ETV Bharat / state

ରାଜ୍ୟରେ ଖସିଲା ପାରଦ, ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା - ରାଜ୍ୟରେ ଖସିଲା ପାରଦ

Odisha Weather Update: ରାଜ୍ୟରେ ଖସିଛି ପାରଦ, କମିଛି ତାତି । ଆସନ୍ତା ୪ ଦିନ ମଧ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ରାଜ୍ୟରେ ଖସିଲା ପାରଦ , ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Feb 8, 2024, 9:41 PM IST

ରାଜ୍ୟରେ ଖସିଲା ପାରଦ , ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଗ, ଖସିଲା ପାରଦ । ଗୁରୁଚ୍ଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହି ବାୟୁ ଚଳାଚଳ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗିରହିଛି । ଆଜି ରାଜ୍ୟରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ଥିବା ବେଳେ କୋରାପୁଟରେ ୧୧ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ବରରେ ୨୦.୯ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ କଟକରେ ୨୦.୫ ଡିଗ୍ରୀ ସେଲସିୟସ ରହିଛି । ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରେ ୦. ୬ ମିମି ବର୍ଷା ରେକର୍ଡ କରାଯାଇଛି ଏବଂ କଟକ ଓ ନୟାଗଡରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା । ଏହାସହ ଗୋପାଳପୁରରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇଛି ।

ରାଜ୍ୟ ଉପରେ କୌଣସି ପ୍ରକାର ପାଣିପାଗ ନିୟାମକ ସକ୍ରିୟ ହୋଇନାହିଁ । ଆଜି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଭଳି ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ସେହିପରି ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବ । ୧୧ ତାରିଖରେ ବଲାଙ୍ଗୀର, ଝାରସୁଗୁଡା, ଦେବଗଡ, ଢେଙ୍କାନାଳ, ମୟୂର ଭଞ୍ଜ, ସମ୍ବଲପୁର , ଭଦ୍ରକ, କେନ୍ଦୁଝର, ସୋନପୁର, ଅନୁଗୋଳ ଭଳି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୧୨ ତାରିଖରେ ସୁନ୍ଦରଗଡ଼, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ ... ମାଘରେ ବାଘର ତାତି, ଏବେଠୁ ଅସହ୍ୟ ହେଲାଣି ଖରା

ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା ଭଳି ଜିଲ୍ଲାରେ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ସେହିପରି ୧୦ ତାରିଖରେ ଦକ୍ଷିଣ କେନ୍ଦ୍ରାଞ୍ଚଳ ଜିଲ୍ଲା ଗୁଡିକରେ କମରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ବର୍ତ୍ତମାନ ଆକାଶ ମେଘାଛନ୍ନ ଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ କିନ୍ତୁ ଶୀତ ଅନୁଭବ ହେବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.