ETV Bharat / state

୧୨ରୁ ରାଜ୍ୟରେ ବଢିବ ତାତି, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି !

author img

By ETV Bharat Odisha Team

Published : Mar 6, 2024, 8:28 PM IST

Weather Update: ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଅଧିକ ଖବର ପଢନ୍ତୁ

Weather Update
Weather Update
Weather Update

ଭୁବନେଶ୍ବର: ୧୨ ତାରିଖରୁ ରାଜ୍ୟରେ ବଢିବ ତାତି। ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ। ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ଏକ ପଶ୍ଚିମା ଝଡ଼ ସକ୍ରିୟ ରହିଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି।

ବିଶେଷ କରି ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ସାମୁଦ୍ରିକ ପବନ ବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ଆର୍ଦ୍ରତା ବୃଦ୍ଧି ପାଉଛି। ଫଳରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୂଭୁତ ହେଉଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି। ଆସନ୍ତାକାଲି ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ବୌଦ୍ଧରେ ହାଲୁକା ବର୍ଷା ହେବ। ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହା ବି ପଢନ୍ତୁ...ରାଜ୍ୟରେ ଆହୁରି ୪ଦିନ ଯାଏଁ ଲାଗିରହିବ ବର୍ଷା

ଏହା ବି ପଢନ୍ତୁ...ପରିବର୍ତ୍ତନଶୀଳ ଜଳବାୟୁରେ ଖାପ ଖୁଆଇବା ପାଇଁ ଆବଶ୍ୟକୀୟ ଉପାଦାନ କ'ଣ ?

ସେହିଭଳି ୮ ଏବଂ ୯ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁରରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ । ଏହାସହ ଆସନ୍ତା ୧୦ ଓ ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ୧୨ ତାରିଖରୁ ଉପରମୁହାଁ ହେବ ପାରଦ । ଚଳିତ ସିଜିନରେ ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କରିଥିଲା ତାତି। ୩୮.୨ ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହାଲୁକା ବର୍ଷା ପାଇଁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିବାବେଳେ ପୁଣି ଥରେ ତାତି ସମସ୍ତଙ୍କୁ ଅସ୍ତବ୍ୟସ୍ତ କଲାଣି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.