ETV Bharat / state

ରାଜ୍ୟରେ ବଢ଼ିବ ତାତି, 2ରୁ 3 ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

author img

By ETV Bharat Odisha Team

Published : Feb 16, 2024, 7:43 PM IST

Odisha Weather Update: ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ । ଖାସ କରି ରାତିର ତାପମାତ୍ରାରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବଢ଼ିବ ତାତି
ରାଜ୍ୟରେ ବଢ଼ିବ ତାତି
ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ବର: ଓଡ଼ିଶାରେ ପଢ଼ିବ ତାତି । ରାଜ୍ୟରେ ଗତ କିଛି ଦିନ ଧରି ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ତାପମାତ୍ରା ହ୍ରାସ ପାଇଥିଲା । ବର୍ତ୍ତମାନ ଓଡ଼ିଶାରୁ ବର୍ଷା ଚାଡ଼ିଯାଇଥିବା ବେଳେ ତାପମାତ୍ରା ବୃଦ୍ଧି ପାଇବ । ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ । ଖାସ କରି ରାତିର ତାପମାତ୍ରାରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେପଟେ ଉପକୂଳ ଜିଲ୍ଲା ସମେତ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ 2 ଦିନ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ । ତେଣୁ ଆଗାମୀ ୬ ରୁ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଉପକୂଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୨ ଦିନ ହାଲୁକାରୁ ମଧ୍ୟମ ଧରଣର କୁହୁଡି ରହିବାର ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଉଭୟ ଦିନ ଏବଂ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ମୁଖ୍ୟତଃ ଭାବେ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଆଜି ଭୁବନେଶ୍ଵରରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ....ଭିଜିବ ଅଧା ଓଡିଶା, ଘନ କୁହୁଡି ପାଇଁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢ଼ନ୍ତୁ.....ଆଉ 2 ଦିନ ଭିଜିବ ଓଡ଼ିଶା, ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ତେବେ ଆସନ୍ତାକାଲି ଓଡ଼ିଶାର ଜିଲ୍ଲା ଗୁଡ଼ିକର ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ଜିଲ୍ଲାରେ ସାମାନ୍ୟ କୁହୁଡ଼ି ଦୃଶ୍ୟମାନ ହେବ । ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ରୋୟଗଡ଼ା, କନ୍ଦମାଳ, କଟକ, ଢେଙ୍କାନାଳ ଓ ଅନୁଗୋଳ । ସେପଟେ ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ, ବାଲେଶ୍ଵର ଓ କେଉଁଝର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜର ରାଇରଙ୍ଗପୁର ଠାରେ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ସର୍ବୋଚ୍ଚ ଦିନ ତାପମାତ୍ରା ନୟାଗଡ଼ରେ ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସର୍ବନିମ୍ନ ରାତିର ତାପମାତ୍ରା ସୁନ୍ଦରଗଡରେ 15 ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.