ETV Bharat / state

ରାଜ୍ୟରେ ଅସହ୍ୟ ତାତି, ୧୪ ପରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Mar 12, 2024, 7:11 PM IST

Weather Update of Odisha: ରାଜ୍ୟରେ ଅସହ୍ୟ ହେଉଛି ତାତି । ଆହୁରି ଦୁଇଦିନ ଟାଣଖରା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ୧୪ ପରେ ପାଗ ବଦଳିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ,

ରାଜ୍ୟରେ ଅସହ୍ୟ ତାତି, ୧୪ ପରେ ବର୍ଷା ସମ୍ଭାବନା
ରାଜ୍ୟରେ ଅସହ୍ୟ ତାତି, ୧୪ ପରେ ବର୍ଷା ସମ୍ଭାବନା
ରାଜ୍ୟରେ ଅସହ୍ୟ ତାତି, ୧୪ ପରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଉଛି ତାତି । ଆହୁରି ଦୁଇଦିନ ଟାଣଖରା ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ । ୧୪ ପରେ ପାଗ ବଦଳିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀରେ ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି । ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ ହୋଇପଡ଼ିଛି । ଆଜି ଉପକୂଳ ଓଡ଼ିଶାରେ ମଧ୍ୟ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୪ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ସକ୍ରିୟ ରହିବ । ଯାହା ପ୍ରଭାବରେ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସ୍ବାଭାବିକ ଠାରୁ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ । ୧୨ ଓ ୧୩ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । ବିଶେଷ କରି ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ... ସିଝିବ ସାରା ଓଡିଶା, ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି

ସେହିପରି ଆଗାମୀ ୧୫ରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୧୬ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଗତକାଲି ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ରହିଥିଲା ୩୭ ଡିଗ୍ରୀ । ଭୁବନେଶ୍ବରରେ ୩୫.୨ ଡ଼ିଗ୍ରୀ ଓ କଟକରେ ୩୪.୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.