ETV Bharat / state

ସାରା ରାଜ୍ୟରେ ଉପରମୁହାଁ ପାରଦ, ୨୯ ତାରିଖ ପରଠୁ ଆହୁରି ବଢିବ ତାପମାତ୍ରା - Odisha Weather Update

author img

By ETV Bharat Odisha Team

Published : Mar 25, 2024, 4:46 PM IST

Odisha Weather: ସାରା ରାଜ୍ୟରେ ବଢିଲା ତାତି । ୨୯ ତାରିଖ ପରଠୁ 2ରୁ 4 ଡିଗ୍ରୀ ବଢିବ ତାପମାତ୍ରା । ଅଧିକ ପଢନ୍ତୁ

Odisha Weather
Odisha Weather
ସାରା ରାଜ୍ୟରେ ଉପରମୁହାଁ ପାରଦ, ୨୯ ତାରିଖ ପରଠୁ ଆହୁରି ବଢିବ ତାପମାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ଉପରମୁହାଁ ପାରଦ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ରାଜ କରିବ ଖରା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତି । ୨୯ ତାରିଖ ପରଠୁ ସ୍ଵାଭାବିକ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୩୧ ତାରିଖ ପରଠୁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍

ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ତାପମାତ୍ରା । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ ଏବଂ ତା' ସହ ବର୍ଷା ହେବାର ସମ୍ଭାବନା ନାହିଁ । ତେଣୁ ଦିନ ମାତ୍ର ବଢିବାର ଆଶଙ୍କା କରାଯାଉଛି । ଏହାସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।

ଏହା ବି ପଢନ୍ତୁ- ବଢ଼ୁଛି ତାତି; ହୋଲିରେ 40 ଡିଗ୍ରୀ ପାର ହୋଇପାରେ ପାରଦ

ମାର୍ଚ୍ଚ ୩୧ ତାରିଖ ପରଠୁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ଖରା ସହ ଶୁଖିଲା ପାଗ ରହିଥିବା ବେଳେ ସୁନ୍ଦରଗଡ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ବର ଭଦ୍ରକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଗତକାଲି ୬ ସହରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି, ୩ଟି ସହରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ସର୍ବାଧିକ ଦିନ ତାପମାତ୍ରା ୩୮ ଡିଗ୍ରୀ ବଲାଙ୍ଗୀରରେ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.