ତୀୟ ଅନ୍ୟ ମାମଲା, ୪୨ଟି ଆଇପିଆର/ ଉପଭୋକ୍ତା ବିବାଦ, ୧ହଜାର ୮୮୨ଟି ଅନ୍ୟାନ୍ୟ ଦେୱାନୀ, ୧୧ହଜାର ୫୨୯ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଓ ୨୨ଟି ଡେବ୍ଟ ରିକଭରି ଟ୍ରିବୁନାଲ(ଡିଆରଟି) ମାମଲା, ୬ଟି ରାଜ୍ୟ ଖାଉଟି ବିବାଦ ସମାଧାନ ରହିଛି ।

Lok Adalat
Lok Adalat (ETV Bharat Odisha)

ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥୋରିଟି ନିର୍ଦ୍ଦେଶରେ ବୁଝାମଣା:
ଜିଲ୍ଲା ଓ ତାଲୁକା ଅଦାଲତ, ଡିଆରଟି, ରାଜ୍ୟ/ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ, ରାଜ୍ୟ ଶିକ୍ଷା ଟ୍ରିବୁନାଲରେ ବିଚାରାଧୀନ ମାମଲା ମଧ୍ୟରୁ ୧ ଲକ୍ଷ ୮ହଜାର ୨୬୬ଟି ଓ ୨ଲକ୍ଷ ୪୨ହଜାର ୭୫୭ଟି ରାଜସ୍ବ ମାମଲା ରହିଛି । ଆପୋଷ ବୁଝାମଣାରେ ଏସବୁର ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥୋରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସର ସହିତ ଡିଆରଟି ଓ ଅନ୍ୟ ଟ୍ରିବୁନାଲ/ଫୋରମରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.