ETV Bharat / state

ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡିଶା ! ଆସନ୍ତା 2 ଦିନରେ ବଢିବ ୧୦ଡିଗ୍ରୀ ତାପମାତ୍ରା - Odisha Weather Update - ODISHA WEATHER UPDATE

Weather Update: ଦୁଇ ଦିନର ଝଡି ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ବର୍ଷା ପରେ ପୁଣି ଫେରିଛି ତାତି । ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପଶ୍ଚିମ ଓଡିଶା ଗରମରେ ଜଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ,

ଆଜି ପାଗରେ ପରିବର୍ତ୍ତନ
ଆଜି ପାଗରେ ପରିବର୍ତ୍ତନ
author img

By ETV Bharat Odisha Team

Published : Mar 21, 2024, 7:13 PM IST

ଆଜି ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ଦୁଇ ଦିନର ଝଡି ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ବର୍ଷା ପରେ ପୁଣି ଫେରିଛି ତାତି । ତେବେ ଆଜି ଆକାଶ ନିର୍ମଳ ଥିବା ବେଳେ ଆସନ୍ତା କାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ ସ୍ବାଭାବିକ ସହିତ ଶୁଖିଲା ରହିବ । ଏହାସହ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇବ । ଫଳରେ ମାର୍ଚ୍ଚ ଶେଷ ସପ୍ତାହରେ ପଶ୍ଚିମ ଓଡିଶାରେ ପ୍ରବଳ ଖରା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଉ କିଛି ଜିଲ୍ଲାରେ ମେଘୁଆ ପାଗ ରହିବାର ସମ୍ଭାବନା ରହିଛି । ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରରେ ଏଭଳି ପାଗ ରହିବ ବୋଲ ଆକଳନ କରିଛି ବିଭାଗ । ପୁଣିଥରେ ୨୫ରେ ପଶ୍ଚିମା ଝଡ଼ ପ୍ରଭାବରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ । ଆସନ୍ତା 26 ଏବଂ 27 ତାରିଖରେ ପୁଣି ପାଗ ଶୁଖିଲା ରହିବ । ତେବେ ଗତ ତିନି ଦିନ ହେଲା ବର୍ଷା ଫଳରେ ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ମାର୍ଚ୍ଚ ମାସରେ ସବୁଠୁ କମ ତାପମାତ୍ରା ରେକର୍ଡ଼ ହେଇଥିଲା । ସ୍ବାଭାବିକଠାରୁ ବର୍ଷା ୧୫ରୁ ୧୭ ଡିଗ୍ରୀ କମ ରହିଥିଲା । କମ ତାପମାତ୍ରାକୁ ଗତକାଲି ରାଜ୍ୟରେ ମାର୍ଚ୍ଚ ମାସର ସବୁଠାରୁ ଥଣ୍ଡା ଦିନ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା, 5ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ତେବେ ଏହି ମାର୍ଚ୍ଚ ମାସରେ ଥଣ୍ଡା ଦିନ, ପୁରୀର ୧୩୧ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ୧୯.୨ ଡ଼ିଗ୍ରୀ ତାପମାତ୍ରା ସହ ଭୁବନେଶ୍ବରରେ ୭୨ ବର୍ଷ ଓ ୨୦.୦ ଡିଗ୍ରୀ ଏବଂ କଟକରେ ୧୨୧ ବର୍ଷର ରେକଡ଼ ଭାଙ୍ଗିଛି । ତେବେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପଶ୍ଚିମ ଓଡିଶା ଗରମରେ ଜଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ବୌଦ୍ଧ, ସୋନପୁର ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ୨୪ ତାରିଖ ବେଳକୁ ଦିନ ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୧୯ ଠାରୁ ଏହି ସମୟରେ ପଶ୍ଚିମାଝଡ଼ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬% ଅଧିକ ବର୍ଷା ରେକର୍ଡ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.