ETV Bharat / state

ବିଜେଡି ସ୍ଥିତିକୁ ଦୋହଲେଇବ ବିଜେପି; ବାଜିରେ ଲାଗିଛି ମୋଦି ଓ ନବୀନଙ୍କ ପ୍ରତିଷ୍ଠା ! - Exit Poll Results 2024 - EXIT POLL RESULTS 2024

Odisha Election Exit Poll Results 2024: ଏକଜିଟ୍‌ ପୋଲ୍‌ ଆସିବା ପରେ ଚିନ୍ତାରେ ଶାସକ ଦଳ ବିଜେଡି । ବାଜିରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଷ୍ଠା । ଅଧିକ ପଢନ୍ତୁ

Election Exit Poll Results 2024
Election Exit Poll Results 2024 (ETV Bharat Odisha)
author img

By ETV Bharat Odisha Team

Published : Jun 3, 2024, 10:56 PM IST

ଭୁବନେଶ୍ବର: ଜୁନ 4 ତାରିଖ ମଙ୍ଗଳବାର ପ୍ରକାଶ ପାଇବ 2024 ସାଧାରଣ ନିର୍ବାଚନର ଫଳାଫଳ । ରେଜଲ୍ଟ ପୂର୍ବରୁ ବୁଥ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି । ଫଳାଫଳ ପରେ ବିଜେଡିକୁ ଦୋହଲେଇବା ସ୍ଥିତିକୁ ବିଜେପି ଆସୁଥିବା ଆକଳନ କରାଯାଉଛି । ଚଳିତ ନିର୍ବାଚନରେ ବାଜିରେ ଲାଗିଛି ଦେଶର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଷ୍ଠା ।

ବାଜିରେ ଲାଗିଛି ମୋଦି ଓ ନବୀନଙ୍କ ପ୍ରତିଷ୍ଠା ! (ETV Bharat Odisha)

ଉଡିଛି ବିଜେଡି ହୋସ !:- ଗତ ନିର୍ବାଚନ ତୁଳନାରେ ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଚକିତ କରିଲା ଭଳି ବୁଥ ବାହୁଡ଼ା ମତ ଆସିଛି । ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ସର୍ଭେକ୍ଷଣରେ ଉଭୟ ବିଜେଡି ଓ ବିଜେପିକୁ ପ୍ରାୟ ସମାନ ସଂଖ୍ୟକ ଆସନ ଓ ପାଖାପାଖି ଭୋଟ ପ୍ରତିଶତ ପ୍ରଦାନ କରାଯାଇଛି । ପୂର୍ବରୁ ଏପରି ସର୍ଭେକ୍ଷଣ କଦାପି ସାର୍ବଜନୀନ ହୋଇନାହିଁ । ଏହି ସର୍ଭେକ୍ଷଣରେ ଉଭୟ ବିଜେଡି ଓ ବିଜେପିକୁ 42 ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି । ଏଥିସହ 60ରୁ 82 ଆସନ ପ୍ରଦାନ କରାଯାଇଛି । ଏହା ବିଜେଡିର ହୋସ ଉଡାଇ ଦେଇଛି ।

ରାଜନୈତିକ ସମୀକ୍ଷକଙ୍କ ମତ:- ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ କହିଛନ୍ତି ଯେ, ଓଡ଼ିଶାର ରାଜନୀତି ବର୍ତ୍ତମାନ ଏକ ସନ୍ଧିକ୍ଷଣରେ ଅଛି । ଅର୍ଥାତ ଏକ ମୋଡ଼ରେ ଅଛି । ଯେକୌଣସି ଦିଗରେ ମୋଡ଼ ନେଇପାରେ । ବେଳେବେଳେ ବାତ୍ୟାର ଗତିପଥ ଯେପରି ଆକଳନ କରିବା କଷ୍ଟକର ହୁଏ, ସେହିପରି ଚଳିତ ନିର୍ବାଚନ ଫଳାଫଳ ଆକଳନ କରିବା ମଧ୍ୟ କଷ୍ଟକର । ନିରଙ୍କୁସ ଶାସନ କ୍ଷମତାରେ ଥିବା ବିଜେଡି ବର୍ତ୍ତମାନ ବଡ଼ ଚେକର ସାମ୍ନା କରୁଛି । ଏହି ବାଧା ସିଧାସଳଖ ବିଜେପିରୁ ଆସୁଛି । ବିଜେଡିର ରାଜନୈତିକ ଗତିପଥରେ ବିଜେପି ବଡ଼ ପ୍ରତିଦ୍ବନ୍ଦ୍ବୀ ହୋଇ ଛିଡା ହୋଇଛି ।

ଚଳିତ ନିର୍ବାଚନ 2009, 2014 ଓ 2019 ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥର ନିର୍ବାଚନ ଓଡ଼ିଶା ବିଜେପି ନୁହେଁ କେନ୍ଦ୍ର ବିଜେପି ଲଢ଼ିଛି । ତାହା ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଲଢାଯାଇଛି । ଗତ ନିର୍ବାଚନ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଲଢ଼ିଥିଲା । ସିଧାସଳଖ କହିଲେ ଚଳିତ ନିର୍ବାଚନ ନରେନ୍ଦ୍ର ମୋଦି ବନାମ ନବୀନ ପଟ୍ଟନାୟକ ଲଢେଇ ହୋଇଛି । ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ୍ଣ ଟିମ ଏଠାରେ କାମ କରୁଥିଲା । କିଏ ପ୍ରଚାରକୁ ଆସିବ, କେବେ ଆସିବ, କେଉଁଠିକୁ ଆସିବ ଓ କଣ କହିବ ତାହା ନରେନ୍ଦ୍ର ମୋଦିଙ୍କ ଟିମ ନିଷ୍ପତ୍ତି ନେଉଥିଲା ।

ଏହା ବି ପଢନ୍ତୁ- ଇତିହାସ ସୃଷ୍ଟି କରିବେ ନା ଇତିହାସ ପାଲଟିଯିବେ ନବୀନ ?

