ETV Bharat / state

ଶୁଣୁନାହାନ୍ତି ସରକାର,ଏବେବି ରାଜରାସ୍ତାରେ ଶିକ୍ଷକ - ଶିକ୍ଷକ ସଙ୍ଘ ଆନ୍ଦୋଳନ

Teachers Union Protest still going on: ବିଧାନସଭା ଅଧିବେଶନ ଶେଷ ହେବା ପରେ ମଧ୍ୟ ରାଜରାସ୍ତାରେ ଶିକ୍ଷକ । ମିଳୁନି କୌଣସି ସୁଫଳ । ଆଜିଠାରୁ ସ୍ବତନ୍ତ୍ର ଶିକ୍ଷକ ସଂଘର ଅହୋରତ୍ର ଆମରଣ ଅନଶନ । ଅଧିକ ପଢ଼ନ୍ତୁ

Teachers Union Protest still going on
Teachers Union Protest still going on
author img

By ETV Bharat Odisha Team

Published : Feb 12, 2024, 10:02 PM IST

Teachers Union Protest still going on

ଭୁବନେଶ୍ବର: ବିଧାନସଭା ସରିଛି, ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ସରିନାହିଁ । ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନମାନ ଏବେ ମଧ୍ୟ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ସହ ଆଲୋଚନା ବିଫଳ ହେବା ସହ କୌଣସି ନିଷ୍କର୍ଷ ମଧ୍ୟ ବାହାରିଲା ନାହିଁ । ତେବେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛନ୍ତି ବିଭିନ୍ନ ଆନ୍ଦୋଳନକାରୀ ସଂଗଠନ । କିଛି ସଂଘ ଚାକିରିକୁ ନିୟମିତ କରିବାକୁ ଦାବି କରୁଥିବା ବେଳେ ଆଉ କେଉଁ ସଂଘ ଚାକିରି ପାଇବା ପାଇଁ ଦାବି କରୁଛନ୍ତି । କିଏ ଦରମା ବୃଦ୍ଧି ପାଇଁ ଦାବି କରୁଥିବାବେଳେ କିଏ ପେନସନ୍‌ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି ।

ଏହାରି ମଧ୍ୟରେ ଅନେକ ଦୀର୍ଘଦିନରୁ ଧାରଣାରେ ବସି ରହିଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ । ନା ସରକାର କର୍ଣ୍ଣପାତ କରୁଛନ୍ତି, ନା ଭାଗ୍ୟ ସାଥ୍‌ ଦେଉଛି । ଆଉ କିଏ ଅହୋରାତ୍ର ଧାରଣା ଦେଉଛନ୍ତି ତ ଆଉ କିଏ ଆମରଣ ଅନଶନରେ ରହି ବିକ୍ଷୋଭ କରୁଛନ୍ତି । ବିଧାନସଭା ସରିବା ପରେ ପରେ ପିଏମ୍‌ଜି ଶାନ୍ତ ପଡ଼ିବା ଦେଖାଯାଇଥାଏ । କିନ୍ତୁ ଏଥର ପିଏମ୍‌ଜି ବିଧାନସଭା ଅଧିବେଶନ ପରେ ମଧ୍ୟ ଆନ୍ଦୋଳନକାରୀଙ୍କ କବଳରେ ରହିଛି । ଏବେବି ଅନେକ ଆଶାୟୀଙ୍କ ଆଶା ରହିଛି ଯେ, ସରକାର ସେମାନଙ୍କ କଥା ଶୁଣିବେ ଓ ଦାବି ପୂରଣ କରିବେ । ଏପଟେ ଓଷ୍ଟା ପକ୍ଷରୁ କୁହାଯାଇଛି ଯେ, ସେମାନେ 12 ଦଫା ଦାବି ନେଇ ରାଜ୍ୟରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି । ହେଲେ ସରକାରଙ୍କ ନିକଟରେ ସବୁ କିଛି ବିଫଳ । ପ୍ରାୟ 20 ହଜାରରୁ ଅଧିକ ଶିକ୍ଷକ ଦାବି ପୂରଣ ହେବା ନେଇ ଆଶା ରଖିଛନ୍ତି । ଅନେକ ସମୟରେ ସରକାରଙ୍କଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳିଛି । ହେଲେ ସବୁକିଛି ପରବର୍ତ୍ତୀ ସମୟରେ ବିଫଳ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ

ସେହିଭଳି ଆଶାୟୀ ସ୍ବତନ୍ତ୍ର ଶିକ୍ଷକମାନେ ମଧ୍ୟ ଦୀର୍ଘ ଦିନ ଧରି ସରକାରଙ୍କୁ ଦାବି ଜଣାଇ ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଗୋଟିଏ ବି ପଦବୀ ବାହାରି ପାରିଲାନାହିଁ । ସରକାରଙ୍କ ନିକଟରେ ଆଲୋଚନା ମଧ୍ୟ ହେଉଛି । ହେଲେ ପରବର୍ତ୍ତୀ ସମୟରେ ତାହା ଆଶାରେ ହିଁ ରହିଯାଇଥିବା କହିଛନ୍ତି ଆଶାୟୀ ଶିକ୍ଷକ । ହାଇକୋର୍ଟଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ବେଳେ ଏବେ ସୁଦ୍ଧା ପଦବୀ ନ ବାହାରିବା ଓ ନିଯୁକ୍ତି ନହେବା ଆଶାୟୀ ମାନଙ୍କୁ ଆହୁରି ନିରାଶ କରୁଛି । ତେବେ ଆଜିଠାରୁ ସ୍ବତନ୍ତ୍ର ଶିକ୍ଷକ ସଂଘମାନେ ଅହୋରତ୍ର ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି । ଏପଟେ ଆଶାୟୀ ହିନ୍ଦୀ ଶିକ୍ଷକ ସଙ୍ଘ କହିଛି ଯେ, 13 ଶହ ନିଯୁକ୍ତି ପାଇଁ ପଦବୀ ପ୍ରକାଶ ହୋଇଥିଲା । ସେଥିରୁ କିନ୍ତୁ କିଛି ପଦବୀ ନିଯୁକ୍ତି ଦେଇ ବାକି 900ରୁ ଅଧିକ ପଦବୀ ପୂରଣ କରିନାହାନ୍ତି । ତେବେ ବାକି ପଦବୀ ଗୁଡିକ ତୁରନ୍ତ ପୂରଣ କରିବାକୁ ଏମାନେ ଦାବି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.