ETV Bharat / state

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ସଦସ୍ୟା ବରଖାସ୍ତ

ହଟିଲେ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । କମିଶନର ସମସ୍ତ ସଦସ୍ୟା ବି ପଦରୁ ହଟିଲେ ।

State Womens Commission
State Womens Commission (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ବରଖାସ୍ତ କରିଛନ୍ତି ମୋହନ ସରକାର । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମୋହନ ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି । ନବୀନ ସରକାର ସମୟରେ ମହିଳା କମିଶନରେ ଥଇଥାନ ହୋଇଥିଲେ ବିଜେଡି ନେତ୍ରୀ । କମିଶନ ଓ ସମସ୍ତ ସଦସ୍ୟା ବିଜେଡିର ଆଗଧାଡ଼ିର ନେତ୍ରୀ । ନବୀନ ସରକାର ପତନକୁ ୪ ମାସ ବିତିଥିଲେ ମଧ୍ୟ ନିଜ ଆଡ଼ୁ ପଦରୁ ଇସ୍ତଫା ଦେଇନଥିଲେ କମିଶନ ଓ ସଦସ୍ୟା । ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଛନ୍ତି । ସାଧାରଣ ଭାବେ କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥାଏ । କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରିବା ପୂର୍ବରୁ ବରଖାସ୍ତ କରିଛନ୍ତି ସରକାର । ଏହା ସହିତ ମହିଳା କମିଶନର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟା ବରଖାସ୍ତ
  • ମହିଳା କମିସନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା
  • କମିସନର ସମସ୍ତ ସଦସ୍ୟା ବି ପଦରୁ ହଟିଲେ

ପୂର୍ବ ସରକାରରେ ନିଯୁକ୍ତ ମହିଳା କମିଶନର ଅଧ୍ୟକ୍ଷା ଓ ୪ ସଦସ୍ୟା ବିଜେଡିର ସକ୍ରିୟ ନେତ୍ରୀ । ନବୀନ ସରକାରରେ ଏହି ୫ ନେତ୍ରୀଙ୍କୁ କମିଶନରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରା ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ ହୋଇଥିଲେ । ସେହିପରି ୨୦୨୩ ଏପ୍ରିଲରେ ଅନ୍ୟ ୪ ଜଣ ବିଜେଡି ନେତ୍ରୀ କମିଶନର ସଦସ୍ୟା ଭାବେ ଅବସ୍ଥାପିତ ହୋଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମସ୍ତ ନିଗମ, ବୋର୍ଡ ଓ ସରକାରୀ ପଦବୀରେ ରାଜନୈତିକ ଥଇଥାନକୁ ହଟାଇଥିଲେ । କିନ୍ତୁ ରାଜ୍ୟ ମହିଳା କମିଶନ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଖାଦ୍ୟ ସୁରକ୍ଷା ଆୟୋଗରେ ବିଜେଡି ନେତା ଓ ନେତ୍ରୀଙ୍କୁ ହଟାଯାଇନଥିଲା । ଆଗାମୀ ଦିନରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଖାଦ୍ୟ ସୁରକ୍ଷା ଆୟୋଗଙ୍କୁ ହଟାଯିବା ସମ୍ଭାବନା ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ, ମହିଳାଙ୍କୁ ବର୍ଷକୁ ମିଳିବ 12 ଅତିରିକ୍ତ ସାମୟିକ ଛୁଟି

ଏହା ବି ପଢନ୍ତୁ-DA ବଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରକାରୀ କର୍ମଚାରୀଙ୍କୁ ଦେଲେ ଦୀପାବଳି ଭେଟି

ବଢିଲା ମହିଳାଙ୍କ ଛୁଟି-

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ମୋହନ ମାଝୀ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା । ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କ ପାଇଁ ଖୁସି ଖବର:

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା । ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା । ବର୍ତ୍ତମାନ ଏହି ସଂଖ୍ୟା ୨୨ ହୋଇଛି । ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (Special CL) ସହିତ ପାଇ ପାରିବେ । ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ । ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.