ପ୍ରଥମ ନିର୍ବାଚନ ସଭା ଗଞ୍ଜାମ ଜିଲ୍ଲାରେ ନରେନ୍ଦ୍ର ମୋଦି କହିଥିଲେ ଜୁନ 4 ହେଉଛି ଏକ୍ସପ୍ୟାରୀ ଡେଟ । ଜୁନ 6 ମୁଖ୍ୟମନ୍ତ୍ରୀ ନାମ ଘୋଷଣା । ଜୁନ 10ରେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଶପଥ ନେବ । ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଏହି କଥା କହୁଛନ୍ତି ଅର୍ଥାତ ସେ ନିଜର ସମସ୍ତ ପ୍ରତିଷ୍ଠାକୁ ବାଜିରେ ଲଗାଇଛନ୍ତି । ଯଦି ଏହା ସମ୍ଭବ ନହୁଏ, ତେବେ ପ୍ରମାଣିତ ହେବ ଓଡିଶାରେ ନରେନ୍ଦ୍ର ମୋଦି ବାରମ୍ବାର ପରାସ୍ତ ହେଉଛନ୍ତି । ଓଡ଼ିଶାରେ ବିଜେପି ଆଗକୁ ବଢ଼ିବାରେ ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ଅନୁଭବ କରିଛନ୍ତି । ଯାହା EXIT ପୋଲ ଦର୍ଶାଉଛି ।

ଇଣ୍ଡିଆ ଟୁଡେ ସର୍ଭେର ଆକଳନ 94 ପ୍ରତିଶତ ସଠିକ ରୁହେ । ଚଳିତ ନିର୍ବାଚନରେ ବିଜେପି ପ୍ରତି ବଡ଼ ମାହୋଲ ଥିଲା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବେଳକୁ ଏହା ବଡ଼ ଆକାର ଧାରଣ କରିଥିଲା । ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ 6 ସଂସଦୀୟ ଓ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ରରେ ପରିବର୍ତ୍ତନର ବାର୍ତ୍ତା ଥିଲା । ଚଳିତ ନିର୍ବାଚନରେ ସମାଜିକ, ଆର୍ଥିକ, ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ନଥିଲା । ଶିଳ୍ପ ନହେବା, ବେକାରୀ ସମସ୍ୟା ବିରୋଧୀଙ୍କ ପ୍ରସଙ୍ଗରେ ନଥିଲା । ଦାଦନ ସମସ୍ୟା ସହ ସବୁଠାରୁ ବଡ଼ ପ୍ରସଙ୍ଗ ହୋଇ ଭିକେ ପାଣ୍ଡିଆନ ନିର୍ବାଚନରେ ସକ୍ରିୟତାର ସହ ସାମିଲ ହେବା ।

ସରକାର ଚଳେଇବାରେ ମୁଖ୍ୟ ଭୂମିକା ଓ ବିଜେଡି ସଂଗଠନରେ ନମ୍ବର 2 ଭାବେ ନିଜକୁ ଅବସ୍ଥାପିତ କରିବାକୁ ଜନତା ଗ୍ରହଣ କରିପାରିନଥିବା EXIT ପୋଲରୁ ଜଣାପଡିଛି । ବିଜେପି ଏହାକୁ ପ୍ରସଙ୍ଗ କରିବା ସହ ଗାଁ ଗହଳରେ ଲୋକଙ୍କ ମନରେ ଭିକେ ପାଣ୍ଡିଆନଙ୍କୁ ନେଇ ନକରାତ୍ମକ ଭାବନା ସୃଷ୍ଟି ହୋଇଥିଲା । ବିଜେଡି ନେତାଙ୍କୁ କଣଠେସା କରି ରଖିବା ଲୋକଙ୍କ ମନରେ ଗ୍ରହଣୀୟ ହୋଇନାହିଁ । ବିଜେଡିର 40 ତାରକା ତାଲିକାରୁ ମାତ୍ର 2 ଜଣ ପ୍ରଚାର କଲେ । ଅନ୍ୟ 38ଜଣ ଦେଖିବାକୁ ମିଳିଲେ ନାହିଁ । ଶାସନ ବଞ୍ଚେଇକି ରଖିବା ବିଜେଡି ଲାଗି ବଡ଼ ଉପଲବ୍ଧି ହେବ । ବିଜେପି ଗତ ନିର୍ବାଚନ ତୁଳନାରେ 2 ଗୁଣା ଅଧିକ ସିଟ ପାଇବ । ବିଜେଡି ସ୍ଥିତିକୁ ଦୋହଲେଇବା ସ୍ଥିତିକୁ ବିଜେପି ଆସୁଥିବା କହିହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.